LIVE TV

ଅଜଣା ଗାଡି ଧକ୍କାରେ ମା ଭାଲୁ ଓ ଛୁଆ ମୃତ

NEWS7

ସମ୍ବଲପୁର ୨୬।୧୨: ଗାଡି ଧକ୍କାରେ ୨ଟି ଭାଲୁଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଚାରମାଲ ରେଞ୍ଜ ପୋଡାବଲଣ୍ଡା-ବଡମାଳ ରାସ୍ତାରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ବନବିଭାଗ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

{"id":382849,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଚାଲମାଳ ରେଂଜ ଏରୁଣ୍ଡିବାହାଲ ଖସଡା ଜଙ୍ଗଲରୁ ଏକ ମାଇ ଓ ଛୁଆ ଭାଲୁ ରାସ୍ତା ପାର କରୁଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା | ଯାହାଫଳରେ କି ଉଭୟ ମା ଓ ଛୁଆ ଘଟଣାସ୍ଥଳରେ ମୃତ୍ଯୁ ହୋଇଯାଇଛି । ମୃତ ଭାଲୁର ବୟସ ୨୫ ହୋଇଥିବା ବେଳେ ଛୁଆର ବୟସ  ୫ ହେବ ବୋଲି ଅନୁମାନ କରାଯାଉଛି । କିନ୍ତୁ ବର୍ତ୍ତମାନ ପାଇଁ ଉଭୟଙ୍କ କେତେ ବୟସ ତାହା ଜଣାପଡିନାହିଁ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ବନ ବିଭାଗ ଘଟମାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ବନବିଭାଗ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ୨ ମୃତଦେହକୁ ଜବତ କରି  ଶବ ବ୍ଯବଚ୍ଛେଦ କରିଛି । ଏହାପରେ ୨ଟି ଭାଲୁର ମୃତଦେହକୁ ପୋତି ଦିଆଯାଇଛି |