ରାଜ୍ୟ ବଜେଟ୍ ୨୦୨୬-୨୭, ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ ଟଙ୍କା ହୋଇଛି ଆବଣ୍ଟନ

NEWS7
bangladeshi-woman-in-bengaluru-police-solved-case

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରାଜ୍ୟ ସରକାର ବିଭିନ୍ନ ସୂତ୍ରରୁ ମୋଟ ୨,୯୦,୦୦୦ କୋଟି ଟଙ୍କ ଆୟ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ।

ଆସନ୍ତୁ ଜାଣିବା ବଜେଟ ୨୦୨୬-୨୭ରେ କେଉଁ ବିଭାଗ ପାଇଁ କେତେ ଟଙ୍କା ଆବଣ୍ଟନ କରାଯାଇଛି

  1. ଗୃହ ବିଭାଗ-୧୧୦୨୮.୫୬
  2. ସାଧାରଣ ପ୍ରଶାସନ-୮୦୫.୧୧
  3. ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ-୨୨୭୧.୬୪
  4. ଆଇନ ବିଭାଗ-୧୦୯୪.୪୧
  5. ଅର୍ଥ ବିଭାଗ-୬୫,୨୯୫.୨୭
  6. ବାଣିଜ୍ୟ ବିଭାଗ-୩୧୭
  7. ପୂର୍ତ୍ତ ବିଭାଗ-୧୩,୪୫୧
  8. ଓଡ଼ିଶା ବିଧାନସଭା-୧୪୭.୪୦
  9. ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ-୧୫୩୮.୨୮
  10. ସ୍କୁଲ ଓ ଗଣଶିକ୍ଷା ବିଭାଗ-୩୧,୯୯୭.୦୫
  11. ଏସସି/ଏସଟି, ସଂଖ୍ୟାଲଘୁ କଲ୍ୟାଣ ବିଭାଗ-୬୬୪୯.୩୩
  12. ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ-୨୩,୧୮୨.୧୪
  13. ଗୃହ ଓ ନଗର ଉନ୍ନୟନ ବିଭାଗ-୧୦୭୨୬.୮୬
  14. ଶ୍ରମିକ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ-୩୮୫.୦୩
  15. କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ-୧୩୫୯.୨୯
  16. ଯୋଜନା ଓ ସଂଯୋଜନା-୩୪୩୭.୫୭
  17. ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ-୩୪୦୦୪.୦୬
  18. ସାଧାରଣ ଅଭିଯୋଗ ଓ ପେନସନ ପରିଚାଳନା-୩.୧୧
  19. ଉଦ୍ୟୋଗ ବିଭାଗ-୧୨୦୭.୫୦
  20. ଜଳ ସମ୍ପଦ ବିଭାଗ-୧୬୪୮୮.୯୨
  21. ପରିବହନ ବିଭାଗ-୪୦୭୯.୮୧
  22. ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ-୧୯୧୬.୦୫
  23. କୃଷି ଓ କୃଷକ କଲ୍ୟାଣ ବିଭାଗ-୧୪୭୦୧.୩୯
  24. ଇସ୍ପାତ ଓ ଖଣି ବିଭାଗ-୩୬୫.୧୧
  25. ସୂଚନା ଓ ଲୋକସମ୍ପର୍କ ବିଭାଗ-୧୬୬.୫୪
  26. ଅବକାରୀ ବିଭାଗ-୨୮୨.୧୬
  27. ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା-୩୫୩.୪୫
  28. ଗ୍ରାମ୍ୟ ଉନ୍ନୟନ ବିଭାଗ-୧୦୨୦୪.୬୦
  29. ସଂସଦୀୟ ବ୍ୟାପାର ବିଭାଗ-୭୪.୯୨
  30. ଶକ୍ତି ବିଭାଗ-୪୫୯୬.୭୦
  31. ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗ-୩୮୨.୩୫
  32. ପର୍ଯ୍ୟଟନ ବିଭାଗ-୧୦୨୨.୭୫
  33. ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ-୨୦୧୯
  34. ସମବାୟ ବିଭାଗ-୨୩୩୪.୬୪
  35. ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗ-୧୧
  36. ମହିଳା ଓ ଶିଶୁ କଲ୍ୟାଣ ବିଭାଗ-୧୬୧୫୨.୯୩
  37. ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ-୧୧୦୮.୦୨
  38. ଉଚ୍ଚ ଶିକ୍ଷା ବିଭାଗ-୩୬୬୪.୪୦
  39. ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ-୧୮୨୩.୧୧
  40. ଏମଏସଏମଇ ବିଭାଗ-୭୬୨.୭୮
  41. ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ-୯୬୧୦.୮୫
  42. ବିପର୍ଯ୍ୟୟ ପରିଚାଳନା-୫୫୫୮.୦୭
  43. ଓଡ଼ିଆ ଭାଷା, ସାହିତ୍ୟ ଓ ସଂକୃତି ବିଭାଗ-୬୧୪.୯୭
  44. ମିଶନ ଶକ୍ତି ବିଭାଗ-୨୮୦୪.୨୩