‘ଛୁମନ୍ତର’ରୁ ଓହରିଲେ ଅନନ୍ୟା, ସାଉଥ ସୁନ୍ଦରୀ ଶ୍ରୀଲୀଲାଙ୍କୁ କାଷ୍ଟ କଲେ ମେକର୍ସ

NEWS7
bci-letter-for-recall-the-agitation-of-advocates-in-odisha

ମୁମ୍ବାଇ ୧୨।୧୨: ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଏବେ ତାଙ୍କ ହାତ ଫିଲ୍ମର ଲମ୍ଵା ଲାଇନ୍‌। ଅନ୍ୟ ପ୍ରୋଜେକ୍ଟ ପାଇଁ ସମୟ ଦେଇ ପାରୁ ନାହାନ୍ତି ଅନନ୍ୟା। ବର୍ତ୍ତମାନ ତାଙ୍କ କାମକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଅପକମିଂ ଫାଣ୍ଟାସି ରୋମାଣ୍ଟିକ୍ ଡ୍ରାମା ‘ଛୁମନ୍ତର୍’ ଛାଡ଼ିଲେ ଅନନ୍ୟା ପାଣ୍ଡେ। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ‘ମୁଞ୍ଜ୍ୟା’ ଫେମ୍ ଅଭୟ ବର୍ମା । ଆସନ୍ତା ଜାନୁଆରୀରୁ ନିର୍ମାତା ଫିଲ୍ମ ସୁଟିଂ କରିବାକୁ ଯୋଜନା କରୁଥିଲେ ।

କିନ୍ତୁ ଏହି ସମୟରେ ଅନନ୍ୟା ‘କଲ୍ ମି ବେ-୨’ର ସୁଟିଂରେ ବ୍ୟସ୍ତ ରହିବେ । ଏହାର ସୁଟିଂ ସେ ନିକଟରେ ଆରମ୍ଭ କରିଛନ୍ତି । ତେଣୁ ବାଧ୍ୟହୋଇ ଉଭୟ ନିର୍ମାତା ଓ ଅନନ୍ୟା ଫିଲ୍ମରୁ ଓହରିବାକୁ ନିଷ୍ପତ୍ତି ନେଲେ । ଖୁବ୍‌ଶୀଘ୍ର ଆଉ ଏକ ପ୍ରୋଜେକ୍ଟରେ ଉଭୟ କାମ କରିବେ ବୋଲି ପରସ୍ପରକୁ କଥା ମଧ୍ୟ ଦେଲେ । ନିର୍ମାତା ଏବେ ଅନନ୍ୟାଙ୍କ ସ୍ଥାନରେ ସାଉଥ୍ ଅଭିନେତ୍ରୀ ଶ୍ରୀଲୀଲା ଓ ଗୁଜରାଟୀ ଷ୍ଟାର୍ ଜାନକୀ ବୋଡିୱାଲାଙ୍କୁ କାଷ୍ଟ୍ କରିଛନ୍ତି ।

ଗତ ସପ୍ତାହ ନୂଆ ଷ୍ଟାର୍ଙ୍କ ସହ ଏକ ମକ୍ ସୁଟ୍ ହୋଇଥିଲା । ଫିଲ୍ମର କର୍ମଶାଳା ଆସନ୍ତା ସପ୍ତାହରୁ ଆରମ୍ଭ ହେବ । ଅନନ୍ୟା ଏବେ ନିଜର ଅପ୍କମିଙ୍ଗ ଫିଲ୍ମ ‘ତୁ ମେରୀ ମେଁ ତେରା ମେଁ ତେରା ତୁ ମେରୀ’ ଉପରେ ପୂରା ଫୋକସ୍ କରୁଛନ୍ତି । ଶେଷ ଥର ଅକ୍ଷୟ କୁମାରଙ୍କ ‘କେସରୀ-୨’ରେ ତାଙ୍କୁ ଦେଖିବାକୁ ମିଳିଥିଲା ।