ଇରାନରେ ଏମିତି କ’ଣ ଅଛି...ଯାହା ପାଇବାକୁ ଦୀର୍ଘ ୪୭ ବର୍ଷ ହେଲା ଛଟପଟ ହେଉଛି ଆମେରିକା ?

NEWS7
bjp-bjd-face-to-face-regarding-sambalpur-high-court-bench-formation-demand

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର ଅଧିକାଂଶ ଦେଶ ଉପରେ କୂଟନୈତିକ ପ୍ରଭାବ ଥିବା ସତ୍ତ୍ୱେ, ଆମେରିକା ଗତ ୪୭ ବର୍ଷ ଧରି ଇରାନ ଉପରେ କଡ଼ା ନଜର ରଖିଆସିଛି। ୧୯୭୮ ମସିହାରୁ, ଆମେରିକା ଇରାନକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପ୍ରୟାସ କରିଛି, କିନ୍ତୁ ସଫଳ ହୋଇନାହିଁ। ଏହି କାରଣରୁ ଆମେରିକା ଅଧିକ ସତର୍କ ହୋଇଯାଇଛି । ଆମେରିକା ଇରାନରେ ପ୍ରବେଶ କରିବାକୁ ସତର୍କତାର ସହିତ ପଦକ୍ଷେପ ନେଉଛି ।

ଇରାନ ଦୁଇଟି ଦୃଷ୍ଟିରୁ ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରଥମତଃ, ଇରାନକୁ ନିୟନ୍ତ୍ରଣ କରି , ଆମେରିକା ସାରା ବିଶ୍ୱରେ ଇସଲାମିକ ମୌଳବାଦକୁ ଏକ ଆଘାତ ଦେବାକୁ ଚାହୁଁଛି। ଦ୍ୱିତୀୟତଃ, ଯଦି ଏହା ଇରାନ ଉପରେ ନିୟନ୍ତ୍ରଣ ହାସଲ କରେ, ତେବେ ବିଶ୍ୱ ବାଣିଜ୍ୟର ୨୦ ପ୍ରତିଶତ ଅଂଶକୁ ନିୟନ୍ତ୍ରଣ କରିପାରିବ।

ହୋର୍ମୁଜ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚେକପଏଣ୍ଟ । ବର୍ତ୍ତମାନ ଏହା ଇରାନ ଦ୍ୱାରା ନିୟନ୍ତ୍ରିତ। ଯଦି ଇରାନ ଚାହିଁବ ତେବେ କୌଣସି ଜାହାଜ ଏହି ଷ୍ଟ୍ରେଟ୍ ବା ପ୍ରଣାଳୀ ଦେଇ ଯାଇପାରିବ ନାହିଁ। ହୋର୍ମୁଜ ପ୍ରଣାଳୀ ହେଉଛି ପାରସ୍ୟ ଉପସାଗରରୁ ଖୋଲା ସମୁଦ୍ରକୁ ଯିବା ପାଇଁ ଏକମାତ୍ର ପଥ । ବାର୍ଷିକ ସାମୁଦ୍ରିକ ତୈଳ ବାଣିଜ୍ୟର ୨୫% ଏବଂ ମୋଟ ବାଣିଜ୍ୟର ୨୦ ପ୍ରତିଶତ ତରଳ ପ୍ରାକୃତିକ ଗ୍ୟାସ (LNG) ଏହି ପଥ ଦେଇ ବାକି ବିଶ୍ବ ପାଖରେ ପହଞ୍ଚିଥାଏ ।

ପ୍ରତିଦିନ ପ୍ରାୟ ୨୦ ନିୟୁତ ବ୍ୟାରେଲ ତୈଳ ହୋର୍ମୁଜ୍ ପ୍ରଣାଳୀ ଦେଇ ଯାଏ । ଯାହା ବିଶ୍ୱ ତୈଳ ଉତ୍ପାଦନର ଏକ ପଞ୍ଚମାଂଶ । ଇରାନ ଏହି ପ୍ରଣାଳୀର ଉତ୍ତର ଭାଗକୁ ନିୟନ୍ତ୍ରଣ କରେ । ଯେତେବେଳେ ଆମେରିକା ଜୁନ୍ ୨୦୨୫ ରେ ଇରାନ ଉପରେ ଆକ୍ରମଣ କରିଥିଲା, ଇରାନ ହୋର୍ମୁଜ୍ ପ୍ରଣାଳୀ ତଳେ ବିସ୍ଫୋରକ ବିଛାଇ ଦେଇଥିଲା । ଫଳରେ ଆମେରିକାକୁ ତରବରିଆ ଭାବରେ ଯୁଦ୍ଧବିରତି ଘୋଷଣା କରିବାକୁ ବାଧ୍ୟ ହୋଇଥିଲା।

୧୯୫୩ ମସିହାରେ, ଆମେରିକାର ଗୁପ୍ତଚରମାନେ ଇରାନରେ ମହମ୍ମଦ ମୋସାଦେଗଙ୍କ ନିର୍ବାଚିତ ସରକାରକୁ କ୍ଷମତାଚ୍ୟୁତ କରିଥିଲେ। ଏହା ପରେ ସେଠାରେ ଶାହ ବଂଶର ପ୍ରତିଷ୍ଠା ହୋଇଥିଲା । ଶାହ ବଂଶ ଆମେରିକାର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲା। ଶାହ ବଂଶ ମାଧ୍ୟମରେ, ଆମେରିକା ୨୬ ବର୍ଷ ଧରି ଇରାନକୁ ନିୟନ୍ତ୍ରଣ କରିଥିଲା। ପ୍ରାୟ ୧୯୭୮ ମସିହାରେ, ଅଲି ଖୋମେନିଙ୍କ ନେତୃତ୍ୱରେ ଇରାନରେ ଇସଲାମିକ ବିପ୍ଳବ ଆରମ୍ଭ ହୋଇଥିଲା । ଫଳରେ ଶାହ ରାଜବଂଶର ପତନ ଘଟିଥିଲା। ଶାହଙ୍କ ବିଦାୟ ସହିତ, ଇରାନ ଏକ ଇସଲାମିକ ଗଣରାଜ୍ୟ ଭାବରେ କ୍ଷମତାକୁ ଫେରିଥିଲା। ଅଲି ଖାମେନିଙ୍କ ମୃତ୍ୟୁ ପରେ ଆୟାତୋଲ୍ଲା ଅଲି ଖାମେନି ଇରାନରେ କ୍ଷମତା ଗ୍ରହଣ କରିଥିଲେ।

ବିଶ୍ୱର ମୋଟ ପ୍ରାମା ତୈଳ ଭଣ୍ଡାରର ୧୨ ପ୍ରତିଶତ ଇରାନ ପାଖରେ ରହିଛି। ଇରାନ ପାଖରେ ବର୍ତ୍ତମାନ ୨,୦୮,୨୦୯ ବିଲିୟନ ବ୍ୟାରେଲ ତେଲ ରହିଛି । ଚୀନ୍ ଇରାନ ପାଖରୁ ଶାସ୍ତାରେ ତୈଳ କ୍ରୟ କରେ। ଏହାକୁ ସହଜରେ ଗ୍ରହଣ କରିପାରୁନି ଆମେରିକା । ଆମେରିକା ମଧ୍ୟ ଇରାନର ତୈଳ ଭଣ୍ଡାର ଉପରେ ନଜର ରଖିଛି ।