ଆଇଏଏସ୍ ଉଷା ପାଢ଼ୀଙ୍କୁ ଆଶ୍ୱସ୍ତି, ନିଃସର୍ତ୍ତ କ୍ଷମା ପ୍ରାର୍ଥନା ପରେ ଅଦାଲତ ଅବମାନନା ମାମଲା ରଦ୍ଦ କଲେ ହାଇକୋର୍ଟ

NEWS7
bhubaneswar-raghunathnagar-bombing-case-main-accused-agni-sarangi-arrested

କଟକ: ଅଦାଲତ ଅବମାନନା ମାମଲାରୁ ମୁକୁଳିଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ଉଷା ପାଢ଼ୀ । ତାଙ୍କ ସହିତ ନଗର ଉନ୍ନୟନ ବିଭାଗର ନିର୍ଦେଶକ ଏବଂ କଟକ ଜିଲ୍ଲାପାଳ ମଧ୍ୟ ଆଶ୍ୱସ୍ତି ପାଇଛନ୍ତି । ଏହି ୩ ବରିଷ୍ଠ ଅଧିକାରୀ କୋର୍ଟଙ୍କ ଆଦେଶ ପାଳନ କରିଥିବା ନେଇ କମ୍ପଲାଇନ୍ସ ରିପୋର୍ଟ ଦାଖଲ କରିବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପରେ ଅଦାଲତ ଅବମାନନା ମାମଲାକୁ ରଦ୍ଦ କରିଛନ୍ତି ହାଇକୋର୍ଟ ।

ଆଠଗଡ଼ ବାସିନ୍ଦା ପିଲୋନା ମହାନ୍ତି ନଗର ଉନ୍ନୟନ ବିଭାଗରେ ୩୩ ବର୍ଷ ଧରି ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଚାକିରି ନିୟମିତ କରାଇବା ଲାଗି ସେ ଦାୟର କରିଥିବା ମାମଲାର ଶୁଣାଣି କରି ୨୦୨୪ ମସିହାରେ ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ । ଯାହାକୁ ଡିଭିଜନ ବେଞ୍ଚରେ ଚ୍ୟାଲେଞ୍ଜ କରିଥିଲେ ପ୍ରତିପକ୍ଷ । କିନ୍ତୁ ଗତ ବର୍ଷ ଜୁଲାଇ ୧୦ରେ ଡିଭିଜନ ବେଞ୍ଚ୍ ପିଲୋନାଙ୍କ ସପକ୍ଷରେ ରାୟ ଶୁଣାଇଲେ । କୋର୍ଟଙ୍କ ରାୟ ୮ ସପ୍ତାହ ଭିତରେ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ହୋଇଥିଲା । ହେଲେ ତାହା କାର୍ଯ୍ୟକାରୀ ହେଲାନାହିଁ । ଯାହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ ।

Also Read:‘କାହିଁକି ଦଣ୍ଡିତ କରାଯିବ ନାହିଁ...?’, ପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କଲେ ହାଇକୋର୍ଟ