ନବୋଦୟ ବିଦ୍ୟାଳୟ ଜଣ୍ଡିସ ଘଟଣା, ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ସ୍କୁଲ ରୋଷେଇ ପାଣିରୁ ବ୍ୟାପିଛି

NEWS7
attempt-to-hijack-dubai-bound-plane-in-bangladesh

ଭୁବନେଶ୍ୱର ୧୦/୦୧: ସାମ୍ନାକୁ ଆସିଲା ଜଣ୍ଡିସ ବ୍ୟାପିବାର କାରଣ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ସ୍କୁଲ୍ ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହୋଇଥିଲା । ସେହି ପାଣିରୁ ଜଣ୍ଡିସ ବ୍ୟାପିଥିବା ଜଣାପଡିଛି । ପାଣି ରିପୋର୍ଟ ଆସିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

​​​​​​​ତେଣୁ ପାନୀୟ ଜଳ ଯୋଗାଣ ହେଉ କିମ୍ବା ୱାଟକୋ ସମସ୍ତେ କିଭଳି ସ୍ୱଚ୍ଛ ପାନୀୟ ପାଣି ଯୋଗାଇ ଦେବେ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେ ଆହୁରି କହିଛନ୍ତି ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି । 'ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ମ୍ୟୁନିସପାଲିଟିକୁ ସଜାଗ ରହିବାକୁ କୁହାଯାଇଛି ।