ସାବରୀ ନଦୀରୁ ମିଳିଲା ବାପା-ସାନ ଝିଅଙ୍କ ମୃତଦେହ, ଗର୍ଭବତୀ ମା’ ଓ ବଡ଼ ଝିଅର ପତ୍ତା ମିଳୁନି

NEWS7
bdo-lariman-kharsel-visit-remote-area-of-chitrakonda

ବୈପାରୀଗୁଡା ୧୯।୨: ସାବରୀ ନଦୀରୁ ମିଳିଲା ଦୁଇଟି ଗଳିତ ଶବ । ମାଛ ଧରିବାକୁ ଯାଇ ବାଦୁଡ଼ି ପାହାଡ଼ରେ ପୁରା ପରିବାର ନିଖୋଜ ଥିଲେ । ଦୁଇ ମୃତଦେହ ଉଦ୍ଧାର କଲା ଓଡ୍ରାଫ୍ ଟିମ୍ ।

ଏ ଖବର ବି ପଢ଼ନ୍ତୁ:- ଚାଷୀ ମାରଣାନୀତି ପ୍ରସଙ୍ଗରେ ବିଧାନସଭା ଅଚଳ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ବୈପାରୀଗୁଡା ବାଦୁଡ଼ି ପାହାଡ଼ରେ ମାଛ ଧରିବାକୁ ଯାଇ ପୁରା ପରିବାର ନିଖୋଜ ଥିଲେ । ସାବରୀ ନଦୀରୁ ନିଖୋଜ ଦୁଇ ଜଣଙ୍କ ଗଳିତ ଶବ । ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ୍ । ମୃତକ ଦଣ୍ଡାବାଡ଼ି ଗାଁର ଲଳିତ ପୂଜାରୀ ଏବଂ ତାଙ୍କ ଚାରି ବର୍ଷର ସାନ ଝିଅ ଗେଲି ପୂଜାରୀ l ନିଖୋଜ ଚାରି ସଦସ୍ୟଙ୍କ ମଧ୍ୟରୁ ବାପା ଓ ସାନ ଝିଅଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ୭ ମାସର ଗର୍ଭବତୀ ମା’ ଓ ବଡ଼ ଝିଅରେ ପତ୍ତା ମିଳୁନି l ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍, ଅଗ୍ନିଶମ ବାହିନୀ, ପୋଲିସ ପ୍ରଶାସନ ଓ ଗ୍ରାମବାସୀ ତଦନ୍ତ ଜାରି ରଖିଛନ୍ତି l

ଏ ଖବର ବି ପଢ଼ନ୍ତୁ:- ମାନିବାକୁ ପଡ଼ିବ ଚୋରର ସାହାସ ! ପୋଲିସ ବାବୁଙ୍କ ଘରୁ ଲୁଟିନେଲେ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଗତ ଫେବୃଆରୀ ୧ ତାରିଖ ଦିନ ମାଛ ଧରିବାକୁ ଯାଇ ଲଳିତ ପୂଜାରୀଙ୍କ ପୁରା ପରିବାର ବାଦୁଡ଼ି ପାହାଡ଼ରେ ନିଖୋଜ ହୋଇଯାଇଥିଲା ।