କଂସ ମହରାଜ କଲେ ଭୋଟରଙ୍କୁ ସଚେତନ, ବରଗଡ଼ ଜିଲ୍ଲା ପ୍ରଶାସନର ନିଆରା ଉଦ୍ୟମ

Published By : Prameya-News7 Bureau | April 24, 2024 IST

ବରଗଡ଼: ମିଳିମିଶି ହେବା ଜୋଟ୍, ସଭେ ଆସ ଦେମା ଭୋଟ – ଏପରି ସଚେତନତା ବାର୍ତ୍ତାକୁ ନେଇ ଜିଲ୍ଳା ପ୍ରଶାସନ ତରଫରୁ ଭୋଟରକୁ ସଚେତନତା କରାଯାଉଛି । ବରଗଡ଼ ଧନୁଯାତ୍ରାରେ ମହାରାଜ କଂସଙ୍କ ଭୂମିକା ନିଭାଉଥିବା କଳାକାର ହୃଷିକେଶ ଭୋଇହିଁ ମହାରାଜ କଂସଙ୍କ ବେଶରେ ସଚେତନତା କରୁଛନ୍ତି।

ଆଗାମୀ ସାଧାରଣ ନିର୍ବାଚନରେ ଜନସାଧାରଙ୍କୁ ଭୋଟଦାନ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବରଗଡ଼ ଧନୁଯାତ୍ରାର ମହାରାଜ କଂସ ସମସ୍ତଙ୍କୁ ସଚେତନତା କରିଛନ୍ତି । ଏହି ନିର୍ବାଚନ ଉତ୍ସବରେ ସମସ୍ତେ ଭୋଟ ଦେଇ ନିଜର ମତଦାନ ସାବ୍ୟସ୍ତ କରିବାକୁ ମଥୁରା ନରେଶ ମହାରାଜ କଂସ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୨୦ ତାରିଖରେ ବରଗଡ଼ ଜିଲ୍ଳାର ସମସ୍ତ ଭୋଟ ମତଦାନ କରିବାକୁ ସେ ନିଜ ମହାମନ୍ତ୍ରୀଙ୍କ ଜରିଆରେ ଆଦେଶ ଦେଇଛନ୍ତି ।

ଜିଲ୍ଳା ପ୍ରଶାସନରୁ ଆଗାମୀ ନିର୍ବାଚନ ପର୍ବରେ ସମସ୍ତେ ସାମିଲ ହେବାକୁ ଦିଆଯାଇଥିବା ଏହି ସଚେତନତା ବାର୍ତା ବେଶ ଭାଇରାଲ ହେଉଥିବା ବେଳେ ଭୋଟରଙ୍କ ମଧ୍ୟରେ ବି ଆଗାମୀ ନିର୍ବାଚନରେ ଭୋଟଦାନ ନେଇ ବେଶ ଉତ୍ସାହ ପରିଲକ୍ଷିତ ହେଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.