ଏଏନଏମର ଦ୍ୱିତୀୟ ବର୍ଷର ଆଜିର ପରୀକ୍ଷା ସ୍ଥଗିତ, ପରୀକ୍ଷା ଆରମ୍ଭ ପୂର୍ବରୁ ଲିକ୍ ହୋଇଥିଲା ପ୍ରଶ୍ନପତ୍ର

NEWS7
bijepur-by-poll-25-7-percent-voting-till-11am

ଭୁବନେଶ୍ବର ୫।୧୨: ସ୍ଥଗିତ ହେଲା ଏଏନଏମର ଦ୍ୱିତୀୟ ବର୍ଷର ଆଜିର ପରୀକ୍ଷା । ପଞ୍ଚମ ପେପର- ମିଡ ୱାଇଫେରୀ ପରୀକ୍ଷା ସ୍ଥଗିତ ହୋଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି । ONMEB ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ପରୀକ୍ଷା ଆରମ୍ଭ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ ହୋଇଥିଲା

ଏଏନଏମ ପ୍ରଶ୍ନପତ୍ର ଲିକ୍ ନେଇ ବିଧାନସଭାରେ କଂଗ୍ରେସ ବିଧାୟକ ରାଜନ ଏକ୍କା ପ୍ରଶ୍ନ ଉଠାଇଥିଲେ । ପଏଣ୍ଟ ଅଫ୍ ଅର୍ଡରରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ରାଜନ ଏକ୍କା । ପରୀକ୍ଷାକୁ ବାତିଲ ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ । ଶୁକ୍ରବାର ୨ଟା ବେଳେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଦିନ ୧୧ଟା ବେଳେ ବଜାରରେ ପ୍ରଶ୍ନପତ୍ର ବିକ୍ରି ହେଉଥିବା ନେଇ ବିଧାୟକ ପ୍ରଶ୍ନ କରିଥିଲେ ।

ଗଜପତି ଜିଲ୍ଲାରେ ପାରଳାଖେମୁଣ୍ଡି ମହାରାଜ ବାଳକ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ମଧ୍ୟ ବଣ୍ଟା ହୋଇଥିଲା । ପରେ ହଠାତ ପରୀକ୍ଷାକୁ ବାତିଲ କରାଯାଇଛି । ପରିଶ୍ରମ କରି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ପରୀକ୍ଷାର୍ଥୀ ମାନେ ପରୀକ୍ଷାକେନ୍ଦ୍ରରୁ ନିରାଶ ହୋଇ ଫେରିଛନ୍ତି । ସେହି ସମୟରେ ପରୀକ୍ଷାର୍ଥୀ ମାନେ ଭାବବିହ୍ବଳ ହୋଇପଡ଼ିଥିଲେ । କେହି ଦୁର୍ବୃତ୍ତ ପ୍ରଶ୍ନପତ୍ର ଲିକ୍ କରିବା ଯୋଗୁଁ ସମସ୍ତଙ୍କୁ ହଇରାଣ ହେବାକୁ ପଡିଲା ବୋଲି ପରୀକ୍ଷାର୍ଥୀ କହିଛନ୍ତି ।