LIVE TV

ଅନ୍ଧାରରେ ବୁଡିଯିବ ଆମେରିକାର ଏହି ଅଞ୍ଚଳ, ୨ ମାସ ଯାଏଁ ଦେଖା ଦେବେନି ସୂର୍ଯ୍ୟ

NEWS7
beware-from-lunar-eclipse-specially-pregnant-women

ନୂଆଦିଲ୍ଲୀ ୨୩।୧୧;  ବିଶ୍ଵର ଏଭଳି ଏକ ସହର । ବର୍ଷର ୬୫ ଦିନ ଯାଏଁ ଅନ୍ଧାରରେ ରୁହେ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏହା କୌଣସି ଫିଲ୍ମି କାହାଣୀ ନୁହେଁ ବରଂ ବାସ୍ତବ ଘଟଣା । ଆମେରିକାର ସବୁଠାରୁ ଥଣ୍ଡା ପ୍ରଦେଶ ମଧ୍ୟରୁ ଗୋଟିଏ ଅଲାସ୍କାର ‘ଉତକିଆଗଭିକ’। ଯେଉଁଠାରେ ଆଗାମୀ ୨ ମାସ ଯାଏଁ ସୂର୍ଯ୍ୟ ଉଦୟ ହେବେ ନାହିଁ। ୧୮ ନଭେମ୍ଵରକୁ ଶେଷଥର ପାଇଁ ସେମାନେ ସୂର୍ଯ୍ୟକୁ ଦେଖିଥିଲେ । ଏବେ ୨୩ ଜାନୁୟାରୀକୁ ଯାଇ ସୂର୍ଯ୍ୟ ଦେଖିପାରିବେ । ଏହାର ଅର୍ଥ ୬୫ ଦିନ ଯାଏଁ ଲୋକମାନେ ଅନ୍ଧାରରେ ରହିବେ । ହେଲେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହା କିପରି ସମ୍ଭବ। ଏହା ଏହାର ବାର୍ଷିକ ପୋଲାର ରାତିର ଆରମ୍ଭ ହେବାର ସଙ୍କେତ।

ପ୍ରତିବର୍ଷ ପ୍ରାୟ ଦୁଇ ମାସ ପାଇଁ ସୂର୍ଯ୍ୟର ଦିଗନ୍ତ ତଳେ ରହିବା ସମୟ ଯୋଗୁଁ ଏହି ବ୍ୟତିକ୍ରମ ଘଟେ। ଏହା ପୃଥିବୀର ଅକ୍ଷ ଉପରେ ୨୩.୫ ଡିଗ୍ରୀ ଢଳାଇ ହୋଇ ରହିଥାଏ। ଫଳରେ ପୃଥିବୀର ସ୍ଥିତି ଯୋଗୁଁ ଉତ୍ତର ମେରୁର ୨୩.୫ ଡିଗ୍ରୀ ମଧ୍ୟରେ ଥିବା ଅଞ୍ଚଳଗୁଡ଼ିକ ଶୀତକାଳରେ ସୂର୍ଯ୍ୟକିରଣ ପାଇପାରେ ନାହିଁ । ଯାହା ଅନ୍ଧାରରେ ରହିଥାଏ। ସହରଟି ଦୀର୍ଘ ସମୟ ପାଇଁ ଅନ୍ଧାରରେ ରହିବ ସତ କିନ୍ତୁ ସମ୍ପୂର୍ଣ୍ଣ କଳା ହେବ ନାହିଁ। 

କେତେ ଲୋକ ପ୍ରଭାବିତ ହେବେ?

ଫେୟାରବ୍ୟାଙ୍କସ୍ ରୁ ପ୍ରାୟ ୫୦୦ ମାଇଲ ଉତ୍ତର-ପଶ୍ଚିମରେ ଅବସ୍ଥିତ ଉଟକିଆଗଭିକ୍ ରେ ପ୍ରାୟ ୪,୪୦୦ ଲୋକ ରୁହନ୍ତି। ସେମାନେ ପ୍ରବଳ ଥଣ୍ଡାର ସମ୍ମୁଖୀନ ହୁଅନ୍ତି। ଉଟକିଆଗଭିକ୍, ଯାହା ପୂର୍ବରୁ ବାରୋ ନାମରେ ଜଣାଶୁଣା, ଆଲାସ୍କାର ଉତ୍ତର ଆର୍କଟିକ ମହାସାଗର ନିକଟରେ ଅବସ୍ଥିତ। ସହରଟି ଦୀର୍ଘ ସମୟ ପାଇଁ ଅନ୍ଧାରରେ ରହିବ କିନ୍ତୁ ସମ୍ପୂର୍ଣ୍ଣ କଳା ହେବ ନାହିଁ।

ସୂର୍ଯ୍ୟ ପୁଣି କେବେ ଦେଖାଯିବ?

ଶୀତଦିନେ ଉଟକିଆଗଭିକ୍ ୬୦ ଦିନରୁ ଅଧିକ ସମୟ ପାଇଁ ଅନ୍ଧାର ଅନୁଭବ କରୁଥିବା ବେଳେ, ଗ୍ରୀଷ୍ମ ଋତୁରେ ସହର ପ୍ରାୟ ତିନି ମାସ ନିରନ୍ତର ସୂର୍ଯ୍ୟକିରଣ ଉପଭୋଗ କରେ। ସହରର ବାସିନ୍ଦାମାନେ ଏହି କଠୋର ପାଗ ପରିସ୍ଥିତି ସହିତ ଖାପ ଖୁଆଇଛନ୍ତି, ଏବଂ ସୂର୍ଯ୍ୟକିରଣର ଅଭାବ ସତ୍ତ୍ୱେ ଜୀବନ ସ୍ୱାଭାବିକ ଭାବରେ ଚାଲିଛି। ସହରରେ ପରବର୍ତ୍ତୀ ସୂର୍ଯ୍ୟୋଦୟ ୨୬ ଜାନୁଆରୀ, ୨୦୨୬ ଦିନ ପ୍ରାୟ ୧.୨୩ ସମୟରେ ହେବ, ଯାହା ପୋଲାର ରାତି ଶେଷ ହେବ।