ମାଆ ଥିଲା ଯାଏଁ ମାଉସୀର ଆବଶ୍ୟକତା ନାହିଁ, କୋଟିଆର ମାଆ ହେବାକୁ ଉଦ୍ୟମ ନକରୁ ଆନ୍ଧ୍ର

NEWS7
bihar-appointment-scam-angawadi-service-assistant-join-the-post-by-fake-documents-and-certificates

ଭୁବନେଶ୍ବର ୨୪।୧୨: ସରକାର ଭୁବନେଶ୍ୱର ପାଇଁ ଯେତିକି ଚିନ୍ତିତ, କୋଟିଆ ପାଇଁ ମଧ୍ୟ ସେତିକି ଚିନ୍ତିତ । କୋଟିଆ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଆନ୍ଧ୍ର ଅଧିକାରୀ କୋଟିଆରେ ପଶିଲେ ବନ୍ଧା ହେବେ । ଆନ୍ଧ୍ର ସହ କୋଟିଆ ବିବାଦକୁ ନେଇ ଆଲୋଚନା କରିବି । କୋଟିଆର ମାଆ ଓଡ଼ିଶା, ମାଉସୀ ହେଉଛି ଆନ୍ଧ୍ର । ମାଆ ଥିଲା ଯାଏଁ ମାଉସୀର ଆବଶ୍ୟକତା ନାହିଁ । କୋଟିଆର ମାଆ ହେବାକୁ ଉଦ୍ୟମ ନକରୁ ଆନ୍ଧ୍ର । କୋଟିଆ କାଲି ବି ଓଡ଼ିଶାର ଥିଲା ଆଜି ବି ଓଡ଼ିଶାର ଅଙ୍ଗ ହୋଇ ରହିଛି ।

ମନ୍ତ୍ରୀ କହିଛନ୍ତି, ବୈଠକ ପୂର୍ବରୁ ମୁଁ କୋଟିଆ ଯାଇକି ବାସ୍ତବତାକୁ ଯାଞ୍ଚ କରିଥିଲି । ସ୍ଥାନୀୟ ବିଧାୟକ, ବ୍ଲକ ଚେୟାରମ୍ୟାନ ଉପସ୍ଥିତ ଥିଲେ । କୋଟିଆ ଲୋକଙ୍କର ଭାବଭଙ୍ଗୀରେ ପରିବର୍ତ୍ତନ ହୋଇଛି । ସେମାନଙ୍କ ମନରେ ଆମ ସରକାରଙ୍କ ପ୍ରତି ବିଶ୍ଵାସ ଜନ୍ମୁଛି । ଆନ୍ଧ୍ର ଅଧିକାରୀଙ୍କୁ ସୀମା ପାର କରି ଘଉଡାଇ ଦେଲେ ବୋଲି ମନ୍ତ୍ରୀ କହିଛନ୍ତି ।

କୋଟିଆକୁ ନେଇ ସରକାରଙ୍କ ସବୁ ବିଭାଗର ସଚିବଙ୍କ ଉପସ୍ଥିତରେ କୋଟିଆ ସମୀକ୍ଷା ବୈଠକ ଶେଷ ହୋଇଛି । ସାଢ଼େ ୩ ମାସ ତଳେ କୋଟିଆ ପାଇଁ ଯେଉଁ ମିଟିଂ ହୋଇ ଖସଡ଼ା ପ୍ରସ୍ତୁତ ହୋଇଥିଲା ତାର କାର୍ଯ୍ୟକାରିତାକୁ ନେଇ ବୈଠକରେ ସମୀକ୍ଷା ହେଲା । ସରକାରୀ ଯୋଜନାର ରୂପାୟନ କୋଟିଆରେ କେମିତି ହୋଇଛି ତାକୁ ତଦାରଖ କରାଗଲା ।