ଇତିହାସ ରଚିଲା ଭାରତୀୟ ସେନା, ତୋପ ଗୋଳାରେ ଭରିଲା କ୍ଷେପଣାସ୍ତ୍ରର ଶକ୍ତି, ରେଞ୍ଜ ୮୦ କିଲୋମିଟର

NEWS7
australia-test-captain-tim-paine-money-purse-stolen

ନୂଆଦିଲ୍ଲୀ ୨।୧: ଭାରତୀୟ ସେନା ଏପରି ସୈନ୍ୟ ଟେକନିକ୍ ଆଣିବାକୁ ଯାଉଛି ଯାହା ବିଶ୍ୱର କୌଣସି ଦେଶର ସେନା ପାଖରେ ନାହିଁ। ଭାରତୀୟ ସେନା ପ୍ରଥମ ରାମଜେଟ୍ ସଞ୍ଚାଳିତ ୧୫୫ ମିମି ତୋପ ଗୋଳା ମୂତୟନ ଲାଗି ପ୍ରସ୍ତୁତି କରୁଛି। ଏହି ହାଇ-ଟେକ୍ ଗୋଳାକୁ ଆଇଆଇଟି ମାଡ୍ରାସ ସହିତ ମିଶି ତିଆରି କରାଯାଇଛି। କହିବାକୁ ଏହା ତୋପର ଗୋଳା ହେଲେ ଏହାର କ୍ଷମତା ମିଜାଇଲ ଭଳି। ସାଧାରଣ ତୋପ ଗୋଳା ୪୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିଥାଏ, ହେଲେ ଏହି ଗୋଳାର ରେଞ୍ଜ ୮୦ କିଲୋମିଟର ପର୍ଯ୍ୟନ୍ତ।

ଏହି ପ୍ରୋଜେକ୍ଟ ଆଇଆଇଟି ମାଡ୍ରାସ ଓ ଆର୍ମି ଟେକ୍ନୋଲଜି ବୋର୍ଡ (ଏଟିବି)ର ମିଳିତ ଉଦ୍ୟମର ଫଳ। ଏହାର ଉଦ୍ଦେଶ୍ୟ ଏପରି ଗୋଳା ତିଆରି କରିବା ଯାହା ପାରମ୍ପରିକ ଆର୍ଟିଲାରୀରୁ ଅଧିକ ଦୂର ଓ ଅଧିକ ସଠିକ ଆକ୍ରମଣ କରିପାରିବ। ବିଶେଷଜ୍ଞଙ୍କ ଅନୁସାରେ ଏହି ରାମଜେଟ୍ ଗୋଳା ଅନ୍ୟ ତୋପ ଗୋଳା ତୁଳନାରେ ୩୦ରୁ ୫୦% ଅଧିକ ରେଞ୍ଜ ଦେବାକୁ ସକ୍ଷମ, ଯାହାକୁ ଏବେ ବୈଷୟିକ ଲମ୍ପ ବୋଲି କୁହାଯାଉଛି। ଏ ପର୍ଯ୍ୟନ୍ତ ତୋପ ଗୋଳା ବାରୁଦର ଶକ୍ତି ଓ ବାଲିଷ୍ଟିକ୍ ଟ୍ରେଜକ୍ଟରୀରେ ଚାଲୁଥିଲା। ଥରେ ଫାୟାର ହେଲେ ଗୁରୁତ୍ୱାକର୍ଷଣ ପ୍ରଭାବରେ ଉଡିଥାଏ। ହେଲେ ରାମଜେଟ୍ ସଞ୍ଚାଳିତ ଗୋଳାର ମାମଲା ସମ୍ପୂର୍ଣ୍ଣ ଭିନ୍ନ।

ଏଥିରେ ଫାୟର ହେବା ପରେ ବି ଲଗାତାର ଥ୍ରଷ୍ଟ ମିଳିଥାଏ, ଏହା ଦ୍ରୁତ ବେଗରେ ଅଧିକ ଦୂର ପର୍ଯ୍ୟନ୍ତ ଯାଇପାରେ ଓ ଟାର୍ଗେଟ ଉପରେ ଅଧିକ ପ୍ରଭାବୀ ଆକ୍ରମଣ କରିପାରେ। ଏହି ପ୍ରୋଜେକ୍ଟକୁ ଆଇଆଇଟି ମାଡ୍ରାସର ଏରୋସ୍ପେସ୍ ଇଞ୍ଜିନିୟରିଂ ବିଭାଗ ଓ ଭାରତୀୟ ସେନାର ରିସର୍ଚ୍ଚ ୱିଙ୍ଗସ୍ ମିଳିତ ବିକଶିତ କରିଛନ୍ତି। ଏହା ଆକାଡେମୀକ-ଡିଫେନ୍ସ ପାର୍ଟନରସିପ୍ ର ଏକ ମଜଭୁତ ଉଦାହାରଣ। ଏଥିରେ କନସେପ୍ଟରୁ ଆରମ୍ଭ କରି ଲାଇଭ ଟେଷ୍ଟିଂ ପର୍ଯ୍ୟନ୍ତ ସବୁ ଖୁବ ଦ୍ରୁତ ସମ୍ପନ୍ନ ହୋଇଛି। ଆର୍ମି ଟେକ୍ନୋଲଜି ବୋର୍ଡ ଏହାକୁ ଅଧିକାରୀକ ମଞ୍ଜୁରୀ ଦେଇଛି।

ରାଜସ୍ଥାନ ପୋଖରଣର ଫିଲ୍ଟ ଫାୟରିଂ ରେଞ୍ଜରେ ଏହାର ପ୍ରାରମ୍ଭିକ ପରୀକ୍ଷଣର ଫଳାଫଳ ଉଲ୍ଲେଖନୀୟ ରହିଛି। ଏହି ଟେଷ୍ଟରେ ଗୋଳାର ରେଞ୍ଜ, ଫ୍ଲାଇଟ୍ ଷ୍ଟାବିଲିଟି ଓ କଣ୍ଟ୍ରୋଲକୁ ପରଖା ଯାଇଛି ଓ ଏହାର ପ୍ରଦର୍ଶନ ଆଶାନୁରୂପ ରହିଛି। ସମ୍ପୂର୍ଣ୍ଣ ନିର୍ମାଣ ହେବା ପରେ ଏହି ରାମଜେଟ୍ ଗୋଳା ଭାରତୀୟ ସେନାର ଏବେକା ୧୫୫ ମିମି ତୋପ ସହ କାମ କରିବ। ସେନାର ଯୋଜନା ହେଉଛି ଏହି ଗୋଳାକୁ ଭାରତରେ ବ୍ୟବହୃତ ହେଉଥିବା ୧୫୫ ମିମି ତୋପ ସହିତ ଇଣ୍ଟିଗ୍ରେଟ କରିବା, ଯେଉଁଥିରେ ଏମ-୭୭୭ଅଲ୍ଟ୍ରାଲାଇଟ୍ ହ୍ୱିଟଜର, ଆଡାଭାନ୍ସ ଟୋଅଡ ଆର୍ଟିଲାରୀ ଗନ ଓ ଧନୁଷ ଆର୍ଟିଲାରୀ ଗନ ରହିଛି। ଏହାର ଅର୍ଥ ଏହି ଗୋଳା ପାଇଁ କୌଣସି ନୂଆ ତୋପର ଆବଶ୍ୟକତା ନାହିଁ ଓ ଏବେକା ସିଷ୍ଟମ ଅଧିକ ଘାତକ ହୋଇ ପାରିବ।

ରକେଟ୍ ଓ ମିଜାଇଲ ତୁଳନାରେ ରାମଜେଟ୍ ଗୋଳାର ସବୁଠୁ ବଡ଼ ଫାଇଦା ହେଉଛି ଏଗୁଡିକୁ କୌଣସି ଷ୍ଟାଣ୍ଡାର୍ଡ ୧୫୫ ଏମଏମ ତୋପରୁ ଫାୟାର କରିହେବ। ଏହା ଦ୍ୱାରା ସେନାକୁ ଅଧିକ ଫ୍ଲେକ୍ସିବିଲିଟି, କମ ଖର୍ଚ୍ଚରେ ଦ୍ରୁତ ମୁତୟନର ବିକଳ୍ପ ମିଳିପାରିବ। ମୋଟ ଉପରେ ଏହି ଟେକନିକ୍ ଭାରତର ଆର୍ଟିଲେରୀକୁ ଏକ ନୂଆ ସ୍ତରକୁ ନେଇଯିବ। ଏହି ଖବର ଉପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟରେ ଜଣାନ୍ତୁ।