ପ୍ରଦୂଷଣ ମଧ୍ୟରେ କୁହୁଡ଼ିର ଆତଙ୍କରେ କଲବଲା ଦିଲ୍ଲୀ-ଏନସିଆର; ୧୪୮ ବିମାନ ବାତିଲ, ଟ୍ରେନ୍ ବିଳମ୍ୱିତ

NEWS7
biker-mruta-two-labour-injured-in-ganjam

ନୂଆଦିଲ୍ଲୀ ୩୧।୧୨; ଦିଲ୍ଲୀ-ଏନସିଆରରେ ବୁଧବାର ସକାଳେ ଘନ କୁହୁଡ଼ି ଛାଇ ଯିବାରୁ ଭିଜିବିଲିଟି ଖୁବ୍ କମ୍ ହୋଇଛି। ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପରିଚାଳନା ସମ୍ୱନ୍ଧୀୟ ସମସ୍ୟା କାରଣରୁ ୧୪୮ଟି ବିମାନକୁ ବାତିଲ କରି ଦିଆ ଯାଇଛି,ଯେଉଁଥିରେ ୭୦ ପ୍ରସ୍ଥାନ ଓ ୭୮ ଆଗମନ ସାମିଲ ଅଛି। ଏହା ବ୍ୟତୀତ ଦୁଇଟି ଫ୍ଲାଇଟ୍କୁ ଡାଇଭର୍ଟ କରାଯାଇଛି। ଏହାସହ , କୁହୁଡ଼ି କାରଣରୁ ଟ୍ରେନ୍ ସେବା ପ୍ରଭାବିତ ହୋଇଛି.। ଟ୍ରେନ୍ ବିଳମ୍ୱ ହେବା କାରଣରୁ ଦିଲ୍ଲୀରେ ଷ୍ଟେସନ ଗୁଡ଼ିକରେ ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିଛି।ଏୟାର କ୍ୱାଲିଟି ଅର୍ଲି ୱାର୍ଣ୍ଣିଂ ସିଷ୍ଟମ ୩୧ ଡିସେମ୍ୱର ଓ ୧ ଜାନୁଆରୀରେ ବାୟୁର ଗୁଣବତ୍ତା ଗୁରୁତର ଶ୍ରେଣୀରେ ରହିବାକୁ ଚେତାବନୀ ଦେଇଛି। ଏହି ସ୍ଥିତି ପ୍ରତିକୂଳ ଭେଣ୍ଟିଲେସନ ଇଣ୍ଡେକ୍ସ ଓ ପ୍ରତି ଘଣ୍ଟାରୁ କମ୍ ବାୟୁର ସ୍ପିଡ୍ କାରଣରୁ ହୋଇଛି।

୧୦୦ରୁ ଅଧିକ ଫ୍ଲାଇଟ୍ ବାତିଲ 

ଆଇଜିଆଇ ଏୟାରପୋର୍ଟରେ ମଙ୍ଗଳବାର ଫ୍ଲାଇଟ୍ ଉପରେ ବଡ଼ ପ୍ରଭାବ ପଡ଼ିଛି। ସୂତ୍ରା ମୁତାବିକ ମୋଟ ୧୪୮ ଉଡ଼ାଣ ବାତିଲ ହୋଇଛି। ଏଥିରେ ୭୦ଟି ଫ୍ଲାଇଟ୍ ଦିଲ୍ଲୀରୁ ଯିବାର ଥିଲା ଏବଂ ୭୮ଟି ଫ୍ଲାଇଟ୍ ଦିଲ୍ଲୀ ପହଞ୍ଚିବାର ଥିଲା । ସକାଳ ୮.୩୦ ସମୟରେ ଏୟାରପୋର୍ଟରେ ସାଧାରଣ ଭିଜିବିଲିଟି ୨୫୦ ମିଟର ରୁଜୁ କରାଯାଇଛି , ଯାହାକି ରନୱେରେ ଭିଜିବିଲିଟି ୬୦୦ରୁ ୧୦୦୦ ମିଟର ମଧ୍ୟରେ ରହିଛି। ଏହି ଖରାପ ଭିଜିବିଲିଟି କାରଣରୁ ଯାତ୍ରୀଙ୍କୁ ଖୁବ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଏନସିଆରର ନିବାସୀ ଘନ କୁହୁଡ଼ି ଓ ବିପଜ୍ଜନକ ବାୟୁର ଗୁଣବତ୍ତା ଦେଇ ଗତି କରୁଛନ୍ତି। ପାଣିପାଗ ବିଭାଗ (ଆଇଏମଡି) ଦିଲ୍ଲୀ ପାଇଁ ୟେଲୋ ଆଲର୍ଟ ଜାରି କରିଛି, କାରଣ କୁହୁଡ଼ି ଗତ ଦିନର ତୁଳନାରେ ଅଧିକ ଘନ ଥିଲା। ବାୟୁର ଗତି ଧୀମା ହେବା ଓ ଭେଣ୍ଟିଲେସନ ଇଣ୍ଡେକ୍ସର ୬୦୦୦ ବର୍ଗ ମିଟର ପ୍ରତି ସେକେଣ୍ଡରୁ ତଳେ ରହିବା କାରଣରୁ ଆଗାମୀ ଛଅ ଦିନ ଯାଏ ବାୟୁ ଗୁଣବତ୍ତା ବହୁତ ଖରାପ ଶ୍ରେଣୀରେ ରହିବାର ଆଶଙ୍କା ରହିଛି।