ମିଥୁନ ରାଶି ବ୍ୟକ୍ତିଙ୍କୁ ବ୍ୟବସାୟରେ ଉନ୍ନତି ଏବଂ ଲାଭ ମିଳିବ, ମାନସିକ ଶାନ୍ତି ମିଳିବ

NEWS7
beain-nijukti-in-kendrapara-urban-bank

ମେଷ- ଦିନଟି ଅଶୁଭ ଫଳଦାୟୀ ହେବ। ଅର୍ଥନୈତିକ କ୍ଷେତ୍ରରେ ଅର୍ଥ ହାନିର ଆଶଙ୍କା ରହିଛି, ତେଣୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ବିଷୟକୁ ନେଇ କଳହ ଯୋଗ ବଢ଼ିପାରେ, ତେଣୁ ମୌନ ରହିବା ଉଚିତ୍। କର୍ମ କ୍ଷେତ୍ରରେ କୌଣସି ସ୍ଥିର କାର୍ଯ୍ୟରେ ଅଚାନକ ବାଧା ସୃଷ୍ଟି ହୋଇପାରେ ।

ବୃଷ- ଦିନଟି ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳମୟ ରହିବ। ଚିନ୍ତା ମୁକ୍ତ ହେବାରୁ ମାନସିକ ଶାନ୍ତି ଅନୁଭବ କରିବେ ଏବଂ ଉତ୍ସାହର ସହ କାର୍ଯ୍ୟ କରିବେ। ଅଟକି ରହିଥିବା କାର୍ଯ୍ୟ ସିଦ୍ଧି ହେବ ଏବଂ ଅର୍ଥ ଲାଭର ଯୋଗ ରହିଛି। ପରିବାର ଓ ବନ୍ଧୁବର୍ଗଙ୍କ ସହଯୋଗ ମିଳିବ।

ମିଥୁନ- ଦିନଟି ସକାରାତ୍ମକ ପରିଣାମ ଆଣିଦେବ। କର୍ମ କ୍ଷେତ୍ରରେ ନୂଆ ସୁଯୋଗ ମିଳିବାର ସମ୍ଭାବନା ଅଛି, ଯାହା ଭବିଷ୍ୟତରେ ଲାଭଦାୟକ ହେବ। ବ୍ୟବସାୟରେ ଉନ୍ନତି ହେବ ଏବଂ ଲାଭ ମିଳିବ। କୌଣସି ଜରୁରୀ କାର୍ଯ୍ୟରେ ବନ୍ଧୁଙ୍କ ସହଯୋଗ ମିଳିବ। ମାନସିକ ସ୍ତରରେ ଶାନ୍ତି ରହିବ।

କର୍କଟ- ଦିନଟି ଆର୍ଥିକ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଶୁଭ ଅଟେ। ଧନ ଲାଭ ହେବାର ପ୍ରବଳ ଯୋଗ ରହିଛି ଏବଂ ନୂତନ ଆୟର ପଥ ଖୋଲିବ। ପୂର୍ବରୁ ଆରମ୍ଭ କରାଯାଇଥିବା କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ନୂଆ ଚୁକ୍ତି କରିବାର ସୁଯୋଗ ମିଳିପାରେ। ସମ୍ପର୍କରେ ମଧୁରତା ବଜାୟ ରହିବ।

ସିଂହ- ଦିନଟି ଅଶୁଭ ଫଳଦାୟୀ ହେବ। କର୍ମ କ୍ଷେତ୍ରରେ ଅଧିକ କଠିନ ପରିଶ୍ରମ କରିବା ସତ୍ତ୍ୱେ କାର୍ଯ୍ୟରେ ବାଧା ଉପୁଜିବ। କ୍ରୋଧ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ, ନଚେତ୍ ସମସ୍ୟା ବଢ଼ିପାରେ। ଯେକୌଣସି ନିଷ୍ପତ୍ତି ନେବାରେ ସ୍ଥିର ରହିବାକୁ ଚେଷ୍ଟା କରନ୍ତୁ। ପରିବାର ସହ ସମୟ କାଟିବା ଦ୍ୱାରା ମାନସିକ ଶାନ୍ତି ମିଳିବ।

କନ୍ୟା- ଭାଗ୍ୟର ସହଯୋଗ ମିଳିବାରୁ ସବୁ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଧର୍ମ କାର୍ଯ୍ୟରେ ଲାଭ ମିଳିବ ଏବଂ ଆପଣ ଆଧ୍ୟାତ୍ମିକ ଦିଗରେ ଅଗ୍ରସର ହେବେ। ମନରେ ମାନସିକ ଶାନ୍ତି ରହିବ ଏବଂ ସମସ୍ତ ଚିନ୍ତା ଦୂର ହେବ। ଉଚ୍ଚ ଶିକ୍ଷା ପାଇଁ ଦିନଟି ଉତ୍ତମ ଅଟେ।

ତୁଳା- ଦିନଟି ଶୁଭ ଫଳଦାୟୀ ରହିବ। ମାନସିକ ଶାନ୍ତି ମିଳିବ ଏବଂ ପୂର୍ବରୁ ଥିବା ଚିନ୍ତା ଦୂର ହେବ। କୌଣସି ବଡ଼ ବିପଦରୁ ରକ୍ଷା ପାଇବେ ଏବଂ ଦୁର୍ଘଟଣାରୁ ମୁକ୍ତି ମିଳିବାର ଯୋଗ ରହିଛି। ଉତ୍ତମ ସ୍ୱାସ୍ଥ୍ୟ ଅନୁଭବ କରିବେ।

ବିଛା- ଜୀବନସାଥୀଙ୍କ ସହ ସମ୍ପର୍କରେ ମଧୁରତା ବଢ଼ିବ ଏବଂ ଦାମ୍ପତ୍ୟ ସୁଖ ପ୍ରାପ୍ତ ହେବ। ବ୍ୟବସାୟରେ ଲାଭ ମିଳିବାର ଯୋଗ ରହିଛି ଏବଂ ବ୍ୟବସାୟିକ ଅଗ୍ରଗତି ହେବ। ଚିନ୍ତାଧାରା ସ୍ଥିର ରହିବ ଏବଂ ନିର୍ଣ୍ଣୟ ନେବାରେ କୌଣସି ଅସୁବିଧା ହେବ ନାହିଁ। କର୍ମ କ୍ଷେତ୍ରରେ ବିକାଶ ହେବ।

ଧନୁ- ଦିନଟି ଧନୁ ରାଶି ପାଇଁ ଅଶୁଭ ଫଳଦାୟୀ ହେବ। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଆପଣ ରୋଗାକ୍ରାନ୍ତ ହୋଇପାରନ୍ତି, ତେଣୁ ସତର୍କ ରୁହନ୍ତୁ। କୌଣସି ଅଜଣା ବ୍ୟକ୍ତିଙ୍କ ଠାରୁ ଶତ୍ରୁ ଭୟ କିମ୍ବା କ୍ଷତିର ଆଶଙ୍କା ରହିଛି। କର୍ମ କ୍ଷେତ୍ରରେ କୌଣସି ବାଧା ଉପୁଜିପାରେ।

ମକର- ସନ୍ତାନ ସୁଖ ପ୍ରାପ୍ତ ହେବାର ଯୋଗ ରହିଛି। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ ଏବଂ ବିଦ୍ୟା ଲାଭ ହେବ। ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ନୂଆ ନିଷ୍ପତ୍ତି ନେବାରେ ସଫଳ ହେବେ। ଆର୍ଥିକ ଦିଗ ସାଧାରଣ ରହିବ।

କୁମ୍ଭ- ଦିନଟି ଶୁଭ ଫଳଦାୟୀ ରହିବ। ଆପଣଙ୍କୁ ସୁଖ ପ୍ରାପ୍ତି ହେବାର ଯୋଗ ରହିଛି ଏବଂ ପାରିବାରିକ ଜୀବନ ଶାନ୍ତ ରହିବ। ସମ୍ପତ୍ତି କିମ୍ବା ଯାନବାହାନ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି। ଆପଣଙ୍କର କର୍ମ କ୍ଷେତ୍ରରେ ସଫଳତା ମିଳିବ।

ମୀନ- ପରାକ୍ରମ ଓ ସାହସ ବୃଦ୍ଧି ପାଇବ ଏବଂ ଆପଣ ସମସ୍ତ କାର୍ଯ୍ୟକୁ ଉତ୍ସାହର ସହ ସମ୍ପାଦନ କରିବେ। ବନ୍ଧୁଙ୍କ ସହ ଭେଟ ହେବାର ଯୋଗ ରହିଛି। ଆର୍ଥିକ ସ୍ଥିତି ସ୍ଥିର ରହିବ ଏବଂ କୌଣସି ବଡ଼ କ୍ଷତି ହେବ ନାହିଁ। ଛୋଟ ଦୂରତା ଯାତ୍ରା ଲାଭଦାୟକ ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682