ବୈଦେଶିକ ମୁଦ୍ରାଭଣ୍ଡାରରେ ୫.୪ ବିଲିୟନ ଡଲାରର ଭାରି ହ୍ରାସ, ୭ ସପ୍ତାହ ପରେ ଜାଣନ୍ତୁ କେତେ ଅଛି ଫୋରେକ୍ସ ରିଜର୍ଭ

Published By : Prameya-News7 Bureau | April 19, 2024 IST

ନୂଆଦିଲ୍ଲୀ ୧୯।୪: ଲଗାତାର ୭ ସପ୍ତାହର ଅଭିବୃଦ୍ଧି ପରେ ବିଦେଶୀ ମୁଦ୍ରାଭଣ୍ଡାରରେ ହ୍ରାସ ଦେଖାଯାଇଛି। ୧୨ ଏପ୍ରିଲରେ ସମାପ୍ତ ହୋଇଥିବା ସପ୍ତାହରେ ଏଥିରେ ୫.୪ ବିଲିୟନ ଡଲାର ହ୍ରାସ ହୋଇ ଏବେ ୬୪୩.୧୬ ବିଲିୟନ ଡଲାରକୁ ଖସିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ୫ ଏପ୍ରିଲରେ ସମାପ୍ତ ସପ୍ତାହରେ ବୈଦେଶିକ ମୁଦ୍ରାଭଣ୍ଡାରରେ ୨.୯୮ ବିଲିୟନ ଡଲାର ବୃଦ୍ଧି ସହିତ ୬୪୮.୫୬ ବିଲିୟନ ଡଲାରର ସର୍ବକାଳୀନ ଉଚ୍ଚସ୍ତରକୁ ପହଞ୍ଚିଥିଲା। 

ଆରବିଆଇଙ୍କ ସାପ୍ତାହିକ ତଥ୍ୟ ଅନୁସାରେ ୧୨ ଏପ୍ରିଲରେ ସମାପ୍ତ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଅଂଶ ଫରେନ କରେନ୍ସି ଆସେଟସ୍ ୬.୫୧ ବିଲିୟନ ଡଲାର ହ୍ରାସ ହୋଇ ୫୬୪.୬୫ ବିଲିୟନ ଡଲାର ହୋଇଯାଇଛି। ଏହାର ଠିକ୍ ପୂର୍ବରୁ ଅର୍ଥାତ ୫ ଏପ୍ରିଲରେ ସମାପ୍ତ ହୋଇଥିବା ସପ୍ତାହରେ ଏହା ୫୪.୯ କୋଟି ଡଲାର ବଢି ୫୭୧.୧୭ ବିଲିୟନ ଡଲାରକୁ ପହଞ୍ଚି ଯାଇଥିଲା। ଡଲାରରେ ଅଭିବ୍ୟକ୍ତ କରାଯାଉଥିବା ବିଦେଶୀ ମୁଦ୍ରା ଆସେଟ୍ ରେ ୟୁରୋ, ପାଉଣ୍ଡ ଓ ୟେନ ଭଳି ଅଣଆମେରିକୀୟ ମୁଦ୍ରାରେ ବୃଦ୍ଧି ହ୍ରାସ ପ୍ରଭାବକୁ ସାମିଲ କରାଯାଇଥାଏ। 

ଏଣୁ ବୈଶ୍ୱିକ ଉଠାପଡାରେ ନିବେଶକଙ୍କ ନିବେଶ ବାହାର କରିବା ଓ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁ ବିଦେଶୀ ମୁଦ୍ରା ଭଣ୍ଡାରରେ ବଡ଼ ହ୍ରାସ ଦେଖାଯାଇଛି। ବିଦେଶୀ ମୁଦ୍ରାଭଣ୍ଡାରକୁ ନେଇ ବ୍ୟାଙ୍କିଙ୍ଗ ନିୟାମକ ଆରବିଆଇ ଏହି ତଥ୍ୟ ଜାରି କରିଛନ୍ତି। ତେବେ ଏହି ଅବଧିରେ ବୈଦେଶିକ ମୁଦ୍ରାଭଣ୍ଡାରର ଗୋଲ୍ଡ ରିଜର୍ଭ ଉଛୁଳିଛି। ଗୋଲ୍ଡ ରିଜର୍ଭରେ ୧.୨୪୧ ବିଲିୟନ ଡଲାର ବୃଦ୍ଧି ସହିତ ୫୫.୭୯ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.