ପୃଥିବୀ ଉପରେ ଭୟଙ୍କର ବିପଦ, ମାଡି ଆସୁଛନ୍ତି ହଜାର ହଜାର ଆଷ୍ଟ୍ରୋଏଡ୍...ଚେତାଇଦେଲେ ନାସା ବୈଜ୍ଞାନିକ

NEWS7
bidhan-parishad-issue-after-3-years

ନୂଆଦିଲ୍ଲୀ, ୧୮/୦୨ : ମାଡି ଆସୁଛି ବିପଦ । ଆତଙ୍କ ଖେଳାଇବ ପ୍ରଳୟ । ଛାରଖାର ହୋଇଯିବ ସବୁ କିଛି । ଜୀବଜଗତ ଉପରେ କଳା ବାଦଲ । ଭଗ୍ନସ୍ତୁପ ପାଲଟିବ ପୃଥିବୀ । ରହିବନି କାହାରି ସତ୍ତା । ନାସା ବୈଜ୍ଞାନିକଙ୍କ ଆଶଙ୍କାକୁ ନେଇ ସବୁଠି ଚର୍ଚ୍ଚା ଓ ଆଲୋଚନା । ପୃଥିବୀ ଉପରେ ମାଡ ହୋଇପାରେ ବିରାଟ ଆଷ୍ଟ୍ରୋଏଡ୍ । ଯାହା ପାଇଁ ଭୟ ଏବଂ ଆତଙ୍କର ମାହୋଲ ।

୧୩.୮ ବିଲିୟନ ବର୍ଷ ତଳର କଥା । ମହାକାଶରେ ଘଟିଥିଲା ବିସ୍ଫୋରଣ । ଭାଙ୍ଗିଥିଲେ ବିରାଟ ପଥର ଖଣ୍ଡ । ଶୂନ୍ୟରେ ବୁଲିଲା ଛୋଟ ବଡ ପଥର । ସୃଷ୍ଟି ହେଲା ଅନେକ ସୌର ମଣ୍ଡଳ । ଧିରେ ଧିରେ ଶାନ୍ତ ପଡିଲା ବିଗ୍ ବ୍ୟାଙ୍ଗ୍ ପ୍ରକ୍ରିୟା । ଗ୍ରହର ରୂପ ନେଲେ ଅନେକ ମହାଜାଗତିକ ବସ୍ତୁ । ପୃଥିବୀ ଭଳି ହେଲେ ସୂର୍ଯ୍ୟଙ୍କ ପରିବାରର ଅଂଶ । ଏକମାତ୍ର ଗ୍ରହ ଭାବେ ପୃଥିବୀରେ ରହିଛି ଜୀବସତ୍ତା । ଏଠାରେ ଜଳ-ଅମ୍ଳଜାନ ତିଆରି କରିଛି ଜୀବନ । ଉଦ୍ଭିଦଠୁ ଶୈବାଳ । ଏମିବାଠୁ ମଣିଷ । ସମସ୍ତଙ୍କ ସାହାରା ହେଉଛି ପୃଥିବୀ । ହେଲେ ଏବେ ଦେଖାଦେଇଛି ସଙ୍କଟ ।

ନାସାର ଭୟଙ୍କର ଅନୁମାନ । ପୃଥିବୀ ଚାରିପାଖେ ବୁଲୁଛନ୍ତି ଆଷ୍ଟ୍ରୋଏଡ୍ ବା କ୍ଷୁଦ୍ର ଗ୍ରହ । ଧରିତ୍ରୀ ସୃଷ୍ଟି ବେଳେ ଆଷ୍ଟ୍ରୋଏଡ ନେଇଥିଲା ଜନ୍ମ । ଏମାନଙ୍କ ଆକାର ଖୁବ୍ ଛୋଟ । ତେଣୁ ନେଇ ପାରିନାହାଁନ୍ତି ଗ୍ରହର ରୂପ । ମାଧ୍ୟାକର୍ଷଣ ଶକ୍ତି ବି କମ୍ । ତେଣୁ ସେମାନେ ପୃଥିବୀ ଚାରିପାଖେ ଘୁରି ବୁଲୁଛନ୍ତି । କୋଟି କୋଟି ବର୍ଷ ଧରି ଚାଲିଛି ପ୍ରକ୍ରିୟା । ଏବେ କିନ୍ତୁ ପୃଥିବୀ ପାଇଁ ବିପଦ ଆଷ୍ଟ୍ରୋଏଡ ବା କ୍ଷୁଦ୍ର ଗ୍ରହ ।

ସତର୍କ କରାଇଛନ୍ତି ନାସା ବୈଜ୍ଞାନିକ କେଲି ଫାଷ୍ଟ୍ । ତାଙ୍କ କହିବା କଥା ହେଲା ବାୟୁମଣ୍ଡଳ ବାହାରେ ବୁଲୁଛନ୍ତି ଆଷ୍ଟ୍ରୋଏଡ । ଗୋଟିଏ ନୁହେଁ ଏମିତି ୨୫ ହଜାର ଆଷ୍ଟ୍ରୋଏଡ୍ । ଏସବୁ ଭିତରୁ ଅନେକ ଅଜଣା । ଅଛନ୍ତି ଦୂରରେ । କେତେବେଳେ ବି ବଦଲାଇପାରନ୍ତି ନିଜର ଗତିପଥ । ଖୁବ୍ ଶକ୍ତିଶାଳୀ ସେମାନେ । ମାଡ ହେଲେ ରଚିବେ ପ୍ରଳୟ । ବଡ ବଡ ସହରରେ ଘଟିବ ମୃତ୍ୟୁର ବିଭୀଷିକା । ଯାହା ଦିନେ ଧରାପୃଷ୍ଠରୁ ନିପାତ କରିଥିଲା ବିରାଟ ଡାଏନସୋର ।

ଏହି ଖବରଟି ପଢନ୍ତୁ... ହୋଟେଲରେ ବାସନ ମାଜିଲେ ପାକିସ୍ତାନୀ ଖେଳାଳି, ଟଙ୍କା ନଥିବାରୁ ସଫା କଲେ ରୋଷେଇ ଘର : କ୍ୟାପ୍ଟେନ୍‌ଙ୍କ ଅଭିଯୋଗ

ଜନ୍ ହପକିନ୍ସ୍ ଯୁନିଭର୍ସିଟିର ଡକ୍ଟର ନ୍ୟାନସି ଚାବୋଟ ଦୋହରାଇଛନ୍ତି ସମାନ କଥା । ମହାକାଶରେ ନାସା ଚଳାଇଛି ଡାର୍ଟ ମିସନ୍ । ଯାହା ଆଷ୍ଟ୍ରୋଏଡଙ୍କଠୁ ପୃଥିବୀକୁ କରୁଛି ରକ୍ଷା । କବଚ ଭଳି ସୁରକ୍ଷା ବଳୟ । କିନ୍ତୁ ଯଥେଷ୍ଟ ନୁହେଁ ଡାର୍ଟ ମିଶନ୍ । ସବୁ ପଥରକୁ ଅଟକାଇପାରିବନି ଡାର୍ଟ୍ । କିଛି କିଛି ଆଷ୍ଟ୍ରୋଏଡ ୧୪୦ ମିଟରରୁ ଅଧିକ ଲମ୍ବା । ଆକାର ଫୁଟବଲ ପଡିଆ ଭଳି । ମାଡ ହେଲେ ବେଶି ସମୟ ଲାଗିବନି । କିଛି କ୍ଷଣରେ ମଶାଣି ପାଲଟିବ ନ୍ୟୁୟର୍କ-ଓ୍ୱାସିଂଟନ ସହର ।

ପୂର୍ବରୁ ମାଡ ହୋଇଛି ଆଷ୍ଟ୍ରୋଏଡ୍

ପୂର୍ବରୁ ଅନେକ ଥର ମାଡ ହୋଇଛି ଆଷ୍ଟୋଏଡ୍ । ଯାହା ଭିତରୁ ସବୁଠୁ ପପୁଲାର୍ ଚିକ୍ ଜୁଲବ୍ । ୬୬ ନିୟୁତ ବର୍ଷ ତଳେ ମେକ୍ସିକୋରେ ଖସିଥିଲା ଚିକ୍ ଜୁଲବ । ଆକାର ଥିଲା ୧୫୦ କିଲୋମିଟରରୁ ବେଶି । ଭୟଙ୍କର ଥିଲା ପ୍ରଭାବ । ସୃଷ୍ଟି କରିଥିଲା ବିରାଟ ଗର୍ତ୍ତ ।ସେହିପରି ୧୯୦୮ରେ ଖସିଥିଲା ଟୁନଗୁସକା । ସାଇବେରିଆରେ ରଚିଥିଲା ଧ୍ୱଂସଲୀଳା । ଶୋଇ ପଡିଥିଲେ ୮୦ ଲକ୍ଷ ଗଛ । ମରୁଭୂମିରେ ବଦଳିଥିଲା ୨୧୫୦ ବର୍ଗ କିଲୋମିଟର ଅଞ୍ଚଳ । ୨୦୧୩ରେ ଋଷିଆରେ ତାଣ୍ଡବ ରଚିଥିଲା ଚେଲୟାବିନସେକ୍ । ଯାହାର ଆକାର ଥିଲା ୨୦ ମିଟର । ଓଜନ ୧୪ ହଜାର ଟନ୍ । ମାଡ ହେଲା ପରେ ଆହତ ହୋଇଥିଲେ ଶହଶହ ଲୋକେ । ସାରା ବିଶ୍ୱରେ ସୃଷ୍ଟି କରିଥିଲା କମ୍ପନ ।