ଯାତ୍ରା ଜଗତ ପାଇଁ ଆଉ ଏକ ଦୁଃଖଦ ଖବର, ଚାଲିଗଲେ ବୁଦ୍ଧିଆ ନନା…

NEWS7
balaji-shivaji-arrested

ଭୁବନେଶ୍ୱର ୨୮।୧୨ : ଜଲିଉଡ୍ ପାଇଁ ଆଉ ଏକ ଦୁଃଖଦ ଖବର । କିଛି ଦିନ ତଳେ ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କର ନିଧନ ହୋଇଥିଲା । ଆଉ ଏବେ ଆଉ ଜଣେ ହାସ୍ୟ ଅଭିନେତାଙ୍କ ପରଲୋକ ହୋଇଯାଇଛି । ଯାତ୍ରା ଜଗତର ଚର୍ଚ୍ଚିତ ହାସ୍ୟ ଅଭିନେତା ବୁଦ୍ଧିଆ ନନାଙ୍କର ପରଲୋକ ହୋଇଛି । ୬୩ ବର୍ଷ ବୟସରେ ଆଖିବୁଜିଛନ୍ତି ହାସ୍ୟ ଅଭିନେତା ଦେବେନ୍ଦ୍ର ଦାସ ଓରଫ ବୁଦ୍ଧିଆ ନନା ।

ଦେବେନ୍ଦ୍ର ପିଲାଟି ବେଳରୁ ଅଭିନୟ ପ୍ରତି ଆକୃଷ୍ଟ ହୋଇ ୧୦ବର୍ଷ ବୟସରେ ଶିଶୁ କଳାକାର ଭାବେ କାମ ଆରମ୍ଭ କରିଥିଲେ। କାଂସକ ଅପେରା, ଇଚ୍ଛାପୁର ଗଣନାଟ୍ୟ, ନାଟ୍ୟ, ପାର୍ବତୀ, ବିଶ୍ଵଭାରତୀ, ରାଜେଶ୍ଵରୀ, କଳାରେ ଗାଁ ନିକେତନ, ଅପେରା ସୋମନାଥ, ଇଷ୍ଟର୍ଣ୍ଣ ଏଲୋ, ଯାତ୍ରା ସଚ୍ଚିଦାନନ୍ଦ, ଯାତ୍ରା ବିଶ୍ବ ଦରବାର ଭଳି ବହୁ ଅନୁଷ୍ଠାନରେ କାମ କରିଛନ୍ତି। ମଞ୍ଚରେ ସମସ୍ତଙ୍କୁ ହସାଉଥୂବା ଲୋକଟି ଆଜି ସମସ୍ତଙ୍କୁ କନ୍ଦାଇ ଦେଇ ଚାଲିଗଲେ। ମୃତଦେହ ଗାଁରେ ପହଞ୍ଚିବା ପରେ ଶତାଧୂକ ଗ୍ରାମବାସୀ ଓ ଯାତ୍ରା କଳାକାର ଶୋଭାଯାତ୍ରାରେ ପରିକ୍ରମା କରାଇଥିଲେ। ପରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପ୍ରକାଶଥାଉ କି, ଦୁଇଦିନ ତଳେ ନୂଆପଡ଼ାର ସିନାପାଳି ଠାରେ ଅଷ୍ଟଶମ୍ଭୁ ଗଣନାଟ୍ୟର ଖଳନାୟକ ନରେନ୍ଦ୍ର କୁମାର ଦାସ ଓରଫ ନଳିଙ୍କ ପରଲୋକ ହୋଇଥିଲା।