ଟିଟିଲାଗଡରୁ ୩୧ ଲକ୍ଷ ଜାଲ୍‌ ନୋଟ୍‌ ଜବତ ମାମଲା,ଅଭିଯୁକ୍ତକୁ ୨ଟି ଦଫାରେ ୮ ବର୍ଷ ଜେଲ୍

Published By : Prameya-News7 Bureau | May 18, 2024 IST

ଭୁବନେଶ୍ବର ୧୮/୫: ଟିଟିଲାଗଡରୁ ୩୧ ଲକ୍ଷରୁ ଅଧିକ ଜାଲ୍‌ ନୋଟ୍‌ ଜବତ ଘଟଣା । ଅଭିଯୁକ୍ତ ଲିଙ୍ଗରାଜ ବେହେରାକୁ ଦଫା 489-B ରେ ୫ ବର୍ଷ ଓ 489-C ରେ ୩ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି। ରାୟ ଶୁଣାଇଛନ୍ତି ମାନ୍ୟବର ଟିଟିଲାଗଡ ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ କୋର୍ଟ । ଲିଙ୍ଗରାଜ ବେହେରାର ଘର କଳାହାଣ୍ଡି କେଗାଁ ଥାନା କଣ୍ଟାମାଳ ଅଞ୍ଚଳରେ । 

୨୦୨୩ ଫେବୃଆରୀ ୧ରେ ଟିଟିଲାଗଡ ଥାନା ବସଷ୍ଟାଣ୍ଡ ନିକଟରେ ଚଢାଉ କରି ୩୧ ଲକ୍ଷ ୨୭ ହଜାର ୫ଶହ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିଥିଲା ସ୍ପେଶାଲ ଟାସ୍କଫୋର୍ସ । ମୁଖ୍ୟ ଅଭିଯୁକ୍ତ ଲିଙ୍ଗରାଜ ପୋଲିସ ହାତରେ ଧରାପଡିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଧର୍ମୁ ରଣା ଫେରାର ହୋଇଯାଇଥିଲା । ଧର୍ମୁ ବିରୋଧରେ ଏବେ ମଧ୍ୟ ୱାରେଣ୍ଟ ଇସ୍ୟୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଦଫା 489 A, 489 B, 489 C , 120 B ରେ ଚାର୍ଜସିଟ ଦାଖଲ କରାଯାଇଛି ବୋଲି ସୂଚନା ଦେଇଛନ୍ତି STF SP କିଶୋର ପାଣିଗ୍ରାହୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.