ପାଶ୍ଚାତ୍ୟ ଦେଶଙ୍କ ତୁଳନାରେ AI ଯୋଗୁ ଭାରତରେ ନିଯୁକ୍ତି ଯିବାର ବିପଦ କମ୍, କାରଣ କହିଲେ IT ସଚିବ

NEWS7
bihars-boy-made-cup-plate-by-corn-pill-and-praised-by-government

ନୂଆଦିଲ୍ଲୀ ୨୫।୧୨: ସୂଚନା ଓ ପ୍ରୟୁକ୍ତି (ଆଇଟି) ସଚିବ ଏସ୍.କୃଷ୍ଣନ କହିଛନ୍ତି ଯେ କୁତ୍ରିମ ବୁଦ୍ଧିମତା (ଏଆଇ) କାରଣରୁ ଜ୍ଞାନ ଆଧାରିତ ଅଥବା ଦପ୍ତରରେ ଚାକିରୀ ଉପରେ ପଡୁଥିବା ପ୍ରଭାବ ପାଶ୍ଚାତ୍ୟ ଦେଶଙ୍କ ତୁଳନାରେ ଭାରତରେ କମ୍। ଏହାର କାରଣ ହେଉଛି ଭାରତରେ ମୋଟ ୱାର୍କ ଫୋର୍ସରୁ ଅଫିସରେ ବସି କାମ କରୁଥିବା କର୍ମଚାରୀଙ୍କ ସଂଖ୍ୟା ଅପେକ୍ଷାକୃତ କମ୍। ଏହା ଛଡା ଭାରତରେ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନୟରିଂ ଓ ଗଣିତ (ଏସଟିଇଏମ) ଆଧାରିତ ନିଯୁକ୍ତିର ଦବଦବା ଅଧିକ।

ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କୃଷ୍ଣନ କହିଛନ୍ତି ଯେ ରୋଜଗାର ଉପରେ ଏଆଇର ପ୍ରଭାବକୁ ନେଇ ଯେଉଁ ଉଦବେଗ ପ୍ରକାଶ ପାଉଛି ତାହା ଭାରତ ସନ୍ଦର୍ଭରେ ସେହି ତୀବ୍ରତାରେ ଦେଖାଯିବା ଉଚିତ ନୁହେଁ। ସେ କହିଛନ୍ତି ଯେ ପାଶ୍ଚାତ୍ୟ ଅର୍ଥ ବ୍ୟବସ୍ଥାଗୁଡିକ ତୁଳନାରେ ଭାରତରେ କାର୍ଯ୍ୟାଳୟ ଆଧାରିତ ଚାକିରୀ ବହୁତ କମ୍। ଏଣୁ ସଂଜ୍ଞାନାତ୍ମକ ଅଥବା ଜ୍ଞାନ ଆଧାରିତ କାର୍ଯ୍ୟରେ ଏଆଇର ବିପଦ ସୀମିତ।

ଆଇଟି ସଚିବ କହିଛନ୍ତି ଯେ ଭାରତରେ କାର୍ଯ୍ୟାଳୟ ଆଧାରିତ ଅଧିକାଂଶ ରୋଜଗାର ଏସଟିଇଏମ କ୍ଷେତ୍ର ସହିତ ସଂଯୁକ୍ତ ରହିଛି, ଯାହା ଏଆଇ କାଳରେ ନୂଆ ଅବସର ସୃଷ୍ଟି କରୁଛି। କୃଷ୍ଣନଙ୍କ ଅନୁସାରେ ଏଆଇ ଏପରି ପ୍ରଥମ ଟେକ୍ନୋଲଜି ଯାହା ଜ୍ଞାନ ଆଧାରିତ କର୍ମଚାରୀ ଓ ସଂଜ୍ଞାନାତ୍ମକ ଶ୍ରମକୁ ପ୍ରଭାବିତ କରିପାରିବ। ଏଣୁ ପୂର୍ବରୁ ହୋଇଥିବା ଉଦ୍ୟୋଗ କ୍ରାନ୍ତିରେ ମେସିନ ଅଧିକାଂଶ ଶାରୀରିକ ଶ୍ରମର ସ୍ଥାନ ନେଇଥିଲା। ସେତେବେଳେ ମସ୍ତିଷ୍କ ଦ୍ୱାରା କରାଯାଉଥିବା କାମର ମେସିନ ନେଇ ପାରିନଥିଲା।

ଏଆଇ ନିକଟ ଭବିଷ୍ୟତରେ ମାନବିକ କାର୍ଯ୍ୟକୁ ସମ୍ପୂର୍ଣ୍ଣ ସମାପ୍ତ କରିଦେବ ବୋଲି ଯେଉଁ ଧାରାଣା ରହିଛି ତାକୁ ଆଇଟି ସଚିବ ଖାରଜ କରିଦେଇଛନ୍ତି। ସେ କହିଛନ୍ତି ଯେ ଏଆଇର ବାସ୍ତବିକ ପ୍ରଭାବ ମାନବୀୟ କ୍ଷମତାକୁ ବଢାଇବା, ଏହାଦ୍ୱାରା ଲୋକେ ସେମାନଙ୍କ ବିଶ୍ଲେଷକାତ୍ମକ କାର୍ଯ୍ୟକୁ ଅଧିକ କୁଶଳତା ଓ ଉତ୍ପାଦକତା ସହିତ କରିପାରିବେ। ଆଇଟି ସଚିବ କହିଛନ୍ତି ଯେ ଏଆଇରୁ ମିଳୁଥିବା ଭୁଲ ଓ ତ୍ରୁଟିପୂର୍ଣ୍ଣ ସୂଚନା ଯାହାକୁ ‘ହ୍ୟେଲୁସିନେସନ’ କୁହାଯାଉଛି ଏବେବି ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ଏଣୁ ଏଆଇ ପ୍ରସ୍ତୁତ ସାମଗ୍ରୀର ମନିଟରିଂ ପାଇଁ ମାନବୀୟ ହସ୍ତକ୍ଷେପ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ।

କୃଷ୍ଣନ କହିଛନ୍ତି ଯେ ଏଆଇ ପ୍ରାଣାଳୀକୁ ସଞ୍ଚାଳିତ କରିବା ପାଇଁ ବଡ଼ କମ୍ପ୍ୟୁଟିଂ କ୍ଷମତା ଓ ମଡେଲ ନିର୍ମାଣର ଆବଶ୍ୟକତା ରହିଛି। ଯାହକୁ ଆମ ଦେଶରେ ଛୋଟ କିନ୍ତୁ ଅତ୍ୟଧିକ କୁଶଳ ପ୍ରଫେସନାଲ ସମୂହ ସମ୍ଭାଳୁଛନ୍ତି। ତେବେ ଏହି ପ୍ରକ୍ରିୟା ପୁଞ୍ଜି ପ୍ରଧାନ, ହେଲେ ରୋଜଗାର ଉପରେ ଏହାର ପ୍ରଭାବ ସୀମିତ ଥାଏ। ଅସଲି ରୋଜଗାର ଅବସର ଉପଯୋଗ ଆଧାରିତ ଏଆଇ ଆପ୍ଲିକେସନର ବିକାଶ ଓ ମୁତୟନ ଯୋଗୁ ସୃଷ୍ଟି ହେବ। ଏଥି ଲାଗି ବହୁ ସଂଖ୍ୟାରେ ପ୍ରଶିକ୍ଷିତ ପ୍ରଫେସନାଲଙ୍କ ଆବଶ୍ୟକତା ପଡିବ।

ସେ କହିଛନ୍ତି ଯେ ଭାରତ ନା କେବଳ ନିଜର ଘରୋଇ ଆବଶ୍ୟକତା ବରଂ ବୈଶ୍ୱିକ ସ୍ତରରେ ଏଆଇ ଉପଯୋଗ ଓ ମୁତୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସରକାରଙ୍କ ଦ୍ୱାରା ବିକଶିତ କରାଯାଉଥିବା ସ୍ୱଦେଶୀ ଏଆଇ ଆପ୍ଲିକେସନ ମଡେଲ ଆଗାମୀ ବର୍ଷ ଫେବୃଆରୀରେ ପ୍ରସ୍ତାବିତ ଏଆଇ ଶିଖର ସମ୍ମିଳନୀ ପୂର୍ବରୁ ପ୍ରସ୍ତୁତ ହୋଇସାରିଥିବ ବୋଲି ଆଶା କରାଯାଉଛି। ଏଣୁ ଦେଶରେ ରୋଜଗାର ସୃଜନ ଓ ଆର୍ଥିକ ବିକାଶକୁ ନୂଆ ଗତି ମିଳିପାରିବ।