ଆଇଆଇଟି ମାଡ୍ରାସରେ ‘ପୋଙ୍ଗଲ ପର୍ବ’ ପାଳିଲେ କେନ୍ଦ୍ରମନ୍ତ୍ରୀ, ସମାଜରେ ସଦଭାବନା ଏବଂ ଏକତାକୁ ପ୍ରତିଫଳିତ କରେ ପୋଙ୍ଗଲ

NEWS7
binay-sharma-case-a-file-in-supreme-court

ଚେନ୍ନାଇ/ନୂଆଦିଲ୍ଲୀ ୧୪।୧: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସ ପରିସରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ପାରମ୍ପରିକ ପୋଷାକ ପିନ୍ଧି ତାମିଲନାଡୁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ପୋଙ୍ଗଲ’ ପର୍ବ ପାଳନ କରିଛନ୍ତି ।

ପ୍ରତିଷ୍ଠାନର କମ୍ୟୁନିଟି ହଲ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ ଅମଳର ଏହି ପର୍ବକୁ ଉପଭୋଗ କରିଥିଲେ । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡୁବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ପୋଙ୍ଗଲ ହେଉଛି କୃତଜ୍ଞତା, ସମୃଦ୍ଧି ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ । ଏହା ଆମ ସମାଜରେ ସଦଭାବନା ଏବଂ ଏକତାକୁ ପ୍ରତିଫଳିତ କରିଥାଏ । ଏହି ପର୍ବ ଶିକ୍ଷାୟତନ ପରିସରରେ ଭବ୍ୟ ବାତାବରଣ ସୃଷ୍ଟି କରିବା ସହ ଭାରତୀୟ ସଂସ୍କୃତିର ବିଭିନ୍ନତା ମଧ୍ୟରେ ଏକତାକୁ ଆହୁରି ସୁଦୃଢ଼ କରିଛି ।

ମନ୍ତ୍ରୀ ଆଇଆଇଟି ମାଡ୍ରାସ ପରିବାର ସହ ସମୟ ବିତାଇବା ନେଇ ଖୁସି ବ୍ୟକ୍ତ କରିବା ସହ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଶାନ୍ତି, ସମୃଦ୍ଧି ଏବଂ ସୁଖମୟ ଜୀବନ କାମନା କରିଛନ୍ତି । ଏହି ସ୍ୱତନ୍ତ୍ର ଉତ୍ସବରେ ଉଚ୍ଚ ଶିକ୍ଷା ବିଭାଗର ସଚିବ ବିନୀତ ଯୋଶୀ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭି. କାମାକୋଟି, ବିଭିନ୍ନ ବିଭାଗର ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।

​​​​​​​

ଏହାପରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନ କାଶୀ ତାମିଲ ସଙ୍ଗମମ୍ ୪.୦ର ସ୍ୱେଚ୍ଛାସେବୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଗସ୍ତ କାଳରେ ଆଇଆଇଟି ମାଡ୍ରାସ ପକ୍ଷରୁ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।