LIVE TV

ମିଛ ବିଲ୍‌ କରି ଅତ୍ମସାତ୍‌ ହୋଇଛି ଲୋକଙ୍କ ଟଙ୍କା, ଜିଲ୍ଲା ବିଜେପି ଡାକିଲା ସାମ୍ୱାଦିକ ସମ୍ମିଳନୀ

NEWS7

ଭଦ୍ରକ,୨୨/୦୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଭଟପଡ଼ା ପଞ୍ଚାୟତରେ ହୋଇଥିବା ମହାଦୁର୍ନୀତିକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଏହାର କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଚାନ୍ଦବାଲି ବ୍ଲକର ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ସମେତ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ଡ଼ଃ ପ୍ରଦୀପ ନାୟକ, ବଦ୍ରିନାରାୟଣ ଧଳଙ୍କ ସମେତ ଅନେକ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

ମୁଖ୍ୟତଃ ଚାନ୍ଦବାଲି ବ୍ଲକର ଭଟପଡ଼ା ପଞ୍ଚାୟତରେ ୪ ବର୍ଷ ଭିତରେ ବିଭିନ୍ନ ପ୍ରକଳ୍ପ ନାମରେ ମିଛ ବିଲ କରି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ନେଇ ବିଜେପି ଅଭିଯୋଗ କରିଛି । ଏହି ପଞ୍ଚାୟତରେ ଦୋଳମଣ୍ଡପ ଠାରୁ ପାଇପ ଲାଇନ ବିଛାଇବା, ବିଭିନ୍ନ କମ୍ୟୁନିଟି ସେଣ୍ଟର ନିର୍ମାଣ, ଶ୍ମଶାନ ଘାଟ ନିର୍ମାଣ, ପୋଖରୀରେ ଘାଟ ନିର୍ମାଣ, ପଞ୍ଚାୟତର ଡଷ୍ଟବିନ ସ୍କାମ, ଷ୍ଟ୍ରିଟ ଲାଇଟ ସ୍କାମ, ଦୋଳମଣ୍ଡପ ଖେଳପଡ଼ିଆ ଉନ୍ନତି କରଣ ଭଳି ଅନେକ ପ୍ରକଳ୍ପ କାର୍ଯ୍ୟର ମିଥ୍ୟା ବିଲ କରି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି ବୋଲି ବଜେପି ଅଭିଯୋଗ ଆଣିଛି ।

ସାଧାରଣ ଲୋକଙ୍କ ଟଙ୍କାକୁ ଆତ୍ମସାତ କରାଯାଇଛି । ଯାହାକୁ ନେଇ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରକଳ୍ପ ଅଧିକାରୀ ଓ ବ୍ଲକ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ୍ୟ  କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ କରିଛି ବିଜେପି । ତେବେ ବିଜେପି ପକ୍ଷରୁ ବ୍ଲକ ସମ୍ମୁଖରେ ପୂର୍ବରୁ ଧାରଣା ଦିଆଯାଇଥିଲା । ପରେ ଅନଶନ ଜାରି ରହିଛି । ଏହି ଅନଶନକୁ ୧୪ ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଅନଶନ ସ୍ଥଳେ ପହଞ୍ଚି ନାହାନ୍ତି କି କୌଣସି ଆଲୋଚନା କରିନାହାନ୍ତି । ଦୁର୍ନୀତିକୁ ବିଜେପି ପକ୍ଷରୁ ଲୋକଲୋଚନକୁ ଆଣିବା ସହ ଆଗାମୀ ଦିନରେ ବିଜେପି ପକ୍ଷରୁ ବଡ଼ ଆନ୍ଦୋଳନ କରାଯିବ ବୋଲି ଦଳର ନେତା କହିଛନ୍ତି ।