LIVE TV

ଲଣ୍ଡନରେ ଯୁବକଙ୍କ ଛୁରାମାଡରେ ଜଣେ ମୃତ, ସନ୍ଦିଗ୍ଧ ଆଫଗାନିସ୍ତାନ ନାଗରିକ ଗିରଫ

NEWS7
bike-accident-in-polosara

ନୂଆଦିଲ୍ଲୀ ୨୯।୧୦; ବ୍ରିଟେନର ରାଜଧାନୀ ଲଣ୍ଡନରେ ଅଘଟଣ । ଯୁବକଙ୍କ ଛୁରୀ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀ ଆଫଗାନ ବୋଲି କୁହାଯାଉଛି ସେ ୨୦୨୦ ମସିହାରେ ୟୁକେରେ ଆସିଥିଲା। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି। ହେଲେ ଆକ୍ରମଣ ପଛରେ ଆତଙ୍କବାଦୀ ଉଦ୍ଦେଶ୍ୟ ଥିବା ସମ୍ଭାବନାକୁ ସେମାନେ ଖାରଜ କରିଛନ୍ତି।

ପଶ୍ଚିମ ଲଣ୍ଡନରେ ମଙ୍ଗଳବାର ଦିନ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ବ୍ରିଟିଶ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସନ୍ଦିଗ୍ଧ ବ୍ୟକ୍ତି ଜଣେ ଆଫଗାନ ନାଗରିକଗୃହ ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ ସେ ୨୦୨୨ ମସିହାରୁ ଆଇନଗତ ଭାବରେ ୟୁକେରେ ରହୁଥିବା ଜଣେ ବିଦେଶୀ ନାଗରୀକ

ଲଣ୍ଡନ ପୋଲିସ ଏକ ବିବୃତ୍ତିରେ କହିଛି ଯେ ଛୁରୀ ଆକ୍ରମଣ ପରେ ୪୯ ବର୍ଷୀୟ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ସେ ସେଠାରେ ମୃତ୍ୟୁବରଣ କରିଥିଲେ। ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ମୁଖ୍ୟ ଏହି ଆକ୍ରମଣକୁ ଏକ ଆତଙ୍କବାଦୀ ଘଟଣା ଭାବରେ ବିଚାର କରୁନାହିଁ ଏବଂ ସନ୍ଦିଗ୍ଧ ଏବଂ ପୀଡିତଙ୍କ ମଧ୍ୟରେ କୌଣସି ସମ୍ପର୍କ ଥିଲା କି ନାହିଁ ତାହା ତଦନ୍ତ କରୁଛି।