ଘାଟିରେ ଓଲଟିଲା ବସ୍, ଚାପି ହୋଇ ୫ ଜଣକ ମୃତ୍ୟୁ

NEWS7
bagha-mrutyu-at-nayagarh

ନୂଆଦିଲ୍ଲୀ: ଘାଟିରେ ଓଲଟିଲା ବସ୍। ଚାପି ହୋଇ ୫ ଜଣକ ମୃତ୍ୟୁ। ସେହିଭଳି ଦୁର୍ଘଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ରବିବାର ଏଭଳି ଏକ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଘଟିଛି ଝାଡ଼ଖଣ୍ଡର ଲାତେହାର ଜିଲ୍ଲାର ମହୁଆଡାଣ୍ଡ ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ, ରବିବାର ଛତିଶଗଡ଼ ବଲରାମପୁର ଜିଲ୍ଲାର କିଛି ଲୋକ ବସ୍ ଯୋଗେ ଏକ ବିବାହ ସମାରୋହରେ ଯୋଗ ଦେବାକୁ ଲାତେହାର ଜିଲ୍ଲାର ମହୁଆଡାଣ୍ଡ ଯାଉଥିଲେ। ହେଲେ ଓରସା ଘାଟିର ଏକ ମୋଡ଼ରେ ଚାଳକ ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟିପଡ଼ିଥିଲା। ଫଳରେ ଏଥିରେ ବସ୍ ତଳେ ଚାପି ହୋଇ ପାଞ୍ଚ ଜଣକ ମୃତ୍ୟୁ ହୋଇଛି। ଯେତେବେଳେକି ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ମହୁଆଡାଣ୍ଡର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ମହୁଆଡାଣ୍ଡ ଥାନା ପୋଲିସ ପହଞ୍ଚି ମାମଲାର ଯାଞ୍ଚ କରୁଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ, ବସ୍ରେ ୮୦ ଜଣ ଯାତ୍ରୀ ଥିଲେ। ଏପର୍ଯ୍ୟନ୍ତ ୫ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ବସ୍ ତଳେ ଆହୁରି ଶବ ଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍, ଜ୍ଞାନ ଗଙ୍ଗା ହାଇସ୍କୁଲ ବଳରାମପୁରର ସ୍କୁଲ ବସ୍।