Live Live
LIVE

ରାଜ୍ୟରେ ଯଥେଷ୍ଟ ପରିମାଣରେ ରନ୍ଧନ ଗ୍ୟାସ ଉପଲବ୍ଧ, ଚିନ୍ତା କରନ୍ତୁ ନାହିଁ: ରାଜ୍ୟ ସରକାର

NEWS7
bangala-deshi-racket-kingpin-will-come-on-remand

ଭୁବନେଶ୍ଵର: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଏବେ ଭାରତର ପ୍ରତିଟି ନାଗରିକଙ୍କ ହାଣ୍ଡିଶାଳ ଉପରେ ପଡ଼ିଲାଣି।ହର୍ମୁଜ ଜଳମାର୍ଗରେ ଇନ୍ଧନ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରଭାବରେ ଭାରତରେ ରନ୍ଧନ ଗ୍ୟାସ ଅଭାବ ପରିଲଖିତ ହୋଇଛି। ସ୍ଥିତିର ମୁକାବିଲା ପାଇଁ ମଙ୍ଗଳବାର କେନ୍ଦ୍ର ସରକାର ଏମସା ଲାଗୁ କରିଛନ୍ତି। କମର୍ସିଆଲ ଗ୍ୟାସ ଯୋଗାଣ କମାଇ ଘରୋଇ ଉପରେ ଗୁରୁତ୍ଵ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏହା ମଧ୍ୟରେ ରାଜ୍ୟରେ ଯଥେଷ୍ଟ ପରିମାଣରେ ଏଲପିଜି ମହଜୁଦ ଥିବା କହିଛନ୍ତି ଓଡ଼ିଶା ସରକାର।

Also read: ଏକାଧିକ ରାଜ୍ୟକୁ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଯୋଗାଣ ବନ୍ଦ: ଦେଶରେ ଇଏନ୍ସି ଆଇନ ଲାଗୁ କଲେ କେନ୍ଦ୍ର ସରକାର

ଏହି ପ୍ରସଙ୍ଗରେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ସବୁ ତୈଳ କମ୍ପାନି ସହ ସ୍ଥିତିର ମୁକାବିଲା ପାଇଁ ଆଲୋଚନା ହୋଇଛି। ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି। ଚିନ୍ତିତ ନ ହେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି। ରନ୍ଧନ ଗ୍ୟାସ ଓ ତୈଳ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ସେ ଏହି ସୂଚନା ଦେଇଛନ୍ତି। ଏପରିକି ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାକୁ ରନ୍ଧନ ଗ୍ୟାସ ଯୋଗାଣରେ ସମସ୍ୟା ନାହିଁ।

କମର୍ସିଆଲ ଯୋଗାଣରେ ହେବନି ସମସ୍ୟା

ତୈଳ କମ୍ପାନିଙ୍କ କହିବା କଥା ଘରୋଇ LPG ପାଇଁ ଅସୁବିଧା ହେବନି। ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲକୁ କମରସିଆଲ LPG ଯୋଗାଣରେ ମଧ୍ୟ ସମସ୍ୟା ହେବନି। ପ୍ରତିଦିନ PSU ମାନେ LPG ଷ୍ଟକ ନେଇ ସରକାରଙ୍କୁ ରିପୋର୍ଟ କରିବେ। ଘରୋଇ LPGର ବି ଅଭାବ ନାହିଁ। ବୁକିଂ ବି ଠିକ ଭାବେ ହେଉଛି। ଯଦି ଅସୁବିଧା ହେବ, ସରକାରଙ୍କ ଦୃଷ୍ଟିକୁ ଆଣନ୍ତୁ ବୋଲି ଖାଦ୍ୟ ଯୋଗାଣ ସଚିବ ସଞ୍ଜୟ ସିଂ କହିଛନ୍ତି।

Also read: ହୋଟେଲ ଶିଳ୍ପରେ ହାହାକାର: ମିଳୁନି ରନ୍ଧନ ଗ୍ୟାସ, ବନ୍ଦ ହୋଇପାରେ ଦେଶର ଅନେକ ରେଷ୍ଟୁରାଣ୍ଟ୍

ଏହା ପୂର୍ବରୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଧ୍ୟ ସୂଚନା ଦେଇଥିଲେ ଯେ, ରାଜ୍ୟରେ ତେଲ ସହ ଏଲପିଜି ସିଲିଣ୍ଡର ଯଥେଷ୍ଟ ମହଜୁଦ ଅଛି। କଳାବଜାରୀ ଉପରେ ନଜର ରଖିଛନ୍ତି ରା ସରକାର। ଆବଶ୍ୟକ ପଡିଲେ ନିଆଯିବ ଆକ୍ସନ । ଯୁଦ୍ଧର ପ୍ରଭାବ ଭାରତରେ ପଡିବ ନାହିଁ। ଖାଇବା ପିଇବା ଜିନିଷ ମହଜୁତ ଅଛି। ବର୍ତ୍ତମାନ ସମୟରେ LPG ବଢିବ ଏବଂ କମିବ କିନ୍ତୁ ମହଜୁତ ଅଛି । ରେଟ ସାମୁହିକ ଭାବରେ ବଢିଛି ବୋଲି ସେ କହିଥିଲେ।

ଏମସା ଲାଗୁ କଲେ କେନ୍ଦ୍ର ସରକାର

ଭାରତ ସରକାର ଘରୋଇ ରନ୍ଧନ ଗ୍ୟାସ (ଏଲପିଜି)ର ସପ୍ଲାଏ ସୁପରିଚାଳନା ସୁନିଶ୍ଚିତ କରିବା ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ (ଏସେନସିଆଲ୍ କମୋଡିଟିସଅ ଆକ୍ଟ)କୁ ଲାଗୁ କରିଛନ୍ତି। ଏହି ଆଇନ ଅଧୀନରେ, ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ କମ୍ପାନୀଗୁଡ଼ିକୁ ଏଲପିଜି ଉତ୍ପାଦନ ବୃଦ୍ଧି କରିବାକୁ ଏବଂ ଏଲପିଜି ଉତ୍ପାଦନ ପାଇଁ କିଛି ହାଇଡ୍ରୋକାର୍ବନ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Also read: ଓ୍ୱାର ଇଫେକ୍ଟ: ପାକିସ୍ତାନରେ ଲକ୍ଡାଉନ୍, ଓ୍ୱାର୍କ ଫ୍ରମ୍ ନୀତି ଲାଗୁ, ଦୁଇ ସପ୍ତାହ ସ୍କୁଲ ବନ୍ଦ

ଗ୍ୟାସ୍ ଅଭାବ ଯୋଗୁ, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ସମେତ ଅନେକ ରାଜ୍ୟ ଅସ୍ଥାୟୀ ଭାବରେ ବାଣିଜ୍ୟିକ ଗ୍ୟାସ୍ ଯୋଗାଣ ବନ୍ଦ କରାଯାଇଛି। ଏହି ନିଷେଧ ଯୋଗୁ ରେଷ୍ଟୁରାଣ୍ଟ ଏବଂ ହୋଟେଲଗୁଡ଼ିକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଛୋଟ ହୋଟେଲ ଏବଂ ଖାଦ୍ୟପେୟ ଦୋକାନର ମାଲିକମାନେ ଯୋଗାଣ ପୁନଃସ୍ଥାପିତ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।