LIVE TV

ନାଚିବା ଓ ବିବାଦରେ ରହିବା ଭଲ..ନହେଲେ ରାଣୀ ପଣ୍ଡାକୁ ଭୁଲିଯିବେ ଲୋକେ...

NEWS7
bhuligale-samajika-durata

ଭଦ୍ରକ ୨୫।୧୦ : ରାଣୀ ପଣ୍ଡାଙ୍କ ପୁଣି ଜଲଓ୍ୱା। ନାଟ୍ୟ ମଣ୍ଡପ ମଞ୍ଚରେ ନାଚିଲେ ରାଣୀ ପଣ୍ଡା । ଭଦ୍ରକ କାଳୀପୂଜାରେ ଅନେକ ଯାତ୍ରା ପାର୍ଟି ନାଟକ ମଞ୍ଚସ୍ଥ କରୁଛନ୍ତି ନାଟକ । ଏହି ଅବସରରେ ଯାତ୍ରାର ପ୍ରଥମ ଦିନରେ ରାଣୀ ପଣ୍ଡା ଚରମ୍ପାରେ ମଞ୍ଚକୁ ଚଢିଥିଲେ । ଯାହାକୁ ଦେଖି ଦର୍ଶକଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଥିଲା । ଏତେ ଦିନର ବ୍ୟବଧାନରେ ଯାତ୍ରା ପେଣ୍ଡାଲରେ ନାଚି ଥିବାରୁ ରାଣୀ କହିଛନ୍ତି ଯେ, ବହୁ ଘାତ ପ୍ରତିଘାତରେ ମୁଁ ଯାତ୍ରା ପାର୍ଟି ଗଢିଛି । ଯାତ୍ରା ପରିବେଷଣରେ ସମସ୍ୟା ମଧ୍ୟ ରହିଛି । ବିବାଦୀୟ ଅଭିନେତ୍ରୀରୁ ପ୍ରଯୋଜିକା ହୋଇଥିବା ମଧ୍ୟ ସେ ମଞ୍ଚରେ ନାଚିବେ ଓ ବିବାଦରେ ରହିବା ଭଲ ବୋଲି କହିଛନ୍ତି । ନହେଲେ ଲୋକେ ଭୁଲିଯିବେ ବୋଲି କହିଛନ୍ତି ।