LIVE TV

ଜଙ୍ଗଲରେ ଅଜଣା ଜନ୍ତୁ, ଭୟରେ ଘରୁ ବାହାରୁ ନଥିଲେ ଲୋକ; ସତ ଜାଣି ସମସ୍ତେ ଆଶ୍ଚର୍ଯ୍ୟ

NEWS7
attack-in-home

ନୂଆଦିଲ୍ଲୀ: ଜଙ୍ଗଲରେ ବୁଲୁଥିଲା ଅଜଣା ଜନ୍ତୁ । ଯାହାକୁ ନେଇ ଭୟରେ ଥିଲେ ଆୟାରଲାଣ୍ଡବାସୀ । କିନ୍ତୁ ସତ ସାମ୍ନାକୁ ଆସିବା ପରେ ଚକିତ ହୋଇ ପଡିଲେ ସମସ୍ତେ । କାରଣ ଲୋକେ ଯାହାକୁ ସିଂହ ଭାବୁଥିଲେ ସେ ସିଂହ ନଥିଲା, ବରଂ ଥିଲା ଗୋଟିଏ କୁକୁର, ଯିଏ ସିଂହ ଭଳି ଦେଖାଯାଉଥିଲା ।

କିଛିଦିନ ତଳେ ମାଉଣ୍ଟ ସାନନ ନିକଟ ଜଙ୍ଗଲରେ ଜଣେ ଟ୍ରକ୍ ଡ୍ରାଇଭର ଏକ ଜନ୍ତୁକୁ ଦେଖିଥିଲେ । ଜଙ୍ଗଲରେ ଏକ ଆଫ୍ରିକୀୟ ସିଂହ ବୁଲୁଥିବା ସ୍ଥାନୀୟ ଅଂଚଳବାସୀଙ୍କୁ କହିଥିଲେ । ଆହୁରି ଅନେକ ବ୍ୟକ୍ତି ଜଙ୍ଗଲରେ ବିରଳ ଜନ୍ତୁକୁ ଦେଖିବାକୁ ପାଇଥିଲେ । ଚାରିଆଡେ ସିଂହ ବୁଲୁଥିବାର ଚର୍ଚ୍ଚା ଜୋର ଧରିଥିଲା । ଏହାର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା । ଯେଉଁଥିରେ ଜଙ୍ଗଲରେ ବୁଲୁଥିବା ଜନ୍ତୁଟି ଦୂରରୁ ସିଂହ ପରି ଦେଖାଯାଉଥିଲା ।

କିଛି ୟୁଜର୍ସ ଏହାକୁ ଏଆଇ ଭିଡିଓ ବୋଲି କହିଥିଲେ । ସ୍ଥାନୀୟ ବନ ଅଧିକାରୀ ଏହାକୁ ପ୍ରଥମେ ହରିଣ ଭାବିଥିଲେ । ଫଳରେ ବାଧ୍ୟ ହୋଇ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡିଥିଲା । ସତ୍ୟାସତ୍ୟ ଯାଞ୍ଚ୍ କରିବା ପରେ ଏହା ଏକ କୁକୁର ହୋଇଥିବା ସ୍ପଷ୍ଟ ହୋଇଥିଲା । ଯାହାକୁ କେହି ସିଂହ ଭଳି ଆକାର ଦେଇଥିଲେ । କୁକୁରର ଲୋମକୁ କାଟି ସିଂହ ଭଳି କରାଯାଇଥିଲା । ଯାହା ଦୂରରୁ ଆଫ୍ରିକୀୟ ସିଂହର ଭ୍ରମ ସୃଷ୍ଟି କରୁଥିଲା ।

​​​​​​​

ଯେଉଁ କୁକୁରକୁ ସିଂହର ରୂପ ଦିଆଯାଇଛି ତାହାର ନାଁ ମାଉସ ବୋଲି ପୋଲିସ ସ୍ପଷ୍ଟ କରିଛି । କୁକୁର ମାଲିକ ତାକୁ ସିଂହ ଆକୃତି ଦେଇଥଲେ । ଶରୀରରୁ ଲୋମକୁ କାଟିବା ସହ ବେକ ପାଖରେ ସିଂହ ଭଳି ଲୋମ ରଖିଥିଲେ । ଯାହାର ଫଟୋ ପୋଲିସ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ତେବେ ସତ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକେ ଆଶ୍ବସ୍ତ ହୋଇଛନ୍ତି । ତେବେ କିଛି ଲୋକ ଏପରି ଲୋକଙ୍କୁ ଡରାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।