LIVE TV

ମା’ର ମୃତ୍ୟୁ ପରେ ସାବତ ବାପାକୁ ବାହା ହେଲା ଝିଅ, ତାପରେ ତାକୁ ଛୁରା ମାରି କଲା ହତ୍ୟା

NEWS7
before-kissing-your-partner-follow-these-rules

ଫ୍ଲୋରିଡା: ପାଶ୍ଚାତ୍ୟ ସଭ୍ୟତାରେ ଏଭଳି ଅନେକ ଅଜବ ଘଟଣା ସାମ୍ନାକୁ ଆସେ, ଯାହା ଭାରତର ରକ୍ଷଣଶୀଳ ସମାଜରେ ଚିନ୍ତା କରିବା ବି କଷ୍ଟ । ଆମେରିକାର ଫ୍ଲୋରିଡାରେ ଏଭଳି ଖବର ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ମା’ର ମୃତ୍ୟୁ ପରେ ଝିଅ ସାବାତ ବାପକୁ ବିବାହ କରିବା ଏବଂ ପରେ ତାଙ୍କୁ ହତ୍ୟା କରିବାର ମାମଲା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଅଭିଯୁକ୍ତ ମହିଳା ଡାନିଏଲ ରେଡ୍ଲିକ ନିଜ ୬୫ ବର୍ଷୀୟ ସ୍ବାମୀ ମାଇକେଲ୍ ରେଡ୍ଲିକଙ୍କୁ ହତ୍ୟା କରିଥିବା ନେଇ ସ୍ବୀକାର କରିବା ପରେ ଚର୍ଚ୍ଚା ବଢ଼ିଛି । ୧୧ ଜାନୁଆରୀ ୨୦୧୯ରେ ସେ ତାଙ୍କର ପୂର୍ବତନ ସାବତ ବାପା ଏବଂ ସ୍ବାମୀଙ୍କୁ ଆତ୍ମରକ୍ଷା ଲାଗି ହତ୍ୟା କରିଛନ୍ତି ବୋଲି କହିଛନ୍ତି । କିନ୍ତୁ ତାଙ୍କ ଝିଅ ନିଜ ଭାଇର ସୁରକ୍ଷାକୁ ନେଇ ଭୟ ପ୍ରକାଶ କରିଛନ୍ତି । ହତ୍ୟାକରୀ ଡାନିଏଲଙ୍କ ନିରୀହପଣକୁ ସେ ବିଶ୍ବାସ କରିପାରୁ ନାହାନ୍ତି । ମୁଖା ପିନ୍ଧା ଡାନିଏଲ ସମାଜକୁ ବୋକା ବନାଇପାରନ୍ତି, କିନ୍ତୁ ତାଙ୍କ ପାଖରୁ ଜନ୍ମ ନେଇଥିବା ଝିଅକୁ ନୁହେଁ । ଡାନିଏଲଙ୍କ ନିଜ ଝିଅ ତାଙ୍କୁ ବିରୋଧ କରିବା ପରେ ମାମଲାଟି ଆହୁରି ଗମ୍ଭୀର ହୋଇଯାଇଛି ।

ଡାନିଏଲ ୨୨ ବର୍ଷର ହୋଇଥିବା ବେଳେ ସେ ନିଜର ସାବତ ବାପା ୩୯ ବର୍ଷୀୟ ମାଇକେଲଙ୍କ ପ୍ରେମରେ ପଡ଼ିଥିଲେ । ତାଙ୍କ ମା’ ସ୍ତନ କର୍କଟରେ ମୃତ୍ୟୁବରଣ କରିବା ପରେ ମାଇକେଲ୍ଙ୍କୁ ନିଜର କରିବାକୁ ଚେଷ୍ଟା କରିଥିଲେ ଡାନିଏଲ । ମାଇକେଲଙ୍କ ସାନିଧ୍ୟ ପାଇବାକୁ ବ୍ୟାକୁଳ ହେଉଥିଲେ ଡାନିଏଲ । ଆଉ ଏହି ସଂପର୍କ ତାଙ୍କୁ ଖବୁ ଭଲ ଲାଗୁଥିଲା ବୋଲି ଖୋଦ ଡାନିଏଲ କୁହନ୍ତି । ଡାନିଏଲ କାମ କରୁଥିବା ବାରକୁ ଯାଆନ୍ତି ମାଇକେଲ । ସେଠାରେ ଦୁହିଁଙ୍କ ମଧ୍ୟରେ ପ୍ରେମ ଆହୁରି ଘନୀଭୂତ ହେବାକୁ ଲାଗେ । ଡାନିଏଲଙ୍କ ଅନୁସାରେ, ମାଇକେଲ୍ଙ୍କ କଥାବାର୍ତ୍ତା ଏବଂ ବ୍ୟବହାର ଆକୃଷ୍ଟ କରିଥିଲା । ତାଙ୍କ ସହ ପ୍ରେମ ମୋ ପାଇଁ ନୂଆ ଅନୁଭବ ଥିଲା । ଆଉ ଧିରେ ଧିରେ ଆମ ଭିତରେ ରୋମାଣ୍ଟିକ୍ ରିଲେସନସିପ୍ ଗଢ଼ି ଉଠିଥିଲା । କିନ୍ତୁ ଏହା ପରେ ଦୁହିଁଙ୍କ ପ୍ରେମ ଭିନ୍ନ ମୋଡ଼ ନେଇଥିଲା । ନିଜେ ଡାନିଏଲ ପୂର୍ବତନ ସାବତ ବାପା ଏବଂ ସ୍ବାମୀଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ।ଡାନିଏଲଙ୍କୁ ସେ ହିଁ ହତ୍ୟା କରିଛନ୍ତି ବୋଲି ସ୍ବୀକାର କରିଛନ୍ତି । କିନ୍ତୁ ପୂର୍ବରୁ ମାଇକେଲ୍ଙ୍କ ମୃତ୍ୟୁକୁ ନେଇ ନୂଆ କାହାଣୀ ଶୁଣାଉଥିଲେ ଡାନିଏଲ । ସେ କହୁଥିଲେ, ହୃଦଘାତରେ ମାଇକେଲଙ୍କ ମୃତ୍ୟୁ ହୋଇଛି । ଅରେଞ୍ଜ କାଉଣ୍ଟି ସ୍ଥିତ ତାଙ୍କ ଘରେ ମାଇକେଲ ହୃଦଘାତରେ ପ୍ରାଣ ହରାଇଛନ୍ତି ବୋଲି ୯୧୧କୁ ଫୋନ୍ କରି କହିଥିଲେ ଡାନିଏଲ । ଏହା ପରେ ପୁଲିସକୁ ଚକମା ଦେଇ ପ୍ରମାଣ ନଷ୍ଟ କରି ଦଣ୍ଡରୁ ବର୍ତ୍ତି ଯାଇଥିଲେ ସେ । ଯେଉଁଠାରେ ମାଇକେଲଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ସେ ସ୍ଥାନକୁ ସେ ସଫା କରି ଦେଇଥିଲେ । ଏମିତି କରି ସେ କିଛି ଦିନ ପାଇଁ ଆଇନ୍ ଆଖିରେ ଧୂଳି ଦେବାକୁ ସକ୍ଷମ ହୋଇଥିଲେ ।

ପରବର୍ତ୍ତୀ ସମୟରେ କୋର୍ଟରେ ଡାନିଏଲ କହିଥିଲେ, ତାଙ୍କୁ ମାଇକେଲ ମାରପିଟ କରୁଥିଲେ । ପିଲାଙ୍କ ବିନା ତାଙ୍କ(ମାଇକେଲ୍) ସହ ରହିବାକୁ ଭୟ ଲାଗୁ ନାହିଁ କି ବୋଲି ପଚାରୁଥିଲେ । ସେପଟେ ସରକାରୀ ଓକିଲ ଦାବି କରିଥିଲେ ଯେ, ମାଇକେଲ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମରି ପଡ଼ିଥିବା ବେଳେ ଡାନିଏଲ ଡେଟିଂରେ ଯାଇଥିଲେ । ଡାନିଏଲଙ୍କ ମତରେ ସେ (ଡାନିଏଲ) ଭାବିଥିଲେ, ମାଇକେଲ୍ ଠିକ ହୋଇଯିବେ । ସେ ଏନେଇ କାହାକୁ ସୂଚନା ଦେଇ ନଥିଲେ କି ତାଙ୍କୁ ବଞ୍ଚାଇବାକୁ କିଛି କରିନଥିଲେ । ଏମିତି ଲାଗିବ ଯେମିତି, ମାଇକେଲ୍ ନିଜେ ନିଜର ଗଳା କାଟିଛନ୍ତି । ମାଇକେଲ୍ଙ୍କ ମୃତ୍ୟୁର ୧୧ ଘଣ୍ଟା ପରେ ଡାନିଏଲ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଏବଂ ଏହି ସମୟରେ ସେ ୯୧୧କୁ କଲ୍ କରିଥିଲେ ।

ଡାନିଏଲଙ୍କ ଝିଅ ଜାଡିନ୍ କୋର୍ଟରେ କହିଥିଲେ, ତାଙ୍କ ମା’ ଖଳ ପ୍ରକୃତିର ଏବଂ ଚାଲବାଜ । ଆଉ ଏହା ହିଁ ମାଇକେଲଙ୍କ ସହ ସଂପର୍କ ଖରାପ ହେବାର କାରଣ । ଏହା ସହ ଜାଡିନ୍, କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ, ଯେମିତି ତାଙ୍କ ମା’ ଡାନିଏଲ ପରିବାର ସହ ସଂପର୍କ ନରଖନ୍ତୁ । ସେ ନିଜ ଭାଇଙ୍କ ସୁରକ୍ଷାକୁ ନେଇ ଚିନ୍ତିତ । ଡାନିଏଲ ମୁହଁରେ ମାସ୍କ ଲଗାଇ ସମସ୍ତଙ୍କୁ ବୋକା ବନେଇପାରେ କିନ୍ତୁ ତାଙ୍କୁ ପାରିବେନି ବୋଲି କହିଥିଲେ ଜାଡିନ୍ । ସେପଟେ ଜେଲ୍ରେ ଅଧିକ ଦିନ ରହିବା ଯୋଗୁଁ ଡାନିଏଲଙ୍କୁ ଫାଇଦା ମିଳିଥିଲା ଏବଂ ସେ ୨୦୨୨ରେ ଜେଲରୁ ବାହାରି ଆସିଥିଲେ ।