ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍, ଓଡିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ କଲେ ପ୍ରଶଂସା

NEWS7
beneficiary-not-get-housing-aid-since-6-years-in-bhadrak

ଭୁବନେଶ୍ୱର ୨୮।୧୨ : ବର୍ଷର ଶେଷ ମନ୍ ବି ବାତ୍ରେ ଦେଶକୁ ସମ୍ଭୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଓଡିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ପ୍ରଶଂସା କରି ପ୍ରେରଣା ବୋଲି କହିଛନ୍ତି ମୋଦି। ସ୍ୱାଧୀନତା ସଂଗ୍ରାମରେ ପାର୍ବତୀ ଗିରିଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ୧୬ ବର୍ଷରେ ପାର୍ବତୀ ଗିରି ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ୨୦୨୬ରେ ପାର୍ବତୀ ଗିରିଙ୍କ ଜନ୍ମ ଶତାବ୍ଦୀ ପାଳନ କରାଯିବ । ସମାଜସେବା ଓ ଜନକଲ୍ୟାଣକାରୀ କାର୍ଯ୍ୟରେ ନିଜକୁ ସମର୍ପିତ କରିଥିଲେ । ପାର୍ବତୀ ଗିରି ବହୁତ ଅନାଥ ଆଶ୍ରମ ତିଆରି କରିଥିଲେ । ତାଙ୍କ ଜୀବନଶୈଳୀ ସବୁ ପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆଉ କିଛି ଦିନ ପରେ ବର୍ଷ ସରିଯିବ । ୨୦୨୫ ଅନେକ ଘଟଣାର ସାକ୍ଷୀ ହୋଇ ରହିଛି । ଭାରତ ବହୁତ କିଛି ଉପଲବ୍ଧି ହାସଲ କରିପାରିଛି । ଜାତୀୟ ସୁରକ୍ଷାଠୁ ଆରମ୍ଭ କରି ଖେଳ ଯାଏଁ, ସବୁଠି ଦେଶ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଚଳିତ ବର୍ଷ ଅପରେସନ ସିନ୍ଦୂର ଭାରତ ପାଇଁ ଗର୍ବ ଆଣିଛି । ସେହିପରି ମହାକାଶ କ୍ଷେତ୍ରରେ ଶୁଭାଂଶୁ ଶୁକ୍ଲା ପାରିଦର୍ଶିତା ଦେଖାଇଛନ୍ତି । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ସେ ପାଦ ଦେଇଛନ୍ତି । ଦେଶ ପରିବେଶ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଅନେକ କିଛି ପଦକ୍ଷେପ ହାତକୁ ନେଇଛି ।