LIVE TV

ମହିଳା ବିଶ୍ବ କପ୍‌ରେ ଭାରତର ଲଗାତାର ତୃତୀୟ ପରାଜୟ, ସେମିଫାଇନାଲକୁ ଗଲା ଇଂଲଣ୍ଡ

NEWS7
baragarh-dhanu-jatra-1st-day

ନୂଆଦିଲ୍ଲୀ: ଆଇସିସି ମହିଳା କ୍ରିକେଟ ଓ୍ବାର୍ଲ୍ଡ କପ୍‌ ୨୦୨୫ର ୨୦ ନମ୍ବର ମ୍ୟାଚ୍‌ରେ ରବିବାର ଭାରତୀୟ ଦଳ ଇଂଲଣ୍ଡ ଟିମ୍‌ର ସାମ୍‌ନା କରିଥିଲା। ଇନ୍ଦୋରର ହୋଲକର ଷ୍ଟାଡିୟମରେ ହୋଇଥିବା ଏହି ମୁକାବିଲାରେ ଇଂଲଣ୍ଡ ୪ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ସହ ଇଂଲଣ୍ଡ ସେମିଫାଇନାରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ପୂର୍ବରୁ ହିଁ ଫାଇନାଲ-୪ରେ ପହଞ୍ଚିସାରିଛନ୍ତି। ମୁକାବିଲାରେ ଭାରତକୁ ବିଜୟୀ ହେବାକୁ ୨୮୯ ରନ୍‌ର ଟାର୍ଗେଟ ମିଳିଥିଲା। କିନ୍ତୁ ଭାରତ ୬ ଓ୍ବିକେଟରେ ୨୮୪ ରନ୍‌ ହିଁ କରିପାରିଥିଲା।

ଭାରତୀୟ ଟିମ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭଲ ପ୍ରଦର୍ଶନ କରି ପ୍ରଥମେ ଶ୍ରୀଲଙ୍କା ଏବଂ ପରେ ପାକିସ୍ତାନକୁ ପରାଜିତ କରିଥିଲା।କିନ୍ତୁ ଏହା ପରେ ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିରୋଧରେ ମୁକାବିଲା ହାରିଯାଇଥିଲା। ଆଉ ଏବେ ଇଂଲଣ୍ଡ ଠାରୁ ମଧ୍ୟ ପରାଜୟର ସାମ୍‌ନା କରିବାକୁ ପଡ଼ିଛି।ତେବେ ଭାରତୀୟ ଟିମ୍ ଏବେ ଅକ୍ଟୋବର ୨୩ରେ ନ୍ୟୁଜିଲାଣ୍ଡ ଏବଂ ଅକ୍ଟୋବର ୨୬ରେ ବାଂଲାଦେଶର ସାମ୍‌ନା କରିବ।