ରେଳ ଷ୍ଟେସନ ନିକଟରୁ ବ୍ରାଉନ ସୁଗାର ଜବତ, ଦୁଇ ଜଣକୁ ବାନ୍ଧିଲା ଅବକାରୀ ପୋଲିସ

NEWS7
bali-jatra-kicks-of-in-cuttack

ବ୍ରହ୍ମପୁର: ରେଳ ଷ୍ଟେସନ ନିକଟରୁ ବ୍ରାଉନ ସୁଗାର ଜବତ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ। ସେମାନଙ୍କ ଠାରୁ ୧୫୬ ଗ୍ରାମ ବ୍ରାଉନ ସୁଗାର ସହ ଗୋଟିଏ ପଲସର ବାଇକ ଏବଂ ଗୋଟିଏ ମୋବାଇଲ ଫୋନ ଜବତ ହୋଇଛି। ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ କବିସୂର୍ଯ୍ୟନଗର ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି ଡେପୁଟି ସୁପରିଟେଣ୍ଡେଣ୍ଟ।

ତେବେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଅନୁମାନ କରିଛି ଅବକାରୀ ଗୁଇନ୍ଦା ବିଭାଗ। ଡେପୁଟି ସୁପରିଟେଣ୍ଡେଣ୍ଟ କହିଛନ୍ତି, ଭଦ୍ରକରୁ ବ୍ରାଉନ ସୁଗାର ଆସିଥିବା ତଦନ୍ତରୁ ଜଣାପଡ଼ିଛି। ଗିରଫ ଦୁଇଜଣ ଯୁବକ ପୂର୍ବରୁ ଏକାଧିକ ଥର ଏଭଳି ବ୍ରାଉନ ସୁଗାର କାରବାର କରିଥିବା ଅବକାରୀ ଗୁଇନ୍ଦା ବିଭାଗ କହିଛି। ସେପଟେ କ’ଣ ପାଇଁ ଗିରଫ କରାଯାଇଛି ? କିଛି ଜାଣିନଥିବା କହିଛି ଗିରଫ ଯୁବକ ଜଣକ ?