ହାଇଦ୍ରାବାଦରେ ଜଘନ୍ୟ ହତ୍ୟାକାଣ୍ଡ, ପିଲାଙ୍କ ସାମ୍ନାରେ ପତ୍ନୀଙ୍କୁ ଜାଳିଦେଲା ନୃଶଂସ ସ୍ବାମୀ

NEWS7
bjd-allegation-over-mobile-live-of-modi-speech

ନୂଆଦିଲ୍ଲୀ ୨୭।୧୨; ହାଇଦ୍ରାବାଦରେ ଜଘନ୍ୟ ହତ୍ୟାକାଣ୍ଡ । ପିଲାଙ୍କ ସାମ୍ନାରେ ପତ୍ନୀଙ୍କୁ ଜାଳିଦେଲେ ସ୍ବାମୀ । ତିଲକ ନଗରରେ ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ତାଙ୍କ ସ୍ୱାମୀ ତାଙ୍କ ଭଡ଼ା ଘରେ ଜୀବନ୍ତ ଜାଳି ଦେଇଛନ୍ତି। ଜଣେ ହୋଟେଲ କର୍ମଚାରୀ ଥିବା ଚିତ୍ୟାଲା ତ୍ରିବେଣୀ ଗାନ୍ଧୀ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ସ୍ୱାମୀ ୩୨ ବର୍ଷୀୟ ଦିନ ମଜୁରିଆ କେ ଭେଙ୍କଟେଶଙ୍କୁ ଗୁରୁବାର ଗିରଫ କରାଯାଇଛି।

ତ୍ରିବେଣୀଙ୍କ ପିତା ଦାଖଲ କରିଥିବା ଅଭିଯୋଗ ଅନୁଯାୟୀ, ଏହି ଦମ୍ପତି ପାଞ୍ଚ ବର୍ଷ ପୂର୍ବେ ନିଜ ଜନ୍ମସ୍ଥାନ ହୁଜୁର ନଗରରୁ ହାଇଦ୍ରାବାଦକୁ ଯାଇଥିଲେ । ସେମାନେ ଗତ ଏକ ବର୍ଷ ହେବ ତିଲକ ନଗରର ଏକ ଘରେ ସେମାନଙ୍କର ଦୁଇ ସନ୍ତାନଙ୍କ ସହ ସହ ରହୁଥିଲେ। ଭେଙ୍କଟେଶ ତାଙ୍କ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ପୂର୍ବରୁ ମାରପିଟ୍ କରୁଥିଲେ । ବୁଧବାର ରାତିରେ ଭଡ଼ା ଘରୁ ନିଆଁ ବାହାରୁ ଥିବା ପଡ଼ୋଶୀ ଦେଖିବାକୁ ପାଇଥିଲେ ।

ଏହାପରେ ସେଠାକୁ ଯାଇ କବାଟ ଖୋଲି ତ୍ରିବେଣୀ ପୋଡ଼ି ଯାଇଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଅଭିଯୁକ୍ତ ସ୍ବାମୀ ନିଜ ଦୁଇ ପିଲାଙ୍କୁ ବାହାରକୁ ନେଇ ସମୋସା ଖାଇବାକୁ ଦେଇଥିଲା, ଆଉ ତୁମ ମାଆ ମରିବାକୁ ଯାଉଛି ବୋଲି ବି କହିଥିଲା । ଏବେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।