ସାହସିକତା ପାଇଁ ଓଡ଼ିଶାରୁ ୪ ଜଣ ପାଇବେ ପୋଲିସ ସେବା ପଦକ, ରାଷ୍ଟ୍ରପତି ପୋଲିସ ସେବା ପଦକରେ ସମ୍ମାନିତ ହେବେ ଜଣେ CBI ଅଧିକାରୀ

NEWS7
birla-group-chief-b-k-birla-now-no-more

ଭୁବନେଶ୍ବର ୨୫।୧: ସାହସିକତା ପାଇଁ ଓଡ଼ିଶାରୁ ୪ ଜଣ ପାଇବେ ପୋଲିସ ପଦକ । ଘୋଷଣା ହୋଇଛି ପୋଲିସ ସେବା ପଦକ । DSP ଅତୁଲ କ୍ରିଷ୍ଣା ଦାସ, ASI ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପାଇବେ ସାହସିକତା ପଦକ । ୨ କନଷ୍ଟେବଲ ଘନଶ୍ୟାମ ସାହୁ ଓ ଥବିର ମାଝୀ ପାଇବେ ସାହସିକତା ପଦକ । ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ପଦକ । ADG ପ୍ରତୀକ ମହାନ୍ତି, DCP ପ୍ରଫୁଲ୍ଲ ସିଂଙ୍କୁ ମିଳିବ ବିଶିଷ୍ଟ ସେବା ପଦକ ।

ସେହିଭଳି ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପଦକ । IG ସାର୍ଥକ ଷଡ଼ଙ୍ଗୀ, କମାଣ୍ଡାଣ୍ଟ ଶ୍ରୀପ୍ରସାଦ ତମାଙ୍ଗ, ASP ଶୁଭନାରାୟଣ ମୁଦୁଲି, DSP ପ୍ରଦୀପ କୁମାର, ପ୍ରଣିତା କୁମାରୀ ରାୟ, କମାଣ୍ଡାଣ୍ଟ ଅଶୋକ ମହାନ୍ତି ପାଇବେ ପଦକ ।

ସେପଟେ ମୋଟ୍ ୩୧ ଜଣ ରାଷ୍ଟ୍ରପତି ପୋଲିସ ସେବା ପଦକରେ ସମ୍ମାନିତ ହେବେ । ଓଡ଼ିଶାରୁ ଜଣେ CBI ଅଧିକାରୀ ସମ୍ମାନିତ ହେବେ । ଉଲ୍ଲେଖନୀୟ ସେବା ପାଇଁ CBI ଏଏସ୍ପି ବୈଦ୍ୟନାଥ ସାମଲଙ୍କୁ ମିଳିବ ପଦକ ।