Rajya Sabha Poll: କ୍ରସ୍ ଭୋଟିଂ କରିଛନ୍ତି କି ଜୟଦେବ ବିଧାୟକ ? ଭୋଟ୍ ବେଳେ ବିଜେଡି-ବିଜେପି ସଦସ୍ୟ ଠେଲାପେଲା

NEWS7
berhampur-railway-station-s-situation-after-nia-alert

ଭୁବନେଶ୍ବର ୧୬।୩: ରାଜ୍ୟସଭା ନିର୍ବାଚନ ଭୋଟିଂ ବେଳେ ଗଣ୍ଡଗୋଳ । ବିଧାନସଭା ଭିତରେ ଠେଲାପେଲା ପରିସ୍ଥିତି ଦେଖିବାକୁ ମିଳିଛି । ବିଜେଡି ବିଧାୟକ ନବକିଶୋର ମଲ୍ଲିକଙ୍କ ଭୋଟ୍କୁ ନେଇ ମୁହାଁମୁହିଁ ଶାସକ ଓ ବିରୋଧୀ ବିଜେଡି ସଦସ୍ୟ । ବିଧାନସଭା ଭିତରେ ଉଭୟ ବିଜେପି ଓ ବିଜେଡି ସଦସ୍ୟଙ୍କ ମୁହାଁମୁହିଁ ହୋଇଛନ୍ତି ।

ଶୁଣନ୍ତୁ ବିଜେଡିର ଅଭିଯୋଗ କ’ଣ ?

 

ସୂଚନାଥାଉ କି, ରାଜ୍ୟସଭା ନିର୍ବାଚନ ଲାଗି ବିଜେଡି ପ୍ରଶିକ୍ଷଣ ପାଇଁ ସବୁ ବିଧାୟକଙ୍କୁ ଡାକିଥିଲା । କିନ୍ତୁ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ବୈଠକରେ ଅନୁପସ୍ଥିତ ରହିଥିଲେ । ଫଳରେ ଦଳ ମୁଖ୍ୟ ସଚେତକ ମଧ୍ୟ ହ୍ବିପ୍ ଜାରି କରିଥିଲେ । କିନ୍ତୁ ସେ ବୈଠକକୁ ଆସିନଥିଲେ କି ଧରାଛୁଆଁ ଦେଇନଥିଲେ । ତେବେ ସୋମବାର ରାଜ୍ୟସଭା ନିର୍ବାଚନ ଚାଲିଥିବା ବେଳେ ବିଧାନସଭାରେ ପହଞ୍ଚିଥିଲେ ନବକିଶୋର । ବିଧାନସଭାରେ ପହଞ୍ଚିବା ପରେ ସେ କହିଥିଲେ ଯେ, ଦଳର ନିଷ୍ପତ୍ତି ମାନିବି । ହ୍ୱିପ୍ ପ୍ରସଙ୍ଗରେ କହିଥିଲେ ବ୍ୟକ୍ତିଗତ କାମ ପାଇଁ ଅନୁପସ୍ଥିତ ଥିଲି । ମୁଁ ବିଜେଡି ସହ ଅଛି, ୧୦୦ ପ୍ରତିଶତ ରହିବି ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟସଭା ନିର୍ବାଚନ ନେଇ ବିଧାନସଭାରେ ଚାଲିଛି ମଦଦାନ ପ୍ରକ୍ରିୟା । ଅପରାହ୍ମ ୪ଟାରେ ସରିବ ଭୋଟିଂ । ୫ ଟାରେ ଗଣତି ଆରମ୍ଭ ହେବ । ତାପରେ ଫଳାଫଳ ପ୍ରକାଶ ପାଇବ ।