ଦରଭଙ୍ଗାରେ ଭୀଷଣ ଅଗ୍ନିକାଣ୍ଡ; ଗ୍ୟାସ୍ ସିଲିଣ୍ଡର ଫାଟି ୬ମୃତ, ଅନେକ ଆହତ

Published By : Prameya-News7 Bureau | April 26, 2024 IST

ପାଟଣା: ବିହାର ଦରଭଙ୍ଗାରେ ଭୀଷଣ ଅଗ୍ନିକାଣ୍ଡ । ଗ୍ୟାସ୍ ସିଲିଣ୍ଡର ଫାଟି ଗୋଟିଏ ପରିବାର ୬ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଲୋକ ଆହତ ହୋଇଛନ୍ତି । ଗୁରୁବାର ମଧ୍ୟ ରାତ୍ରିରେ ଏକ ବିବାହ ସମାରୋହ ବେଳେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ପରେ ନିଆଁ ନିକଟରେ ରଖାଯାଇଥିବା ଏକ ଡିଜେଲ୍ ଗିଲେନରେ ଲାଗିଥିଲା । ଯାହା ଫଳରେ ନିଆଁ ଭୀଷଣ ରୂପ ଧାରଣ କରିଥିଲା । 

ଏହି ଘଟଣା ଦରଭଙ୍ଗା ଜିଲ୍ଲାର ଅଲ୍ଲୀନଗଡର ବେହଡ଼ା ଥାନାରେ ଅନ୍ତର୍ଗତ ଅଣ୍ଟୋର ଗାଁରେ ଘଟିଛି । କୁହାଯାଉଛି, ଛଗନ ପସଓ୍ବାନଙ୍କ କନ୍ୟାର ବିବାହ ସମାରୋହ ଚାଲୁଥିଲା । ବରଯାତ୍ରୀଙ୍କ ରହଣି ଏବଂ ଭୋଜନ କାର୍ଯ୍ୟକ୍ରମ ପଡୋଶୀ ରାମଚନ୍ଦ୍ର ପାସଓ୍ବାସ ଘର ପରିସରରେ ହେଉଥିଲା । ବରଯାତ୍ରୀ ପ୍ରୋସେସନ ବେଳେ ବହୁ ଅତଶବାଜି ଫୁଟାଇଥିଲେ । ଏହି ଅତଶବାଜି ଝୋଲରେ ବିବାହ ପେଣ୍ଡାଲରେ ନିଆଁ ଲାଗିଯାଇଥିଲା । ପରେ ସେଠାରେ ଥିବା ଏକ ଗ୍ୟାସ ସିଲିଣ୍ଡର ଓ ଡିଜେଲ୍ ଗିଲେନରେ ନିଆଁ ଲାଗିବା ଫଳରେ ଖୁବ୍ ଜୋରରେ ବିସ୍ଫୋରଣ ହୋଇଥିଲା । ଆଉ ଏହି ନିଆଁର ଆଁ ଭିତରେ ରାମଚନ୍ଦ୍ର ପସଓ୍ବାନଙ୍କ ପରିବାର ଆସିଯାଇଥିଲେ । ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.