ଶୀତ ପ୍ରକୋପରୁ ମିଳିବ ତ୍ରାହି : ବଢିବ ପାରଦ, କମିବ ଶୀତ

NEWS7
bharat-bandh-protest-in-new-delhi

ଭୁବନେଶ୍ୱର ୧୮।୦୧ :  ଆଜି ରାତିରୁ ଶୀତ କମିବ। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିଯିବ। ଏଥିପାଇଁ ପାରଦ ଉପରମୁହାଁ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରବିବାର ରାତିରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦-୧୧ ଡିଗ୍ରୀରୁ ଉପରେ ରହିପାରେ । ପୁରୀ, ଗୋପାଳପୁର, ଭଦ୍ରକରେ ୧୩ରୁ ୧୪ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସୋମବାରଠାରୁ ବୁଧବାର(୨୧ ତାରଖ ଯାଏ) ପୂରା ଓଡ଼ିଶାରେ ପାରଦ ଉପରମୁହାଁ ହେବ । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଜି. ଉଦୟଗିରିରେ ସବୁଠୁ ଥଣ୍ଡା ସ୍ଥାନ ପାଲଟିଥିଲା । ଲୋକେ ପ୍ରଚଣ୍ଡ ଶୀତରେ ଥରିଥିଲେ । ଏଠାରେ ରାତି ତାପମାତ୍ରା ୨.୫ ଡିଗ୍ରୀ ଥିଲା । ଫୁଲବାଣୀରେ ୫.୫, ରାଉରକେଲାରେ ୬.୬, ଝାରସୁଗୁଡ଼ାରେ ୬.୭, କିରେଇ ଓ ବଲାଙ୍ଗୀରରେ ୮.୨, ଅନୁଗୁଳରେ ୮.୬ ଡିଗ୍ରୀ ରେକର୍ଡ ହୋଇଥିଲା ।