ବେପାର ନାଁରେ ୮୧ ଲକ୍ଷ ଚଳୁ, ଭୁବନେଶ୍ବର ଲକ୍ଷ୍ମୀସାଗର ଥାନାରେ ଠକ ଅଟକ

Published By : Prameya-News7 Bureau | April 30, 2024 IST

ଭୁବନେଶ୍ବର ୩୦/୪: ପୋଲିସ ପଞ୍ଝାରେ ଠକ । କୁଖ୍ୟାତ ଠକ ରାଜେଶ କୁମାର ନାୟକକୁ ଉଠାଇ ନେଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ବେପାରରେ ଇନଭେଷ୍ଟ କରିବାକୁ କହି ଜଣେ ମହିଳାଙ୍କ ନିକଟରୁ ୮୧ ଲକ୍ଷ ନେଇଥିବା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିଲା । ରାଜେଶ କେବଳ ଜଣକ ଠାରୁ ନୁହେଁ ଅନ୍ୟମାନଙ୍କ ଠାରୁ ମଧ୍ୟ ଟଙ୍କା ହଡପ କରିଥିବା ଜଣାପଡିଛି । ଧରାପଡିବା ଭୟରେ ୧ ବର୍ଷ ଧରି ଫେରାର ଥିବା ରାଜେଶ ଶେଷରେ ପୋଲିସ କବଜାକୁ ଆସିଛି । ରାଜେଶକୁ ଅଟକ ରଖି ପଚରାଉଚରା କରୁଛି ଲକ୍ଷ୍ମୀସାଗର ଥାନା ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.