ରାଗରେ ନିଆଁ ହେଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା...ମାହିକା ଶର୍ମାଙ୍କ ଭିଡିଓକୁ ନେଇ ହଙ୍ଗାମା

NEWS7
bijaya-panigrahi-reaction-corona-vaccination

ନୂଆଦିଲ୍ଲୀ ୦୯/୧୨: ଟିମ୍ ଇଣ୍ଡିଆର ନମ୍ୱର ଓ୍ୱାନ୍ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବ୍ୟକ୍ତିଗତ ଜୀବନରେ ଚର୍ଚ୍ଚା ହେଉ ବା ପ୍ରଫେସନାସଲ ଲାଇଫ୍ । ସବୁବେଳେ ଖୁସ୍ ମିଜ୍ଜାଜ୍ରେ ରହିଥାନ୍ତି । ସାଧାରଣତଃ ବହୁତ ଆରାମଦାୟକ ମନୋଭାବରେ ଥାଆନ୍ତି । ସୋସିଆଲ ମିଡିଆରେ ନିଜର ମଜାଦାର ଫଟୋ ପୋଷ୍ଟ କରନ୍ତି । କିନ୍ତୁ ଏଥର ତାଙ୍କର କିନ୍ତୁ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ସେ ଖୁବ୍ ଜୋରରେ ବି ରାଗିଯାଇଛନ୍ତି । ରାଗର ବି କାରଣ ବି ଅଛି । କାରଣ ହେଉଛି, ତାଙ୍କ ପ୍ରେମିକା ମାହିକା ଶର୍ମାଙ୍କ ଏକ ଭିଡିଓ ।

ହାର୍ଦ୍ଦିକ ପାଣ୍ଡ୍ୟା କିଛି ଫଟୋ ସାମ୍ବାଦିକଙ୍କ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଅଭିଯୋଗ କରିଛନ୍ତି ଯେ ତାଙ୍କ ପ୍ରେମିକା ମାହିକା ଶର୍ମା ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ଛାଡି ଯାଉଥିବା ସମୟରେ ତାଙ୍କୁ ଅନୁପଯୁକ୍ତ ଦୃଷ୍ଟିକୋଣରୁ ଭିଡିଓ ଏବଂ ଫଟୋଗ୍ରାଫ୍ କରାଯାଇଥିଲା। କାହିଁକି ରାଗିଲେ ପାଣ୍ଡ୍ୟା? ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ଲେଖିଛନ୍ତି । "ମୁଁ ଜାଣେ ଯେ ଲୋକମାନେ ତୁମକୁ ଏକ ସାର୍ବଜନୀନ ମଞ୍ଚରେ ଦେଖୁଛନ୍ତି । ଏହା ମୁଁ ବାଛିଥିବା ଜୀବନର ଏକ ଅଂଶ । କିନ୍ତୁ ଏବେ ସବୁ ସୀମା ପାର୍ କରିଛି । ମାହିକା ବାନ୍ଦ୍ରାର ଏକ ରେଷ୍ଟୁରାଣ୍ଟର ସିଡ଼ି ଦେଇ ତଳକୁ ଆସୁଥିଲେ ।

​​​​​​​

ପାପାରାଜିମାନେ ତାଙ୍କୁ ଏପରି ଏକ ଦୃଷ୍ଟିକୋଣରୁ ଭିଡିଓ କରିଥିଲେ । ଯାହା କୌଣସି ମହିଳାଙ୍କ ପାଇଁ ଉପଯୁକ୍ତ ନୁହେଁ । ଏକ ବ୍ୟକ୍ତିଗତ ମୁହୂର୍ତ୍ତକୁ ପ୍ରଘଟ କରିଥିଲା । ପ୍ରତ୍ୟେକ ମହିଳା ସମ୍ମାନ ପାଇବା ଯୋଗ୍ୟ, ଓ ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ସଂଯମତା ଆବଶ୍ୟକ । ମୁଁ ଜାଣିଛି ଗଣମାଧ୍ୟମର ଲୋକମାନେ ବହୁତ କଠିନ ପରିଶ୍ରମ କରୁଛନ୍ତି । କିନ୍ତୁ ମୁଁ ତୁମ ସମସ୍ତଙ୍କୁ କିଛି ସଂଯମତା ଅବଲମ୍ବନ କରିବାକୁ ଅନୁରୋଧ କରୁଛି। କ୍ୟାମେରାରେ ସବୁକିଛି କଏଦ କରିବା ଠିକ୍ ନୁହେଁ। ପ୍ରତ୍ୟେକ ଦୃଷ୍ଟିକୋଣକୁ କଏଦ କରିବା ଆବଶ୍ୟକ ନୁହେଁ। ଏହି ଖେଳରେ ମାନବିକତା ବଜାୟ ରଖ।

​​​​​​​

କହିରଖୁ ଯେ, ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ କଟକରେ ଟିମ୍ ଇଣ୍ଡିଆ ସହିତ ଅଛନ୍ତି। ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କଟକରେ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହା ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ମ୍ୟାଚ୍। ସେ ଏସିଆ କପରେ ଆହତ ହୋଇଥିଲେ ଏବଂ ଦୁଇ ମାସ ପାଇଁ ଖେଳରୁ ବାହାରେ ଥିଲେ। ତଥାପି, ଏହି ମ୍ୟାଚ୍ ପୂର୍ବରୁ ପାଣ୍ଡ୍ୟାଙ୍କ ମନୋଭାବ ଖରାପ ହୋଇସାରିଛି। ଆଶା କରାଯାଉଛି, ସେ ଏହି ବିବାଦରୁ ଦୂରେଇ ରହି ଟିମ୍ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିପାରିବେ।