ଦ୍ୱିତୀୟ ଥର ବିବାହ କରିବେ ପୂର୍ବତନ କ୍ରିକେଟର, ନାମୀଦାମୀ ଷ୍ଟାରକାଷ୍ଟଙ୍କୁ ନିମନ୍ତ୍ରଣ

NEWS7
birth-anniversary-yash-chopra-make-superstar-like-sridevi-amitabh-bachchan-shah-rukha

ମୁମ୍ୱାଇ ୦୬/୦୨: ପୂର୍ବତନ ଭାରତୀୟ କ୍ରିକେଟର । ଶିଖର ଧଓ୍ୱନ, ଗବ୍ବର ଭାବେ ବେଶ ଜଣାଶୁଣା । ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି ଏହି ପୂର୍ବତନ ଓପନର । ପୁଣିଥରେ ହାତକୁ ଦିହାତ ହେବେ ସଂସାର ଗଢିବେ । ତାଙ୍କର ବହୁ ଚର୍ଚ୍ଚିତ ଗର୍ଲଫ୍ରେଣ୍ଡ ତଥା ଆୟରଲ୍ୟାଣ୍ଡର ମଡେଲ ସୋଫି ସାଇନ୍ଙ୍କୁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରି ଆସୁଛନ୍ତି।

ରିପୋର୍ଟ ଅନୁସାରେ, ଫେବୃଆରୀ ମାସରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବେ । ଏଥିପାଇଁ ଫେବୃଆରୀ ତୃତୀୟ ସପ୍ତାହରେ ଦିଲ୍ଲୀ-ଏନସିଆରରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହେବ । ଯେଉଁଥିରେ କେବଳ କ୍ରିକେଟ୍ ତାରକା ନୁହେଁ ବଲିଉଡର ବଡ଼ ବଡ଼ ଷ୍ଟାରକାଷ୍ଟ ବି ସାମିଲ ହେବେ । ବିବାହ ପାଇଁ ପ୍ରସ୍ତୁତି ପୂର୍ବରୁ ହିଁ ଆରମ୍ଭ ହୋଇସାରିଛି । ଏହା ଉଭୟଙ୍କ ପାଇଁ ଏକ ନୂତନ ଆରମ୍ଭ । ଉଭୟ ବି ଏଥିପାଇଁ ବହୁତ ଖୁସି ଅଛନ୍ତି।

ବିବାହ ପ୍ରସ୍ତୁତିରେ ଶିଖର ନିଜେ ସାମିଲ ହୋଇଛନ୍ତି ଯେପରି ତାଙ୍କ ଖୁସିରେ କୌଣସି ଅଭାବ ନ ରହୁ।ଉଭୟଙ୍କ ସମ୍ପର୍କକୁ ନେଇ ଗତ କିଛି ମାସ ଧରି ଚାଲିଥିବା ଚର୍ଚ୍ଚା ପରେ ଏହି ଖବର ସାମ୍ନାକୁ ଆସିଛି । ପ୍ରଥମେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ସମୟରେ ଧୱନଙ୍କ ସହ ଷ୍ଟାଣ୍ଡରେ ସୋଫି ସାଇନ୍ଙ୍କୁ ଦେଖିବା ପରେ ଏହି ଗୁଜବ ଆରମ୍ଭ ହୋଇଥିଲା । ଅନେକ ଲୋକ ତାଙ୍କ ସହ ଥିବା 'ମିଷ୍ଟ୍ରି ଲେଡି'ଙ୍କ ବିଷୟରେ ଜାଣିବାକୁ ଚାହୁଥିଲେ। ପରେ ସୋସିଆଲ ମିଡିଆରେ କିଛି ହିଣ୍ଟ୍ସ ଦେଇଥିଲେ ଗବ୍ବର । ଏମିତିକି ସର୍ବସାଧାରଣରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।

 

 
 
 
 
 
 
 
 
 
 
 
 
 
 
 

A post shared by Soph (@sophieshine93)

କିଛି ଦିନ ତଳେ ଦୁବାଇରେ ଶିଖର ଓ ସୋଫିଙ୍କ ସାକ୍ଷାତ କିଛି ବର୍ଷ ପୂର୍ବେ ହୋଇଥିଲା । ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ପରେ ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା । ଏହା ପରେ ଆଇପିଏଲ୍ ୨୦୨୪ ସମୟରେ ମଧ୍ୟ ସୋଫିଙ୍କୁ ଅନେକ ଥର ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା।

ପୂର୍ବରୁ ଶିଖର ଧଓ୍ୱନ ଅଷ୍ଟ୍ରେଲିଆରେ ରହୁଥିବା ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ । ଉଭୟଙ୍କର ଜୋରାଭର ଧୱନ ନାମକ ଏକ ପୁଅ ଅଛି । ୨୦୧୨ ମସିହାରେ ଶିଖର ଏବଂ ଆୟେଶା ବିବାହ କରିଥିଲେ । କିନ୍ତୁ ୨୦୨୧ ମସିହାରେ ଆୟେଶା ଧୱନଙ୍କଠାରୁ ଅଲଗା ହେବା ନେଇ ସୂଚନା ଦେଇଥିଲେ ଏବଂ ୨୦୨୩ ମସିହାରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା ।ସୋଫି ଜଣେ ଆଇରିଶ୍ ପ୍ରଡକ୍ଟ କନସଲଟାଣ୍ଟ, ତାଙ୍କର ବୃତ୍ତିଗତ ପୃଷ୍ଠଭୂମି ବହୁତ ଭଲ ।

ସେ ଲିମେରିକ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ମାର୍କେଟିଂ ଏବଂ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି । ବର୍ତ୍ତମାନ ସେ ଆବୁଧାବିରେ ଅବସ୍ଥିତ ନର୍ଦନ ଟ୍ରଷ୍ଟ କର୍ପୋରେସନରେ ଦ୍ୱିତୀୟ ଉପ-ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି । ଲାଇମଲାଇଟ ଅଧିକ ନ ରହି ମଧ୍ୟ ସୋଫି ନିଜର ଗ୍ଲାମରସ ଲୁକ୍ ଏବଂ ଷ୍ଟାଇଲିସ୍ ଫଟୋ ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।