ବାହାଘର ଭୋଜିରେ ସରିଗଲା ରସଗୋଲା, ମାରପିଟ୍ ହୋଇଗଲେ ବରଯାତ୍ରୀ ଏବଂ କନ୍ୟାଘର ଲୋକେ

NEWS7
belarus-threatens-to-cut-gas-supply-to-eu-if-bloc-imposes-sanctions-over-border-crisis

ପାଟନା, ୨୫/୦୨: ରସଗୋଲା ପାଇଁ ମାରପିଟ୍ । ପିଟାପିଟି ହେଲେ ବର ଏବଂ କନ୍ୟା ପକ୍ଷ । ଭୋଜିରେ ରସଗୋଲା ନ ମିଳିବାରୁ ହଙ୍ଗାମା । ଏପରି ଏକ ଘଟଣା ଘଟିଛି ବିହାରର ନବାଦାରେ । ଏଠାରେ ଏହ ବିବାହ କାର୍ଯ୍ୟକ୍ରମରେ ରସଗୋଲାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଛି । ଯାହା ବିବାହର ମାହୋଲକୁ ସମ୍ପୂର୍ଣ୍ଣ ବିଗାଡି ଦେଇଛି । ସବୁ କିଛି ସିସିଟିଭିରେ କଏଦ ହୋଇଛି । ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରିପୋର୍ଚ ଅନୁସାରେ, ନବାଦା ଜିଲ୍ଲାରେ ଏକ କଲ୍ୟାଣ ମଣ୍ଡପରେ ବିବାହ କାର୍ଯ୍ୟକ୍ରମ ଚାଲିଥିଲା । ବରଯାତ୍ରୀ ଧୁମଧାମରେ ମଣ୍ଡପ ଆସିଥିଲେ । ନାଚଗୀତରେ ମଣ୍ଡପ ସାମ୍ନା କମ୍ପିଥିଲା । ଏହାପରେ ବରଯାତ୍ରୀ ଖାଇବାକୁ ଯାଇଥିଲେ । ଖାଇବା ସମୟରେ ସେମାନେ ରସଗୋଲା ସରିଯାଇଥିଲା ଜାଣିବାକୁ ପାଇଥିଲେ । ଏହାପରେ ଯୁକ୍ତିତର୍କ ଲାଗିଥିଲା । କଥା ମାରପିଟରେ ପହଁଚିଥିଲା ।

କନ୍ୟା ପକ୍ଷରୁ ରୋହିତ କୁମାର ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, ବିବାହର ସମସ୍ତ କାର୍ଯ୍ୟ କନ୍ୟାପକ୍ଷ କରିଥିଲେ । ଭୋଜିର ସମସ୍ତ ଆୟୋଜନ ସଠିକ୍ ଭାବେ କରାୟାଇଥିଲା । ହେଲେ ବରପକ୍ଷର ଲୋକେ ରସଗୋଲା ଖୋଜିଥିଲେ ବି ତାହା ସରିଯାଇଥିଲା । ଏହାପରେ ବର ଯାତ୍ରୀ ଏବଂ କନ୍ୟା ପକ୍ଷ ମାରପିଟ୍ ଲାଗିଥିଲେ । ପରେ ବୁଝାସୁଝା କରାଯାଇଥିଲା । ଶେଷରେ ମାମଲା ଶାନ୍ତ ପଡିଥିଲା ।

ଏହି ଖବରଟି ପଢନ୍ତୁ... CBSE ଦଶମ ପ୍ରଶ୍ନପତ୍ରକୁ ନେଇ ବିବାଦ ପ୍ରସଙ୍ଗ : ଛାତ୍ରଛାତ୍ରୀଙ୍କୁ ମିଳିପାରେ ଗ୍ରେସ୍ ମାର୍କ୍

ଘଟଣାକୁ ନେଇ ବିବାହ ମଣ୍ଡପର କର୍ତ୍ତୃପକ୍ଷ କହିଛନ୍ତି ଯେ, ଘଟଣାକୁ ନେଇ ସେମାନେ ପୋଲିସରେ ଅଭିଯୋଗ କରିବେ । ଛୋଟ କଥାକୁ ନେଇ ମହାଭାରତ ହୋଇଯାଇଛି । ଅନ୍ୟ ଦିଗରେ ବର କିମ୍ବା କନ୍ୟା ପକ୍ଷର ଲୋକ ଏନେଇ କୌଣସି ଅଭିଯୋଗ କରିନାହାଁନ୍ତି । ପୋଲିସ ମଧ୍ୟ କାହାକୁ ଗିରଫ କରିନାହିଁ ।