LIVE TV

୪% ଶସ୍ତା ହେଲା ରୂପା, ତଥାପି ୯ ସପ୍ତାହ ହେଲା ଉଚ୍ଚ ରହିଛି ଦର

NEWS7
best-actors-in-indian-television-list

ନୂଆଦିଲ୍ଲୀ ୧୭।୧୦: ରୂପା ଦର ଶୁକ୍ରବାର ୪% ପ୍ରତିଶତରୁ ଅଧିକ ହ୍ରାସ ହୋଇଛି। ଏଣୁ ପ୍ରତି ଆଉନ୍ସ ୫୧.୮ ଡଲାରକୁ ଖସିଛି। ଏହି ଦର ନିକଟରେ ରେକର୍ଡ ସ୍ତର ୫୪.୨ ଡଲାର ପ୍ରତି ଆଉନ୍ସରୁ ମଧ୍ୟ କମ ରହିଛି। ମୂଲ୍ୟରେ ଏପରି ହ୍ରାସ ସେତେବେଳେ ହୋଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା-ଚୀନ୍ ବାଣିଜ୍ୟ ଯୁଦ୍ଧ ସମ୍ପର୍କିତ ଚିନ୍ତାକୁ ଶାନ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି, ଏଣୁ ବଜାରରେ ରିସ୍କ କମିଥିବା ବେଳେ ନିବେଶକ ପୁଣି ସେୟାର ବଜାର ମୁହାଁ ହୋଇଛନ୍ତି।

ଯଦିଓ ରୂପା ମୂଲ୍ୟରେ ହ୍ରାସ ହୋଇଛି ତଥାପି ସପ୍ତାହ ସାରା ୩%ରୁ ଅଧିକ ବୃଦ୍ଧି କାୟମ ରଖିବାରେ ସଫଳ ହୋଇଛି। ଫଳରେ ରୂପା ମୂଲ୍ୟ ନବମ ସପ୍ତାହରେ ମଧ୍ୟ ବେଶ ଉଚ୍ଚ ଦରରେ କାମ କରୁଛି। ସପ୍ତାହ ଆରମ୍ଭରେ ଆମେରିକୀୟ ଜୋନାଲ ବ୍ୟାଙ୍କ ଋଣ ସ୍କାମ ସାମ୍ନାକୁ ଆସିବା ଯୋଗୁ ବଜାର ଅସ୍ଥିର ହୋଇପଡିଥିଲା। ଏଣୁ ଆର୍ଥିକ ସ୍ଥିରତାକୁ ନେଇ ଚିନ୍ତା ବଢି ଯାଇଥିଲା। ବିଶ୍ଳେଷକଙ୍କ ଅନୁସାରେ ଭୂ-ରାଜନୈତିକ ଉତ୍ତେଜନା, ଆମେରିକୀୟ ଋଣ ଓ ସରକାରୀ ଖର୍ଚ୍ଚକୁ ନେଇ ଉଦବେଗରେ ଫେଡେରାଲ ରିଜର୍ଭ ଦ୍ୱାରା ସୁଧହାରରେ ସମ୍ଭାବିତ ହ୍ରାସ ଆଦି କାରକ ବଜାରରେ ରୂପା ମୂଲ୍ୟକୁ ପ୍ରୋତ୍ସାହିତ କରିଛି।

ଏଣୁ ସୁରକ୍ଷିତ ନିବେଶ ଦାବି ବଢୁଥିବା ବେଳେ ଲଣ୍ଡନ ରୂପା ବଜାରରେ ନଗଦ ଅଭାବ ଯୋଗୁ ବୈଶ୍ୱିକ ସ୍ତରରେ ଭୌତିକ ଯୋଗାଣକୁ ନେଇ ଚିନ୍ତା ଉଦ୍ରେକ ହୋଇଥିଲା। ଏଥିରେ ଭାରତରେ ଚାହିଦା ବୃଦ୍ଧି ହେବା ପରିସ୍ଥିତିକୁ ଆହୁରି ଜଟିଳ କରିଥିଲା। ଏଣୁ କିଛି ମ୍ୟୁଚୁଆଲ ଫଣ୍ଡ କମ୍ପାନୀମାନେ ରୂପା ଇଟିଏଫ ଯୋଜନାଗୁଡିକରେ ନିବେଶକୁ ଅସ୍ଥାୟୀ ରୂପେ ବନ୍ଦ କରିଦେଇଥିଲେ। ଏଣୁ ବିଶ୍ୱ ବଜାରରେ ରୂପା ଦର ଅଚାନକ ଚଢିଯାଇଥିଲା।  ଯାହା ଏବେବି ମୂଲ୍ୟ ହ୍ରାସ ସତ୍ତ୍ୱେ ଦର ଉଚ୍ଚ ରହିବାର କାରଣ ପାଲଟିଛି।