ଚାଲିଗଲେ ରାଜନୀତିର 'ଦାଦା', ପୂରଣ କରିପାରିଲେନି ନିଜର ଶେଷ ଇଚ୍ଛା

NEWS7
berhampur-university-1st-semester-examination-cancelled

ଭୁବନେଶ୍ୱର ୨୮/୦୧: ଦଶନ୍ଧି ଧରି ମହାରାଷ୍ଟ୍ରରେ କ୍ଷମତାର କେନ୍ଦ୍ର ଥିଲେ । ହେଲେ ସେହି ଯୁଗର ହୋଇଛି ଅନ୍ତ । ପରଲୋକରେ ଅଜିତ ପାୱାର । ବାରାମତିରେ ବିମାନ ଦୁର୍ଘଟଣାରେ ତାଙ୍କର ଦୁଃଖଦ ଦେହାନ୍ତ ହୋଇଛି । ତେବେ ରାଜନୀତିର ସେ ଥିଲେ ବିଚକ୍ଷଣ ବ୍ୟକ୍ତିତ୍ୱ । ଛଅ ଥର ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ମୃତ୍ୟୁ ମହାରାଷ୍ଟ୍ର ରାଜନୀତିର ଏକ ଅଧ୍ୟାୟର ଅନ୍ତ ଘଟାଇଛି । ସେ କ୍ଷମତାର ଶୀର୍ଷରେ ପହଞ୍ଚିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ।

ଏତେ ପରେ ବି ଅଜିତ ପାୱାର ତାଙ୍କ ରାଜନୈତିକ କ୍ୟାରିୟରର ଅନେକ ସଫଳତାର ସିଢୀ ଚଢିପାରନି ନାହିଁନ୍ତି । ବଡ଼ ବିଡ଼ମ୍ବନା ହେଉଛି ଯେ, ସେ ଛଅ ଥର ଉପମୁଖ୍ୟମନ୍ତ୍ରୀ ରହିଥିଲେ । ହେଲେ କେବେ ବି ମୁଖ୍ୟମନ୍ତ୍ରୀ ପଦରେ ପହଞ୍ଚି ନଥିଲେ । ସେ ପ୍ରଥମେ ପୃଥ୍ୱୀରାଜ ଚହ୍ବାନଙ୍କ ସରକାର ସମୟରେ ୨୦୧୦ରେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ, ସେ ୨୦୧୨, ୨୦୧୯ରେ ଦୁଇଥର, ୨୦୨୨, ୨୦୨୩ ଓ ୫ ଡିସେମ୍ବର ୨୦୨୪ରେ ଷଷ୍ଠ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

କେମିତି ଥିଲା ଅଜିତଙ୍କ ପ୍ରାରମ୍ଭିକ ଜୀବନ ଓ ଶିକ୍ଷାଗତ ଯାତ୍ରା ?

୨୨ ଜୁଲାଇ ୧୯୫୯ରେ ଅହମ୍ମଦାନଗର ଜିଲ୍ଲାର ଦେଓଲାଲି ପ୍ରଭରାରେ ଅଜିତ ପାୱାରଙ୍କ ଜନ୍ମ । ପିଲାଟି ବେଳୁ ଜେଜେବାପାଙ୍କ ଘରେ ହୋଇଥିଲା ଲାଳନପାଳନ । ଅଜିତ ପାୱାର ତାଙ୍କର ପ୍ରାଥମିକ ଶିକ୍ଷା ବାରାମତୀର ମହାରାଷ୍ଟ୍ର ଶିକ୍ଷା ସମାଜ ହାଇସ୍କୁଲରେ ପଢ଼ିଥିଲେ । କିନ୍ତୁ, ସେ କଲେଜରେ ପଢ଼ୁଥିବା ସମୟରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ତାଙ୍କର ପାଠପଢ଼ା ଜାରି ନ ରଖିବାକୁ ବାଛିଥିଲେ । ପରେ ରାଜନୀତିରେ ପ୍ରବେଶ କରିଥିଲେ।

ଚଳଚ୍ଚିତ୍ର ସହ ପାଓ୍ୱାରଙ୍କ କନେକ୍ସନ:

ଅଜିତ ପାୱାରଙ୍କ ପିତା ଅନନ୍ତରାଓ ପାୱାର ଚଳଚ୍ଚିତ୍ର ଶିଳ୍ପ ସହିତ ଜଡିତ ଥିଲେ । ସେ ଭି. ଶାନ୍ତାରାମଙ୍କ ରାଜକମଲ ଷ୍ଟୁଡିଓରେ କାମ କରୁଥିଲେ । ତଥାପି, ଅଜିତ ପାୱାର ରାଜନୀତି ପ୍ରତି ଆଗ୍ରହୀ ଥିଲେ, ତେଣୁ ସେ ତାଙ୍କ କାକାଙ୍କଠାରୁ ଏହି କୌଶଳ ଶିଖିଥିଲେ । ତୃଣମୂଳ ସ୍ତରରେ ବ୍ୟାପକ ଭାବରେ କାମ କରିଥିଲେ। ଏନସିପିର ସମର୍ଥନ ଭିତ୍ତିଭୂମି ବିସ୍ତାର କରିବାରେ ଅଜିତ ପାୱାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୧୯୮୨ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ…ଅଜିତ ପାୱାର ୧୯୮୨ ମସିହାରେ ରାଜନୀତି ଜଗତରେ ପ୍ରବେଶ କରିଥିଲେ ଏବଂ ଆଉ ପଛକୁ ଫେରି ଚାହିଁ ନଥିଲେ। ଅଜିତ ପାୱାର ଯେତେବେଳେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ, ସେତେବେଳେ ତାଙ୍କ କାକା ଶରଦ ପାୱାର ଜଣେ ଜଣାଶୁଣା ରାଜନେତା ହୋଇସାରିଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ, ସେ ଏକ ସମବାୟ ଚିନି କାରଖାନାର ବୋର୍ଡ ପାଇଁ ନିର୍ବାଚନ ଲଢ଼ିଥିଲେ ଏବଂ ପୁଣେ ସମବାୟ ବ୍ୟାଙ୍କର ସଭାପତି ଭାବରେ କାର୍ଯ୍ୟ କରିଥିଲେ।