SIR ଫର୍ମ ପୁରଣ କଲେନି ମମତା ବାନାର୍ଜୀ, ସ୍ପଷ୍ଟିକରଣ ଦେଲେ ନିର୍ବାଚନ ଆୟୋଗ

NEWS7
barmer-district-major-accident-rajasthan-bus-collided

କୃଷ୍ଣାନଗର ୧୨।୧୨: ରାଜ୍ୟରେ ଭୋଟରଲିଷ୍ଟ ସଂଶୋଧନ ନିମନ୍ତେ ଜାରି ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ପ୍ରକ୍ରିୟାରେ ଗୁରୁବାର ଥିଲା ଏନୁମରେସନର ଶେଷ ଦିନ। ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ପର୍ଯ୍ୟନ୍ତ ଏନୁମରେସନ ଫର୍ମ ଜମା କରି ନାହାନ୍ତି। କୃଷ୍ଣାନଗର ସଭାରେ ସେ ନିଜେ ଏହି କଥା କହି ନାଗରିକତା ସାବ୍ୟସ୍ତ କରିବାର ପ୍ରକ୍ରିୟା ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସଭାରେ ମୁଖ୍ୟମନ୍ତ୍ରୀ ନିଜର ସ୍ଥିତି ସ୍ପଷ୍ଟ କରି କହିଛନ୍ତି ଯେ ‘ମୁଁ ଏପର୍ଯ୍ୟନ୍ତ ଫର୍ମ ପୂରଣ କରି ନାହିଁ’।

ମମତା କହିଛନ୍ତି ଯେ ମୁଁ ୩ ଥର କେନ୍ଦ୍ରମନ୍ତ୍ରୀ ଥିଲି, ୭ ଥର ସାଂସଦ ହୋଇଛି , ୩ ଥର ମୁଖ୍ୟମନ୍ତ୍ରୀ ହେଲିଣି ଆଜି ମୋତେ ସାବ୍ୟସ୍ତ କରିବାକୁ ହେବ ମୁଁ ନାଗରିକ? ଏହାଠୁ ଭଲ ନାକ ରଗଡିବା ବୋଲି ସେ କହିଛନ୍ତି। ଫର୍ମ ପୂରଣ ନ କରିବା ପଛରେ ମୁଖ୍ୟମନ୍ତ୍ରୀ ବିଜେପି ଓ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ମଁ ସେହି ଦଙ୍ଗାକାରୀଙ୍କ ଲାଗି ପ୍ରମାଣିତ କରିବିନି ମୁଁ ଦେଶର ନାଗରିକ। ।ଯେତେବେଳେ ଦେଶ ସ୍ୱାଧୀନ ହେଲା ସେତେବେଳେ ତୁମେ ଥିଲ କେଉଁଠି?ସେ କହିଛନ୍ତି ଆଜି ରବିନ୍ଦ୍ରନାଥ,ନେତାଜୀ ଖୁଦିରାମ ସମସ୍ତଙ୍କ ଅପମାନ କରାଯାଉଛି। ଏହା କିପରି ଭାରତ?

ଏସଆଇଆର ପ୍ରକ୍ରିୟାକୁ ବିରୋଧ ନକରି ମଧ୍ୟ ମୁଖ୍ୟମନ୍ତ୍ରୀ ଏତେ କମ ସମୟରେ ପୁରା ପ୍ରକ୍ରିୟାକୁ ତରବରିଆ ଭାବେ ଶେଷ କରାଯାଉଥିବାରୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ଆମେ କହିଥିଲୁ ‘ଆରାମରେ କରନ୍ତୁ’। ଏତେ ଜଲଦି କାହିଁକି ? ଏହି ତରବରିଆ କାମ ପଛରେ ମୁଖ୍ୟମନ୍ତ୍ରୀ ରାଜନୈତିକ ଉଦ୍ଦେଶ୍ୟ ଥିବା କହିଛନ୍ତି। ସେ କହିଛନ୍ତି ଭୋଟ ଲାଗି ସେମାନେ ବେଙ୍ଗଲ ଉପରେ କବଜା କରିବାକୁ ଚାହୁଁଛନ୍ତି। ହେଲେ ମୁଁ ଥାଉଥାଉ ଏପରି ହେବାକୁ ଦେବିନି।

ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନୁମରେସନ ଫର୍ମ ଜମା ନ କରିବାରୁ କୌଣସି ବିଶେଷ ଜଟିଳତା ଉପୁଜି ପାରେକି ? ବୋଲି ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରାଯିବାରେ ସେ ଏପରି କିଛି ହେବ ନାହିଁ ବୋଲି କହିଛନ୍ତି। ଇସି କହିଛନ୍ତି ଯେ ରାଜ୍ୟର ବିଶିଷ୍ଟ ବ୍ୟକ୍ତି, ରାଜନୈତିକ ନେତା, ନ୍ୟାୟପାଳିକା ସମ୍ପର୍କିତ ଲୋକେ, କ୍ରିଡାବିତ୍, କଳାକାର ଓ ଅନ୍ୟ ଜଣାଶୁଣା ଲୋକଙ୍କ ମାମଲାରେ ପ୍ରଥମ ପର୍ଯ୍ୟାୟରେ ଫର୍ମ ପୂରଣ ନ କଲେ କୌଣସି ସମସ୍ୟା ନାହିଁ। ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ କାଗଜପତ୍ର ଜମା କରିପାରିବେ।