#AJIT_PAWAR_PLANECRASH : ଡ୍ୟୁଟି ନଥିଲା,ଅନ୍ୟ ପାଇଲଟ୍ ଟ୍ରାଫିକରେ ଅଟକି ଯିବାରୁ ସୁମିତଙ୍କୁ ଉଡାଇବାକୁ ପଡିଥିଲା ପାଓ୍ୱାରଙ୍କ ବିମାନ

NEWS7
bike-accident-boudh-one-died-one-injured

ନୂଆଦିଲ୍ଲୀ,୩୦|୧: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ମହାରାଷ୍ଟ୍ରର ଡେପୁଟି ସିଏମ୍ ଅଜିତ ପାଓ୍ୱାର । ବାରାମତୀରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଅଜିତଙ୍କ ସହ ଆଉ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ଦୁଇ ଜଣ କ୍ରୁ ମେମ୍ବର ରହିଛନ୍ତି । ଏହି କ୍ରୁ ମେମ୍ବରଙ୍କ ମଧ୍ୟରୁ ଜଣେ ହେଲେ ପାଇଲଟ୍ କ୍ୟାପ୍ଟେନ୍ ସୁମିତ କପୁର । ତେବେ ସୁମିତଙ୍କ ମୃତ୍ୟୁ ପରେ ବଡ କଥା କହିଛନ୍ତି ତାଙ୍କ ବନ୍ଧୁ । ସୁମିତ ଅଜିତଙ୍କ ବିମାନ ସେଦିନ ଚଳାଇନଥାନ୍ତେ ବୋଲି ବନ୍ଧୁମାନେ କହିଛନ୍ତି ।

ସୁମିତଙ୍କ ବନ୍ଧୁମାନଙ୍କ କହିବାନୁସାରେ, ସେଦିନ ସୁମିତ ବିମାନ ଚଳାଇବା ନେଇ ଯୋଜନା ନଥିଲା । ଅନ୍ୟ ଜଣେ ପାଇଲଟ ଏହାକୁ ଉଡାଇଥାନ୍ତେ । କିନ୍ତୁ ସେହି ପାଇଲଟଜଣଙ୍କ ଟ୍ରାଫିକରେ ଫସି ଯାଇଥିଲେ । ତେଣୁ ସୁମିତଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେ କିଛି ଦିନ ତଳେ ହଂକଂରୁ ଭାରତ ଫେରିଥିଲେ । ଅଜିତଙ୍କ ବିମାନ ଉଡାଇବା ପାଇଁ ତାଙ୍କୁ କେଇ ଘଣ୍ଟା ଆଗରୁ ନିର୍ଦ୍ଦେଶ ଆସିଥିଲା ।

ସୁମିତ ଅଜିତଙ୍କୁ ନେଇ ମୁମ୍ବାଇରୁ ବାରାମତୀ ଯାଉଥିଲେ । ଯେଉଁଠି ଏକ ନିର୍ବାଚନ ରାଲିରେ ସେ ଯୋଗ ଦେଇଥାନ୍ତେ । ସକାଳ ପ୍ରାୟ ଟା ବେଳେ ବିମାନଟି ଉଡାଣ ଭରିଥିଲା । କିନ୍ତୁ ଟା୪୫ରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ କ୍ୟାପ୍ଟେନ୍ ପାଇଲଟ ସୁମିତ କପୁରଙ୍କ ସହ କୋ ପାଇଲଟ୍ ସମ୍ଭାବି ପାଠକ, ଫ୍ଲାଇଟ୍ ଆଟେଣ୍ଟାଣ୍ଟ୍ ପିଙ୍କି ମଲି, ଅଜିତଙ୍କ ସୁରକ୍ଷା କର୍ମୀ ଭିଦିପ ଯାଦବ ପ୍ରାଣ ହରାଇଥିଲେ ।

ସାଙ୍ଗମାନେ ଆହୁରି କହିଛନ୍ତି ଯେ, ସୁମିତଙ୍କ ପାଖରେ ଖୁବ୍ ଅଭିଜ୍ଞତା ଥିଲା । ସେ ଭୁଲ କରିବା କଥା ସହଜରେ ବିଶ୍ୱାସ କରିହେଉନି । ତେବେ ସେ ଜଣେ ଦୟାଳୁ ପ୍ରକୃତିର ବ୍ୟକ୍ତି ଥିଲେ । ତାଙ୍କର ପୁଅ ଏବଂ ଜ୍ୱାଇଁ ଉଭୟ ପାଇଲଟ ଅଛନ୍ତି । ତେବେ ତଙ୍କ ମୃତଦେହକୁ ହାତରେ ପିନ୍ଧିଥିବା ବ୍ରେସଲେଟରୁ ଚିହ୍ନଟ କରାଯାଇଥିଲା । ପ୍ରଥମେ ଘଟଣାକୁ କେହି ସହଜରେ ବିଶ୍ୱାସ କରିପାରିନଥିଲେ ।

ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ, ପାଇଲଟ ସଠିକ ଭାବରେ ରନଓ୍ୱେକୁ ପରଖି ପାରିନଥିଲେ । ଖରାପ ପାଣିପାଗ ଏବଂ କୁହୁଡି ପାଇଁ ଭଲରେ କିଛି ଦେଖାଯାଉନଥିଲା । ଏହାସହ ଯାନ୍ତ୍ରିକ ଦିଗକୁ ମଧ୍ୟ ନଜରରେ ରଖାଯାଇ ତଦନ୍ତ ହେଉଛି ।