୬୦ ବର୍ଷୀୟ ବୃଦ୍ଧଙ୍କୁ ବିବାହ କରି ଟ୍ରୋଲ୍ ହେଲେ ଇନଫ୍ଲୁଏନ୍ସର, ଲୋକେ କହିଲେ- ‘ଗୋଲ୍ଡ ଡିଗର’

NEWS7
bjd-supremo-naveen-patnaik-campaign-in-baragarh

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବହୁଳ ବ୍ୟବହୃତ‘ଗୋଲ୍ଡ ଡିଗର’ଏକ ଅପମାନସୂଚକ ଶବ୍ଦ । ଯେତେବେଳେ ଜଣେ ବ୍ୟକ୍ତି ପ୍ରକୃତ ପ୍ରେମ ପାଇଁ ନୁହେଁ, ବରଂ ଜଣଙ୍କ ସଂପତ୍ତିକୁ ଦେଖି ସଂପର୍କ ଗଢ଼ନ୍ତି ତାଙ୍କୁ ‘ଗୋଲ୍ଡ ଡିଗର’ ବୋଲି କୁହାଯାଏ । ନିକଟରେ ଇଟାଲୀର ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମିନିଆ ପାଗ୍ନୀଙ୍କୁ ‘ଗୋଲ୍ଡ ଡିଗର’ ଟ୍ୟାଗ ଦେଇଛନ୍ତି ୟୁଜର୍ସ । ପ୍ରକୃତରେ, ଜଣେ ୨୨ ବର୍ଷୀୟ ଇନଫ୍ଲୁଏନ୍ସର ୬୦ ବର୍ଷୀୟ ବୃଦ୍ଧଙ୍କୁ ବିବାହ କରିଛନ୍ତି ।

ବୃଦ୍ଧଙ୍କୁ ବିବାହ କରିବା ପରେ ତାଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ୍ ହୋଇଯାଇଛି । ଏଥିପାଇଁ ଟ୍ରୋଲ୍ର ଶିକାର ହେବାକୁ ପଡ଼ିଛି । ମିନିଆଙ୍କ ଅନୁସାରେ, ତାଙ୍କର ଏବଂ ୬୦ ବର୍ଷୀୟ ମାସ୍ମିମୋଙ୍କ ସାକ୍ଷାତ ପ୍ରାୟ ୫ ବର୍ଷ ତଳେ ହୋଇଥିଲା । ସେତେବେଳେ ମାସ୍ମିମୋ, ମିନିଆଙ୍କ ସ୍କୁଲ ଶିକ୍ଷକ ଥିଲେ । ସ୍କୁଲରେ ପଢ଼ୁଥିବା ବେଳେ ଶିକ୍ଷକଙ୍କ ପ୍ରତି କ୍ରସ ଥିଲା କିନ୍ତୁ ସଂପର୍କ କିଛି ନଥିଲା ବୋଲି ମିନିଆ କହିଛନ୍ତି ।

ସ୍କୁଲ ଶେଷ ହେବା ପରେ ଦୁହିଁଙ୍କ ମଧ୍ୟରେ କୌଣସି ଯୋଗାଯୋଗ ନଥିଲା । କିନ୍ତୁ ଦୁଇ ବର୍ଷ ପୂର୍ବରୁ ଏକ ବୁକ୍ ଷ୍ଟୋରରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା। ଏହା ସହ ଦୁଇ ଜଣଙ୍କ ମଧ୍ୟରେ ସଂପର୍କ ଆରମ୍ଭ ହୋଇଥିଲା ଏବଂ ଧୀରେ ଧୀରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ମିନିଆ କହିଛନ୍ତି, ସେ ମାସ୍ମିମୋଙ୍କ ଜ୍ଞାନ, ଶିଖେଇବାର ତରିକାରେ ପ୍ରଭାବିତ ହୋଇଥିଲେ । କିନ୍ତୁ ସେମାନଙ୍କ ଏହି ସଂପର୍କକୁ ମିନିଆଙ୍କ ପରିବାର ଲୋକେ ଗ୍ରହଣ କରିନଥିଲେ ।

ଦୁଇ ଜଣଙ୍କ ମଧ୍ୟରେ ବୟସର ତାରତମ୍ୟ ଖୁବ ଅଧିକ । କିନ୍ତୁ ଏହି ସଂପର୍କରେ ମିନିଆ ଖୁସି ଥିବା ଜାଣି ତାଙ୍କ ପରିବାର ଶେଷରେ ରାଜି ହୋଇଥିଲେ । ତେବେ ମିନିଆଙ୍କ ଏହି ଷ୍ଟୋରୀ ଅନେକଙ୍କୁ ପସନ୍ଦ ଆସିନଥିଲା ଏବଂ ସେମାନେ ତାଙ୍କୁ ‘ଗୋଲ୍ଡ ଡିଗର’ ଆଖ୍ୟା ଦେଇଥିଲେ ।

ଏବେ ମିନିଆ ଟ୍ରୋଲର କଡ଼ା ଜବାବ ଦେଇଛନ୍ତି । କୌଣସି ମହିଳାଙ୍କ ନିଷ୍ପତ୍ତିକୁ କେବଳ ଟଙ୍କା ସହ ଯୋଡ଼ିବା ସବୁଠାରୁ ପୁରୁଣା ଏବଂ ମୌଳବାଦୀ ଚିନ୍ତାଧାରା । କିନ୍ତୁ ଏଭଳି ନିଷ୍ପତ୍ତି ନେବାକୁ ସେ ସ୍ବତନ୍ତ୍ର ବୋଲି କହିଛନ୍ତି । ତାଙ୍କୁ ଜଣାଥିଲା, ତାଙ୍କର ଏହି ସଂପର୍କକୁ ନେଇ ଅନେକ ଟ୍ରୋଲ୍ କରିବେ । କିନ୍ତୁ ଏଭଳି ଖରାପ କମେଣ୍ଟ ଆସିବ ବୋଲି ଜାଣିନଥିଲେ ବୋଲି ମିନିଆ କହିଛନ୍ତି । ଏମିତି ସମାଲୋଚନା ସମାଜର ଡର ଏବଂ ଖରାପ ଭାବନାକୁ ଦର୍ଶାଉଛି । ଏହା ତାଙ୍କର ନିଷ୍ପତ୍ତି କିମ୍ବା ପ୍ରେମ ଉପରେ ପ୍ରଭାବ ପକାଇ ପାରବି ନାହିଁ ବୋଲି ମନିଆ ପାଗ୍ନୀ କହିଛନ୍ତି ।