ଇଶାନଙ୍କ ଶତକ, ଅର୍ଶଦୀପଙ୍କ ୫ ୱିକେଟ୍; ଶେଷ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୪୬ ରନରେ ହରାଇ ସିରିଜକୁ ୪-୧ ଜିତିଲା ଭାରତ

NEWS7
best-effect-of-wearing-pokhraj-gemstone-for-these-zodiac

ତିରୁଅନନ୍ତପୁରମ: କେରଳର ତିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୪୬ ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୪-୧ରେ ଜିତିଛି । ଆଜିର ମ୍ୟାଚରେ, ଇଶାନ କିଶାନଙ୍କ ଶତକୀୟ ଇନିଂସ ବଳରେ ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୨୭୧ ରନ କରିଥିଲା । ଜବାବରେ, ଫିନ୍ ଆଲେନଙ୍କ ଲଢୁଆ ଇନିଂସ ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୨୨୫ ରନ କରିପାରିଥିଲା ।

୨୭୨ ରନର ଟାର୍ଗେଟ ପିଛା କରି ନ୍ୟୁଜିଲାଣ୍ଡ ଟିମ୍ ଭଲ ଆରମ୍ଭ କରିଥିଲା । ପ୍ରଥମ ଓଭରରେ ଅର୍ଶଦୀପ ସିଂହ ଟିମ୍ ସିଫର୍ଟଙ୍କୁ ପାଭିଲିୟନ ପଠାଇଥିଲେ । ଫିନ୍ ଆଲେନ୍ ୩୮ ବଲରେ ୮୦ ରନ କରିବା ପରେ ଆଉଟ ହୋଇଥିଲେ । ଆଲେନ୍ ଏବଂ ରବିନ୍ଦ୍ର ଦ୍ୱିତୀୟ ୱିକେଟ ପାଇଁ ୪୮ ବଲରେ ୧୦୦ ରନର ପାର୍ଟନରଶିପ୍ କରିଥିଲେ । ଗ୍ଲେନ୍ ଫିଲିପ୍ସ ୬ ବଲରେ ୭ ରନ କରିଥିଲେ । ରଚିନ୍ ରବିନ୍ଦ୍ର ୧୭ ବଲରେ ୩୦ ରନ କରିବା ପରେ ଆଉଟ ହୋଇଥିଲେ । ମିଚେଲ୍ ସାଣ୍ଟନର ଖାତା ଖୋଲିପାରି ନଥିଲେ । ବେଭାନ୍ ଜାକବ୍ସ ୭ ରନ କରିଥିଲେ । କାଇଲ୍ ଜାମିସନ୍ ୯ ରନ ଏବଂ ଡାରିଲ୍ ମିଚେଲ୍ ୨୬ ରନ କରି ଆଉଟ ହୋଇଥିଲେ।