ଯେଉଁଠି ଥାଏ ମହାପ୍ରଭୁଙ୍କ ଆଶୀର୍ବାଦ, ସେଠାରୁ ମୃତ୍ୟୁ ବି ଫେରାଇ ନିଏ ମୁହଁ...

NEWS7
beer-price-may-hike-from-1st-april

ପୁରୀ ୦୭।୧୨ : ରଖେ ହରି ତ ମାରେ କିଏ। ଯେଉଁଠି ମହାପ୍ରଭୁଙ୍କ ଆଶୀର୍ବାଦ ରହିଥାଏ ସେଠାରେ ମୃତ୍ୟୁ ମଧ୍ୟ ମୁହଁ ଫେରାଇ ନିଏ। ଯାହାର ଉଦାହରଣ ପୁଣି ଥରେ ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଦେଖିବାକୁ ମିଳିଛି। ଦୁର୍ଘଟଣାର ଶିକାର ହୋଇ କୋମାକୁ ଚାଲି ଯାଇଥିବା ଜଣେ ବ୍ୟକ୍ତି ମହାପ୍ରଭୁଙ୍କ କୃପାରୁ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମପୁର ଅଞ୍ଚଳର ଅଭିରାମ ନାୟକ।

ଗତ କିଛି ମାସ ତଳେ ଅଭିରାମ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ଚାରିମାସ କାଳ ଆଇସିୟୁରେ ରହି ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଆସିଲା ନାହିଁ କୌଣସି ଉନ୍ନତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଭିରାମ କୋମାକୁ ଚାଲିଯାଇଥିଲେ। ପରିବାର ଲୋକେ ଅଭିରାମଙ୍କ ସୁସ୍ଥତା ପାଇଁ ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କଲେ। କିନ୍ତୁ ସବୁ ଉଦ୍ୟମ ଫେଲ୍ ମାରିଥିଲା। ଶେଷରେ ମହାପ୍ରଭୁଙ୍କ ଶରଣ ପଶିଲେ ଅଭିରାମଙ୍କ ପରିବାର। ଗତକିଛି ଦିନ ପୂର୍ବରୁ ଅଭିରାମଙ୍କୁ ପରିବାର ଲୋକେ ମହାପ୍ରଭୁଙ୍କ ଦର୍ଶନ ସହିତ ତାଙ୍କ କୃପା ଲାଭ ପାଇଁ ଶ୍ରୀମନ୍ଦିର ଆଣିଥିଲେ। ଠାକୁରଙ୍କ ଦର୍ଶନ ଓ କୃପା ଲାଭ କରିବା ପରେ ଅଭିରାମ ଧିରେ ଧିରେ ସୁସ୍ଥ ହେଉଥିବା କହିଛନ୍ତି ପରିବାର ଲୋକେ। ସେଥିପାଇଁ ଆଜି ତାଙ୍କୁ ପୁନର୍ବାର ପରିବାର ଲୋକେ ମହାପ୍ରଭୁଙ୍କ ନିକଟକୁ ଆଣିଛନ୍ତି। ମହାପ୍ରଭୁ ଦୟାଳୁ ଠାକୁର। ତେଣୁ ଅଭିରାମଙ୍କ ପତ୍ନୀ ମଧ୍ୟ ସମ୍ପୂର୍ଣ୍ଣ ଆଶା ରଖିଛନ୍ତି ମହାପ୍ରଭୁଙ୍କ ଦୟା ଏବଂ ଆଶୀର୍ବାଦ ରହିଲେ ତାଙ୍କ ସ୍ବାମୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ।