LIVE TV

ହାରିଗଲେ ହ୍ୟୁମାନ ସାଗର, ୩୪ ବର୍ଷ ବୟସରେ ଦେହାନ୍ତ

NEWS7
bigboss-finalist-rashmi-deshai-casting-couch-at-the-age-of-16

ଭୁବନେଶ୍ଵର: ନୀରବି ଗଲେ ଓଡ଼ିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର। ଆଉ ଶୁଭିବନି ତାଙ୍କର ସୁମଧୁର ସ୍ଵର। ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ହାରି ଯାଇଛନ୍ତି ହ୍ୟୁମାନ। ପ୍ରତିଟି ଓଡ଼ିଆ, ବିଶେଷ କରି ଯୁବ ପିଢିଙ୍କ ହୃଦୟରେ ଘର କରି ରହିଥିବା ହ୍ୟୁମାନଙ୍କ ସୋମବାର ପରଲୋକ ଘଟିଛି। ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ୩୪ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସତ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସଙ୍ଗୀତ ପ୍ରେମୀ ସହ ସବୁ ବର୍ଗରେ ଶୋକର ଲହରି ଖେଳି ଯାଇଛି