ଇଶାନ କିଶନଙ୍କ ସଂପର୍କ ଉପରେ ପରିବାର ଲଗାଇଲେ ମୋହର, ଦାଦା ଜଣାଇଲେ କାହା ସହ ହେବ ବିବାହ

NEWS7
benifit-of-ginger-water

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଛି ଟି-୨୦ ବିଶ୍ଵକପର ହାଇ ଭୋଲଟେଜ୍ ମ୍ୟାଚ୍। ଶ୍ରୀଲଙ୍କାର କଲୋମ୍ବୋ ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ବହୁ ପ୍ରତୀକ୍ଷିତ ମ୍ୟାଚରେ ଇଶାନ କିଶନ ୭୭ ରନର ଧମାକାଦାର ଇନିଂସ ଖେଳିଛନ୍ତି। ତାଙ୍କର ଏହି ଇନିଂସ ବଳରେ ଭାରତ ମ୍ୟାଚ୍ ଜିତି ପାରିଛି। ତେବେ ମହାମୁକାବିଲା ସମୟରେ ଇଶାନ କିଶନଙ୍କ ବିବାହ ଖବର ଚର୍ଚ୍ଚାକୁ ଆସିଛି। ଇଶାନଙ୍କ ଦାଦା ଅନୁରାଗ ପାଣ୍ଡେ ଗାର୍ଲଫ୍ରେଣ୍ଡଙ୍କ ନାଁ ଜଣାଇଛନ୍ତି। ଏହା ପରେ ଇଶାନଙ୍କ ଜୟପୁରର ମଡେଲ ଆଦିତି ହୁଣ୍ଡିଆଙ୍କ ସହିତ ଚାଲିଥିବା ପ୍ରେମ ସଂପର୍କ ସ୍ପଷ୍ଟ ହୋଇଛି।

ଇଶାନଙ୍କ ଦାଦା ଏଏନଆଇକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଇଶାନ ଯାହାଙ୍କୁ ବି ବିବାହ କରିବେ ମୁଁ ସ୍ଵୀକାର  କରିବି। ଇଶାନର ବଡ଼ ଭାଇ ପଲ୍ଲବୀଙ୍କୁ ବିବାହ କରିବାକୁ ଚାହିଁଥିଲେ। ଆମେ ବିବାହ କରାଇ ଦେଲୁ। ଏବେ ଇଶାନ କିଶନଙ୍କୁ ମଧ୍ୟ କରାଇ ଦେବୁ। ଆଦିତି ତାଙ୍କ ଗାର୍ଲଫ୍ରେଣ୍ଡ। ସେ ଜୟପୁରର ବାସିନ୍ଦା। ମଡେଲ ହେବା ସହ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନରେ ଥିଲେ। ଉଲ୍ଲେଖନୀୟ ଇଶାନଙ୍କ ପ୍ରେମ ଚର୍ଚ୍ଚା ପୂର୍ବରୁ ଥିଲା। ମାତ୍ର ଏବେ ତାଙ୍କ ପରିବାର ଲୋକେ ଏହା ଉପରେ ମୋହର ମାରିଛନ୍ତି। ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ଟି-୨୦ ବିଶ୍ଵକପ୍ ପରେ ଇଶାନ ବିବାହ ବନ୍ଧନରେ ବାନ୍ଧି ହେବେ।

ଏଏନଆଇ ସହ ଇଣ୍ଟରଭ୍ୟୁରେ ଇଶାନଙ୍କ ଦାଦା ଇଶାନଙ୍କ ବିବାହ ବିଷୟରେ କଥା ସମୟରେ ବହୁତ ଖୁସି ଜଣା ପଡ଼ୁଥିଲେ। ସେ ଖୁସି ଖୁସିରେ କହିଥିଲେ ଯେ, ଇଶାନ ଯାହାକୁ ଇଚ୍ଛା କରିବେ ତା ସହ ବିବାହ କରିବେ। ଆମେ ସ୍ଵୀକାର କରିବାକୁ ପ୍ରସ୍ତୁତ। ସମାଜର ଲୋକ କଣ କହିବେ ସେଥିରେ ଆମକୁ କିଛି ଫରକ ପଡ଼େନି। ତେଣୁ ଗାଁ ଲୋକଙ୍କୁ ଏସବୁରେ ମୁଣ୍ଡ ଖେଳାଇବାର କୌଣସି ଆବଶ୍ୟକତା ନାହିଁ।

ସୂଚନାଯୋଗ୍ୟ, ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ମହାମୁକାବିଲାରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଶୋଚନୀୟ ଭାବେ ୬୧ ରନରେ ହରାଇଛି। ଭାରତ ବିଜୟରେ ମୁଖ୍ୟ ବିନ୍ଧାଣି ସାଜିଛନ୍ତି ଇଶାନ କିଶନ ଓ ଭାରତୀୟ ବୋଲର। ଇଶାନ କିଶନଙ୍କ ୭୭ ରନ ଏବଂ ବାକି ବ୍ୟାଟରଙ୍କ ଛୋଟ ଛୋଟ ଯୋଗଦାନ ବଳରେ ଭାରତ ୧୭୫ ରନ କରିଥିଲା। ଜବାବରେ ପାକିସ୍ତାନ ୧୮ ଓଭରରେ ୧୧୪ ରନରେ ଅଲଆଉଟ୍ ହୋଇଛି। ପାକିସ୍ତାନ ପକ୍ଷରୁ ଉସ୍ମାନ ଖାନ ୪୪ ରନ କରିଥିଲେ। ଟି-୨୦ ବିଶ୍ଵକପରେ ଭାରତ ପାକିସ୍ତାନ ବିପକ୍ଷରେ ନିଜର ବିଜୟ ରେକର୍ଡ ୮-୧ କୁ ବୃଦ୍ଧି କରିଛି।