ବସ୍‌କୁ ଓଭରଟେକ୍ କରି ପାହାଡରେ ଧକ୍କା ହେଲା ‘ବିକ୍ରାନ୍ତ’, ୩୦ରୁ ଅଧିକ ଯାତ୍ରୀ ଆହତ

NEWS7
before-jagans-visit-to-odisha-officials-put-up-hoardings-in-kotia

ମୋହନା ୧୪।୨: ରାସ୍ତା କଡ଼ରେ ଥିବା ପାହାଡରେ ପିଟିହେଲା ଯାତ୍ରୀବାହୀ ବସ୍ । ଫଳରେ ବସ୍ରେ ଥିବା ପ୍ରାୟ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି l ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ କଲେଜ ନିକଟରେ ଏଭଳି ଦୁର୍ଘଟଣା ଘଟିଛି l

ଏ ଖବର ବି ପଢ଼ନ୍ତୁ:- କଟକ ଜିଲ୍ଲାପାଳଙ୍କ ବିରୋଧରେ ଆସିଛି ସ୍ବାଧିକାର ଭଙ୍ଗ ନୋଟିସ୍, ଜିଲ୍ଲାପାଳଙ୍କୁ ହୋଇପାରେ କୈଫତ ତଲବ

ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ନ ପ୍ରାୟ ୩ଟାରେ ‘ବିକ୍ରାନ୍ତ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ରା.ଉଦୟଗିରିରୁ ବ୍ରହ୍ମପୁର ଯାଉଥିଲା l ଚାନ୍ଦିପୁଟ କଲେଜ ନିକଟରେ ଅନ୍ୟ ଏକ ବସ୍କୁ ଓଭରଟେକ୍ କରିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ପାହାଡ ସହ ଧକ୍କା ହୋଇଥିଲା l ଦୁର୍ଘଟଣା ଫଳରେ ବସ୍ରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହେଉଛନ୍ତି l ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଅଛନ୍ତି l ସମସ୍ତ ଆହତଙ୍କୁ ମୋହନା ଓ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି l