Live Live
LIVE

ଓ୍ୱାର ଭିତରେ ସିଲିଣ୍ଡର ପାଇଁ ଯୁଦ୍ଧ, କେଉଁଠି ଗ୍ୟାସ୍ ମିଳୁନି ତ ଆଉ କେଉଁଠି ଲମ୍ବା ଲାଇନ୍

NEWS7
bhayabaha-agnikanda-in-baleswar

ଭୁବନେଶ୍ୱର ୧୧/୦୩: ରାଜଧାନୀରେ ସିଲିଣ୍ଡର ଯୁଦ୍ଧ । ଗ୍ୟାସ ସଂକଟ ପାଇଁ ଅଧିକାଂଶ ରେଷ୍ଟୁରାଣ୍ଟ ବନ୍ଦ ହେବା ଉପରେ । କମାର୍ସିଆଲ ଗ୍ୟାସ ମିଳୁ ନଥିବାରୁ ଖାଦ୍ୟ ପ୍ରସ୍ତୁତ ହେଇପାରୁନି। କେତକ ଜାଗାରେ ମେନ୍ୟୁ କମିଗଲାଣି । ତ ଆଉ କେତେ ଜାଗାରେ ବନ୍ଦ ହେବାକୁ ବସିଛି । ଖାଲି ପଡ଼ିଛି କମର୍ସିଆଲ ସିଲିଣ୍ଡର ।

ହୋଟେଲ ରେଷ୍ଟୁରାଣ୍ଟ ବାହାରେ ଗଦା ହୋଇଛି ଖାଲି ସିଲିଣ୍ଡର । କେମିତି ଚଳିବେ ଷ୍ଟାଫ ଓ ରେଷ୍ଟୁରାନ୍ତ ମାଲିକ ଏହାକୁ ନେଇ ଚିନ୍ତାଘାରିଛି । ରାଜଧାନୀରେ ଅଧିକାଂଶ ହଷ୍ଟେଲ ଛାତ୍ରଛାତ୍ରୀ ଏହା ଉପରେ ନିର୍ଭରଶୀଳ ଥିବାରୁ ସେମାନଙ୍କ ମଧ୍ୟ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସେପଟେ ଗ୍ୟାସ ସିଲିଣ୍ଡର ପାଇଁ ଗ୍ରାହକଙ୍କ ଲମ୍ବା ଲାଇନ। ଏଜେନ୍ସି ସାମ୍ନାରେ ଲାଇନରେ ଅଛନ୍ତି ଗ୍ରାହକ। ଖଣ୍ଡଗିରି ଲିଙ୍ଗରାଜ HP ଗ୍ୟାସ ଷ୍ଟେସନ୍ ସାମ୍ନାରେ ଲାଗିଛି ଗ୍ରାହକଙ୍କ ଲମ୍ବା ଲାଇନ୍।

୨୦ -୨୫ ଦିନ ହେଲା ଗ୍ୟାସ ବୁକ୍ କରି ଥିଲେ ବି ଗ୍ୟାସ ଡେଲିଭରୀ ହୋଇପାରିନି। ଘରେ ରୋଷେଇ ପାଇଁ ଗ୍ୟାସ ନାହିଁ। ରାତିରୁ ଲମ୍ବା ଲାଇନ୍ ରେ ଠିଆ ହେବାକୁ ଗ୍ୟାସ ଡିଷ୍ଟ୍ରିବ୍ୟୁଟର ପକ୍ଷରୁ କୁହାଯାଉଛି । ମୋଟାମୋଟି ଭାବେ ଗ୍ୟାସ ମିଳୁନଥିବା ଦେଖାଯାଇଛି। ସେପଟେ ଗ୍ୟାସ ମିଳୁନଥିବାରୁ ଏଲେକ୍ଟ୍ରିଚୁଲା ଉପରେ ନିର୍ଭର କରିବାକୁ ପଡ଼ିବ ବୋଲି କହିଛନ୍ତି ଗ୍ରାହକ। ଗ୍ୟାସ ଉପଲବ୍ଧ ନ ହେଲେ ଏବେ ଇଲେକ୍ଟ୍ରିକ୍ ଚୁଲା ରଖିବାକୁ ପଡିବ ବୋଲି କହିଛନ୍ତି  ଗ୍ରାହକ।